Below header

ଅଯୋଧ୍ୟାରୁ ଫେରି ପିଏମ୍‌ ମୋଦି ଘୋଷଣା କଲେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା, ୧ କୋଟି ଘରେ ଲାଗିବ ରୁଫ୍‌ଟପ୍‌ ସୋଲାର

ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ସୋଲାର ଯୋଜନା ଘୋଷଣା କରିଛନ୍ତି । ପିଏମ୍‌ ମୋଦି ନିଜ ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡେଲରେ ଏ ନେଇ ପୋଷ୍ଟ ସେୟାର କରି ଦେଶର ୧ କୋଟି ଲୋକଙ୍କୁ ଉପହାର ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ନିଜ ପୋଷ୍ଟରେ ଲେଖିଛନ୍ତି, ‘ସୂର୍ଯ୍ୟବଂଶୀ ଭଗବାନ ଶ୍ରୀରାମଙ୍କ ପ୍ରକାଶରେ ତାଙ୍କ ଭକ୍ତମାନେ ଶକ୍ତି ପ୍ରାପ୍ତ କରନ୍ତି । ଆଜି ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଶୁଭ ଅବସରରେ ମୋର ଏକ ସଂକଳ୍ପ ଦୃଢ଼ ହୋଇଛି । ମୋର ସ୍ୱପ୍ନ ରହିଛି ଯେ ଦେଶବାସୀଙ୍କ ଘରର ଛାତ ଉପରେ ସେମାନଙ୍କ ନିଜର ସୋଲାର ରୁଫ୍‌ଟଫ୍‌ ସିଷ୍ଟମ ରହୁ’ ।

ପିଏମ୍‌ ମୋଦି ଲେଖିଛନ୍ତି, ‘ଏଥିପାଇଁ ଆଜି ଅଯୋଧ୍ୟାରୁ ଫେରିବା ପରେ ମୁଁ ସର୍ବପ୍ରଥମେ ସୋଲାର ସିଷ୍ଟମ ପାଇଁ ନିର୍ଣ୍ଣୟ ନେଇଥିଲି । ଏବେ ଆମ ସରକାର ଦେଶର ୧ କୋଟି ଘରର ଛାତ ଉପରେ ରୁଫ୍‌ଟପ୍‌ ସୋଲାର ଲଗାଇବେ । ଏହାଦ୍ୱାରା ଗରିବ ଏବଂ ମଧ୍ୟବିତ୍ତ ବର୍ଗ ଉଭୟଙ୍କୁ ଲାଭ ମିଳିବ । ସୋଲାର ସିଷ୍ଟମ ଲାଗିବା ଦ୍ୱାରା ବିଦ୍ୟୁତ୍‌ ବିଲ୍‌ କମ୍‌ ଆସିବ ଏବଂ ଦେଶ ସୌରଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ମଧ୍ୟ ହୋଇପାରିବ’ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.