ଆଇଏଏସ ସ୍ତରରେ ଅଦଳବଦଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଭାବେ ବଦଳି

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ । ୧୫ ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି ।

ଭୁବନେଶ୍ୱର: ଆଇଏଏସ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ । ୧୭ ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି । ପୁରୀ ଜିଲ୍ଲାପାଳ ହେଲେ ବିଜୟ କୁମାର ଦାସ । ବରଗଡ଼ ଜିଲ୍ଲାପାଳ ଥିବା ମୋନିଷା ବାନାର୍ଜୀଙ୍କୁ ସାମାଜିକ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ବ ଦିଆଯାଇଛି । କେନ୍ଦୁଝର ଜିଲ୍ଲାପାଳ ଥିବା ଆଶିଷ ଠାକରେଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

ମାଲକାନଗିରି ଜିଲ୍ଲାପାଳ ଥିବା ବିଶାଲ ସିଂଙ୍କୁ କେନ୍ଦୁଝର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ପାୱାର ସଚିନ ପ୍ରକାଶଙ୍କୁ ମାଲକାନଗିରି ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ମୟୂରଭଞ୍ଜ ଜିଲ୍ଲାପାଳ ଥିବା ଭୀନିତ ଭରଦ୍ବାଜଙ୍କୁ କଟକ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଲଘୁ, ଖଣିଜର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା ଖୋର୍ଦ୍ଧା ଜିଲ୍ଲାପାଳ ହୋଇଛନ୍ତି । ଗୌରବ ଶିବାଜୀ ଇସାଲୱାର ହେଲେ ବଲାଙ୍ଗିର ଜିଲ୍ଲାପାଳ ।

ରାୟଗଡ଼ା ଜିଲ୍ଲାପାଳ ଥିବା ସ୍ବଧା ଦେବ ସିଂ ହେଲେ ନୟାଗଡ଼ ଜିଲ୍ଲାପାଳ । ମନୋଜ ସତ୍ୟବାନ ମହାଜନ ହେଲେ ରାୟଗଡ଼ ଜିଲ୍ଲାପାଳ । କୋରାପୁଟ ଜିଲ୍ଲାପାଳ ଥିବା ଅବଦୁଲ ଅଖତର ହେଲେ ଅନୁଗୋଳ ଜିଲ୍ଲାପାଳ । କୋରାପୁଟ ଜିଲ୍ଲାପାଳ ହେଲେ କୀର୍ତ୍ତି ଭାସନ ଭି । ଯାଜପୁର ଜିଲ୍ଲାପାଳ ହେଲେ ଡକ୍ଟର ଶୁଭଙ୍କର ମହାପାତ୍ର । ସୂର୍ଯ୍ୟବଂଶୀ ମୌର୍ଯ୍ୟବିକାଶ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ । ବୌଦ୍ଧ ଜିଲ୍ଲାପାଳ ହେଲେ ଜେ. ସୋନାଲ । ଅଗ୍ରୱାଲ ଅକ୍ଷୟ ସୁନୀଲ ହେଲେ ସମ୍ବଲପୁର ଜିଲ୍ଲାପାଳ ।

ଆଦିତ୍ଯ ଗୋୟଲ ହେଲେ ବରଗଡ଼ ଜିଲ୍ଲାପାଳ । ଅନ୍ୟା ଦାସ ହେଲେ ସୋନପୁର ଜିଲ୍ଲାପାଳ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଭାବେ ବଦଳି କରାଯାଇଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଶ୍ରୀମନ୍ଦିର ପ୍ରଶାସନର ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.