ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ସାରା ଦେଶରେ ଦୀପୋତ୍ସବର ଧୁମ୍‌, ଦୀପରେ ସଜେଇ ହେଲା ଅଯୋଧ୍ୟା

ଅଯୋଧ୍ୟା ସମେତ ପୂରା ଦେଶରେ ଦୀପୋତ୍ସବର ଧୁମ୍‌ ଦେଖିବାକୁ ମିଳିଛି । ଲୋକମାନେ ଦୀପାବଳି ଉତ୍ସବ ଭଳି ନିଜ ନିଜ ଘରକୁ ଦୀପ ଏବଂ ଆଲୋକମାଳାରେ ସଜେଇଛନ୍ତି ।

ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପରେ ସାରା ଦେଶରେ ଆରମ୍ଭ ହୋଇଯାଇଛି ଦୀପୋତ୍ସବ । ଅଯୋଧ୍ୟା, ହନୁମାନଗଡ଼ିରେ ଦୀପ ଜଳାଯାଇଛି । ଏହି ଶୁଭ ଅବସରକୁ ଦିଲ୍ଲୀର ରାଜରାସ୍ତାରେ ମଧ୍ୟ ଭବ୍ୟତାର ସହ ପାଳନ କରାଯାଉଛି । ଆଜିର ଦିବ୍ୟ ଆୟୋଜନ ଏବଂ ରାମ ମନ୍ଦିର ଉଦ୍‌ଘାଟନ ଅବସରରେ ଦିଲ୍ଲୀ କନଟ୍‌ ପ୍ଲେସ୍‌ର ସମସ୍ତ ଗୁୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏକାଠି ପ୍ରଜ୍ଜ୍ୱଳିତ କରାଯାଇଛି ୧,୨୫,୦୦୦ ଦୀପ ।

କନଟ୍‌ ପ୍ଲେସ୍‌ ଇନର ସର୍କଲ, ଆଉଟର ସର୍କଲ, ରେଗାଲ କମ୍ପ୍ଲେକ୍ସ, ମଧ୍ୟ ସର୍କଲ ସମେତ ରାଜଧାନୀର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦୀପର ଆଲୋକରେ ଆଲୋକିତ ହୋଇଉଠିଛି । ଏହି ଅଦ୍ଭୁତ ଦୃଶ୍ୟରେ ପୂରା ସହରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଏହି କାର୍ଯ୍ୟକ୍ରମ ଅପରାହ୍ନ ସାଢ଼େ ୫ଟାରେ ଆରମ୍ଭ କରାଯାଇଥିଲା । ଯେମିତି ସଞ୍ଜ ନଇଁଥିଲା, ଏକ ସାଥୀରେ ଜଳି ଉଠିଥିଲା ୧.୨୫ ଲକ୍ଷ ଦୀପ ।

ଅଯୋଧ୍ୟା ସମେତ ପୂରା ଦେଶରେ ଦୀପୋତ୍ସବର ଧୁମ୍‌ ଦେଖିବାକୁ ମିଳିଛି । ଲୋକମାନେ ଦୀପାବଳି ଉତ୍ସବ ଭଳି ନିଜ ନିଜ ଘରକୁ ଦୀପ ଏବଂ ଆଲୋକମାଳାରେ ସଜେଇଛନ୍ତି । ଏହା ସହିତ ବିଭିନ୍ନ ସ୍ଥାନରେ ଆତସବାଜି ମଧ୍ୟ ଦେଖିବାକୁ ମିଳିଛି । ଲୋକେ ନିଜ ଘରର ବାଲ୍‌କୋନିରୁ ନେଇ ଛାତ ପର୍ଯ୍ୟନ୍ତ ଦୀପ ଜାଳିଛନ୍ତି ।

ସୂଚନାଯୋଗ୍ୟ, ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ବିମାନବନ୍ଦର ଏବଂ ଅନ୍ୟାନ୍ୟ ବିକାଶ କାର୍ଯ୍ୟର ଉଦ୍‌ଘାଟନ ସମୟରେ ଜାନୁୟାରୀ ୨୨ରେ ଦୀପୋତ୍ସବ ପାଳନ କରିବାକୁ ଅପିଲ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.