photo: aajtak
ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପରେ ସାରା ଦେଶରେ ଆରମ୍ଭ ହୋଇଯାଇଛି ଦୀପୋତ୍ସବ । ଅଯୋଧ୍ୟା, ହନୁମାନଗଡ଼ିରେ ଦୀପ ଜଳାଯାଇଛି । ଏହି ଶୁଭ ଅବସରକୁ ଦିଲ୍ଲୀର ରାଜରାସ୍ତାରେ ମଧ୍ୟ ଭବ୍ୟତାର ସହ ପାଳନ କରାଯାଉଛି । ଆଜିର ଦିବ୍ୟ ଆୟୋଜନ ଏବଂ ରାମ ମନ୍ଦିର ଉଦ୍ଘାଟନ ଅବସରରେ ଦିଲ୍ଲୀ କନଟ୍ ପ୍ଲେସ୍ର ସମସ୍ତ ଗୁୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏକାଠି ପ୍ରଜ୍ଜ୍ୱଳିତ କରାଯାଇଛି ୧,୨୫,୦୦୦ ଦୀପ ।
କନଟ୍ ପ୍ଲେସ୍ ଇନର ସର୍କଲ, ଆଉଟର ସର୍କଲ, ରେଗାଲ କମ୍ପ୍ଲେକ୍ସ, ମଧ୍ୟ ସର୍କଲ ସମେତ ରାଜଧାନୀର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦୀପର ଆଲୋକରେ ଆଲୋକିତ ହୋଇଉଠିଛି । ଏହି ଅଦ୍ଭୁତ ଦୃଶ୍ୟରେ ପୂରା ସହରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଏହି କାର୍ଯ୍ୟକ୍ରମ ଅପରାହ୍ନ ସାଢ଼େ ୫ଟାରେ ଆରମ୍ଭ କରାଯାଇଥିଲା । ଯେମିତି ସଞ୍ଜ ନଇଁଥିଲା, ଏକ ସାଥୀରେ ଜଳି ଉଠିଥିଲା ୧.୨୫ ଲକ୍ଷ ଦୀପ ।
ଅଯୋଧ୍ୟା ସମେତ ପୂରା ଦେଶରେ ଦୀପୋତ୍ସବର ଧୁମ୍ ଦେଖିବାକୁ ମିଳିଛି । ଲୋକମାନେ ଦୀପାବଳି ଉତ୍ସବ ଭଳି ନିଜ ନିଜ ଘରକୁ ଦୀପ ଏବଂ ଆଲୋକମାଳାରେ ସଜେଇଛନ୍ତି । ଏହା ସହିତ ବିଭିନ୍ନ ସ୍ଥାନରେ ଆତସବାଜି ମଧ୍ୟ ଦେଖିବାକୁ ମିଳିଛି । ଲୋକେ ନିଜ ଘରର ବାଲ୍କୋନିରୁ ନେଇ ଛାତ ପର୍ଯ୍ୟନ୍ତ ଦୀପ ଜାଳିଛନ୍ତି ।
ସୂଚନାଯୋଗ୍ୟ, ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ବିମାନବନ୍ଦର ଏବଂ ଅନ୍ୟାନ୍ୟ ବିକାଶ କାର୍ଯ୍ୟର ଉଦ୍ଘାଟନ ସମୟରେ ଜାନୁୟାରୀ ୨୨ରେ ଦୀପୋତ୍ସବ ପାଳନ କରିବାକୁ ଅପିଲ କରିଥିଲେ ।
ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…
ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…