Below header

ପୁଣି ଖାକିରେ କଳଙ୍କ : ଅଭିଯୁକ୍ତଙ୍କୁ ଲାଞ୍ଚ ମାଗୁଥିଲେ ଥାନା ଅଧିକାରୀ, ଭିଡିଓ ଭାଇରାଲ

ପୁଣି ଖାକିରେ ଦାଗ । ଅନୁଗୁଳ ବଅଁରପାଳ ଥାନା ଅଧିକାରୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ଏକ ମାମଲାକୁ ରଫାଦଫା କରିବା ସହ ଜାମିନରେ ଛାଡ଼ିବାକୁ ଥାନା ଅଧିକାରୀ ଲାଞ୍ଚ ମାଗୁଥିବା ଅଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅନୁଗୁଳ (କେନ୍ୟୁଜ): ପୁଣି ଖାକିରେ ଦାଗ । ଅନୁଗୁଳ ବଅଁରପାଳ ଥାନା ଅଧିକାରୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ଅଭିଯୁକ୍ତଙ୍କୁ ଲାଞ୍ଚ ମାଗିଲେ ଥାନା ଅଧିକାରୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏକ ମାମଲାକୁ ରଫାଦଫା କରିବା ସହ ଜାମିନରେ ଛାଡ଼ିବାକୁ ଥାନା ଅଧିକାରୀ ଲାଞ୍ଚ ମାଗୁଥିବା ଅଡିଓରେ ରହିଛି । ଅଭିଯୁକ୍ତ ଅଭିମନ୍ୟୁ ସାହୁ ଜଣେ ବ୍ୟକ୍ତିଙ୍କ ଜରିଆରେ ଟଙ୍କା ମଧ୍ୟ ପଠାଇଛନ୍ତି । ମାତ୍ର ଥାନା ଅଧିକାରୀ ଦାବି କରିଥିବା ମୋଟ ଟଙ୍କାର ୫୦ ପ୍ରତିଶତ ଦେବା ପରେ ମାମଲା ଶେଷ ହେବ ବୋଲି ଥାନା ଅଧିକାରୀ କହିଛନ୍ତି । ଅଡିଓ ଟେପ୍ ଭାଇରାଲ ଘଟଣାରେ ଫରେନ୍ସିକ୍ ଯାଞ୍ଚ ହେବ ବୋଲି କହିଛନ୍ତି ଏସପି । ଏଥିପାଇଁ SDPOଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇଛି । ଥାନା ଅଧିକାରୀ ଦୋଷୀ ସାବ୍ୟସ୍ତ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.