ଦେଶ ବିଦେଶ

ଆଜମ ଖାନ୍‌ଙ୍କ ବିଧାନସଭା ସଦସ୍ୟତା ହେଲା ରଦ୍ଧ, ଉତ୍ତେଜକ ଭାଷଣ ମାମଲାରେ ତିନି ବର୍ଷ ହୋଇଥିଲା ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ : ଉତ୍ତେଜକ ଭାଷଣ ମାମଲାରେ ସପା ନେତା ଆଜମ ଖାନଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ କରାଯାଇଛି । ଗୁରୁବାର ରାମପୁର କୋର୍ଟ ଏହି ମାମଲାରେ ଆଜମ ଖାନ୍‌ଙ୍କୁ ୩ ବର୍ଷ ଜେଲ ଦଣ୍ଡ ରାୟ ଦିଆଯାଇଥିଲା । ପୂର୍ବରୁ ଏହା ଆଶଙ୍କା କରାଯାଉଥିଲା ଯେ ଆଜମ ଖାନଙ୍କୁ ଯଦି ୨ ବର୍ଷରୁ ଅଧିକ ଜେଲ ଦଣ୍ଡ ମିଳେ ତାଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହୋଇଯିବ । ତାହା ହିଁ ହେଲା । ଆଜି ଆଜମ ଖାନଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରାଯାଇଛି ।
ସୂଚନାଯୋଗ୍ୟ ଯେ ଏହା ୨୦୧୯ ମସିହା ଲୋକସଭା ନିର୍ବାଚନ ସମ୍ପର୍କିତ ମାମଲା । ସେତେବେଳେ ଆଜମ ଖାନ ଲୋକସଭା ନିର୍ବାଚନ ଲଢ଼ୁଥିଲେ । ସେତେବେଳେ ସମାଜବାଦି ଓ ବହୁଜନ ସମାଜବାଦି ପାର୍ଟିର ମେଣ୍ଟ ଥିଲା । ନିର୍ବାଚନ ପ୍ରଚାର ସମୟରେ ତାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲଂଘନ ମାମଲା ବିଭିନ୍ନ ଥାନାରେ ଦାୟର ହୋଇଥିଲା । ଏହା ମଧ୍ୟରୁ ଗୋଟିଏ ମାମଲା ମିଲକ ଥାନା ଅଂଚଳରେ ହୋଇଥିଲା । ଭାଷଣରେ ଆଜମ ଖାନ୍‌ ଜିଲ୍ଲା ଅଧିକାରୀଙ୍କୁ ଅପଶବ୍ଦ କହିଥିଲେ ।

ଧମକ ଚମକ କରିବା ସହ ଦଙ୍ଗା ଉସୁକାଇବା ପାଇଁ ଚେଷ୍ଟା କରିଥିଲେ । ସେ ଏକ ବର୍ଗକୁ ଧର୍ମ ଆଧାରରେ ଭୋଟ ମାଗିଥିଲେ । ଏହାକୁ ବିରୋଧ କରି ଅନିଲ କୁମାର ଚୌହାନ ଆଜମ ଖାନଙ୍କ ବିରୋଧରେ ଏଫଆଇଆର କରିଥିଲେ । ପୁଲିସ ଯାଞ୍ଚ କରି କୋର୍ଟରେ ଅଭିଯୋଗ ପତ୍ର ଦାଖଲ କରିଥିଲେ ।

ଏହାର ଶୁଣାଣି ଏମପି ଏମଏଲଏ ସ୍ୱତନ୍ତ୍ର କୋର୍ଟରେ ହୋଇଥିଲା । ଅଦାଲତ ନିଷ୍ପତ୍ତିର ଶୁଣାଣି ଅକ୍ଟୋବର ୨୭ ତାରିଖଖୁ ଧାର୍ଯ୍ୟ କରିଥିଲେ । ଏଥିରେ ଅଦାଲତ ଆଜମ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଜି ଏହି ରାୟ ପ୍ରକାଶ ପାଇଛି । ଆଜମ ଖାନଙ୍କୁ ୩ ବର୍ଷ ପାଇଁ ଜେଲ ଦଣ୍ଡ ଦିଆଯାଇଛି ।

Niharanjan

Recent Posts

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

2 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

4 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

22 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

47 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

51 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

53 mins ago