ଆମେରିକାରେ ବିନାଶ ଘଟାଉଛି ଭୟଙ୍କର ତୁଫାନ ଝଡ଼, ଗଲାଣି ୯୦ରୁ ଅଧିକ ଲୋକଙ୍କ ଜୀବନ

ଆମେରିକାରେ ହିଁ ଭୟଙ୍କର ତୁଷାର ଝଡ଼ ହୋଇଛି, ଯାହା ଫଳରେ ବିନାଶ ଘଟିଛି । ଲଗାତାର ତୁଷାର ପାତ ଓ ଥଣ୍ଡା ପାଗ ଯୋଗୁଁ ସମଗ୍ର ଆମେରିକାର ବାସିନ୍ଦା ସଂଘର୍ଷ କରୁଛନ୍ତି । ଦୁଃଖର ବିଷୟ ଏହି ଝଡ଼ ଯୋଗୁଁ ୯୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି ।

ବରଫ ଝଡ଼ ବା ତୁଷାର ଝଡ଼, ଯାହାର ନାଁ ଶୁଣିଲେ ହିଁ ମନରେ ଭୟ ଆସେ । ତେବେ ଆମେରିକାରେ ହିଁ ଭୟଙ୍କର ତୁଷାର ଝଡ଼ ହୋଇଛି, ଯାହା ଫଳରେ ବିନାଶ ଘଟିଛି । ଲଗାତାର ତୁଷାର ପାତ ଓ ଥଣ୍ଡା ପାଗ ଯୋଗୁଁ ସମଗ୍ର ଆମେରିକାର ବାସିନ୍ଦା ସଂଘର୍ଷ କରୁଛନ୍ତି । ଦୁଃଖର ବିଷୟ ଏହି ଝଡ଼ ଯୋଗୁଁ ୯୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି । ଅନେକ ରାଜ୍ୟରେ ତାପମାତ୍ରା ମାଇନସ୍ ୩୪ ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଛି । ଉତ୍ତରରେ ମୋଣ୍ଟାନା ଠାରୁ ଦକ୍ଷିଣ ପୂର୍ବର ଫ୍ଲୋରିଡା ପର୍ଯ୍ୟନ୍ତ, ପାଣି ପାଇପଲାଇନ ଫାଟି ଯାଇଛି ଏବଂ ତୁଷାରପାତ ଯୋଗୁଁ ଲକ୍ଷ ଲକ୍ଷ ଆମେରିକୀୟ ବିନା ବିଦ୍ୟୁତ୍ ରେ ରହିଥିବା ଖବର ସାମ୍ନାକୁ ଆସିଛି । ଭୟଙ୍କର ତୁଷାର ଝଡ଼ କାରଣରୁ ଆମେରିକାରେ ୯୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଆର୍କଟିକ୍ ବ୍ଲାଷ୍ଟ ହୋଇଥିବାରୁ କାନାଡାରୁ ଥଣ୍ଡା ପବନ ବହୁଛି ଏଥିପାଇଁ ପାଣିପାଗ ବିଭାଗରୁ ଚେତାବନୀ ଦିଆଯାଇଛି । ଲୋକମାନେ ଘର ଭିତରେ ହିଁ ରହିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଶୀତ କମ୍‌ ହେବ ବୋଲି ଆଶା କରାଯାଉଛି ।

ଆମେରିକାର ଟେନେସି ରାଜ୍ୟରେ ସର୍ବାଧିକ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଝଡ଼ କାରଣରୁ ଭୟଙ୍କର ଦୁର୍ଘଟଣା ଘଟି ଟେନେସି ରାଜ୍ୟରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଓରେଗନ୍‌ ସହରରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ବରଫ ତୁଫାନକୁ ଦୃଷ୍ଟିରେ ରଖି ଓରେଗନ୍ ରାଜ୍ୟପାଳ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଏଠାରେ ବରଫ ବର୍ଷା ଏବଂ ଝଡ଼ ପରିସ୍ଥିତି ଯୋଗୁଁ ଅନେକ ଗଛ ଉପୁଡ଼ି ଯାଇଛି , ବିଦ୍ୟୁତ ଯୋଗାଯୋଗ ବନ୍ଦ ହୋଇଯାଇଛି ।

ପାଣିପାଗ ବିଭାଗ ଲଗାତାର ଭାବରେ ଝଡ଼କୁ ନେଇ ଚେତାବନୀ ଦେଉଛି । ଯଦି ତାପମାତ୍ରା ଆହୁରି ହ୍ରାସ ହୁଏ, ତେବେ ଏହା ଫ୍ରଷ୍ଟବାଇଟ୍ ଏବଂ ହାଇପୋଥର୍ମିଆ ଭଳି ସମସ୍ୟା ସୃଷ୍ଟି କରିବ, ଯାହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ହାଇପୋଥର୍ମିଆ ସମସ୍ୟା ସେତେବେଳେ ହୋଇଥାଏ ଯେତେବେଳେ ଶରୀରରେ ଥଣ୍ଡା ସହିତ ଲଢ଼େଇ କରୁଥିବା ଶକ୍ତି ଶେଷ ହୋଇଯାଏ । ଯେଉଁମାନେ ଦୀର୍ଘ ସମୟ ଧରି ବାହାରେ ରହୁଛନ୍ତି ସେମାନେ ବିଶେଷ ଭାବରେ ପ୍ରଭାବିତ ହୋଇପାରନ୍ତି ।

ପୂର୍ବାନୁମାନ ଅନୁଯାୟୀ, ମିସୌରୀ ଏବଂ କଂସାସରେ ତାପମାତ୍ରା ମାଇନସ୍ ୨୬ ଡିଗ୍ରୀ ସେଲସିୟସ୍ ଏବଂ କାନାଡା ସୀମାବର୍ତ୍ତୀ ଉତ୍ତର ସମତଳ ରାଜ୍ୟରେ ମାଇନସ୍ ୩୪ ଡିଗ୍ରୀ ସେଲସିୟସ୍ ହୋଇପାରେ । ଆମେରିକାର ଅଧିକାଂଶ ଅଞ୍ଚଳରେ ବର୍ତ୍ତମାନ ୨ ରୁ ୧୦ ଇଞ୍ଚର ତୁଷାରପାତ ହେଉଛି । ଅନ୍ୟପଟେ ଇଣ୍ଡିଆନା ଭଳି ରାଜ୍ୟର କେତେକ ଅଞ୍ଚଳରେ ଶୁକ୍ରବାର ଦିନ ୩୨ ଇଞ୍ଚ ପର୍ଯ୍ୟନ୍ତ ତୁଷାରପାତ ହୋଇଛି । ଫ୍ଲାଇଟ୍ ଅୱେର୍ ଅନୁଯାୟୀ, ଖରାପ ପାଣିପାଗ କାରଣରୁ ରବିବାର ଦିନ ଆମେରିକାରେ ୩୪୨ ବିମାନ ବାତିଲ କରାଯାଇଥିଲା ଏବଂ ୫୭୦ଟି ବିମାନ ବିଳମ୍ବରେ ଚାଲିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.