ଦେଶ ବିଦେଶ

ବେବି କେୟାର ସେଣ୍ଟର ଅଗ୍ନିକାଣ୍ଡ ମାମଲା: ୫ ଦିନିଆ ରିମାଣ୍ଡରେ ଗଲେ ଦୁଇ ଅଭିଯୁକ୍ତ

ଦିଲ୍ଲୀ ବିବେକ ବିହାରରେ ବେବି କେୟାର ସେଣ୍ଟର ଅଗ୍ନିକାଣ୍ଡ ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଜାରି ରହିଛି । ଏହି ମାମଲାରେ ପୋଲିସ ଦୁଇ ଅଭିଯୁକ୍ତ ନବୀନ ଓ ଆକାଶଙ୍କୁ କୋର୍ଟରେ ହାଜର କରାଇଛି । ସେଠାରୁ କୋର୍ଟ ସେମାନଙ୍କୁ ୫ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି । ମେ’ ୩୦ ପର୍ଯ୍ୟନ୍ତ ଉଭୟ ଅଭିଯୁକ୍ତ ପୋଲିସ ହେପାଜତରେ ରହିବେ ।

ସେପଟେ ଏହି ମାମଲାରେ ପଞ୍ଜୀକୃତ ଏଫ୍ଆଇଆରରୁ ଜଣାପଡ଼ିଛି ଯେ ଅଗ୍ନିକାଣ୍ଡରେ ୫ଟି ଅମ୍ଳଜାନ ସିଲିଣ୍ଡର ଫାଟି ଯାଇଥିଲା । ୨୭ଟି ଅମ୍ଳଜାନ ସିଲିଣ୍ଡର ବିଲ୍ଡିଂ ଭିତରେ ଏବଂ ବାହାରେ ପଡ଼ିଥିବାର ମିଳିଥିଲା ।

ଏଫ୍ଆଇଆରରେ କୁହାଯାଇଛି, ବେବି କେୟାରର ମାଲିକ ନବୀନ ଖିଞ୍ଚି ଏବଂ ତାଙ୍କ ସହଯୋଗୀ ଡାକ୍ତରଖାନାର ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବସ୍ଥା ନ କରି ନବଜାତ ଶିଶୁଙ୍କ ଜୀବନକୁ ବିପଦରେ ପକାଇବା ଅପରାଧ କରିଛନ୍ତି ।

ସିଲିଣ୍ଡର ବିସ୍ଫୋରଣ ଯୋଗୁ ଆଖପାଖ ବିଲ୍ଡିଂର କାଚଗୁଡ଼ିକ ଭାଙ୍ଗିରୁଜି ଯାଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବିଲ୍ଡିଂ ନିକଟସ୍ଥ ITI କଲେଜ ଉପରେ ମଧ୍ୟ କିଛି ଜଳନ୍ତା ପଦାର୍ଥ ପଡ଼ିଥିଲା, ଯାହାଫଳରେ ସେଠାକୁ ନିଆଁ ବ୍ୟାପିଯାଇଥିଲା । ଏହା ସଂସ୍ପର୍ଶରେ ଏକ ସ୍କୁଟି ଏବଂ ଭ୍ୟାନ୍ ଆସିଯାଇଥିଲା । ତେବେ ଘଟଣାର କିଛି ସମୟ ପରେ ଏ ନେଇ ଆଇପିସି ଧାରା ୩୦୪ ଏବଂ ପିଆଇସି ୩୦୮ରେ ଏକ ଏଫ୍‌ଆଇଆର୍‌ ପଞ୍ଜୀକୃତ ହୋଇଥିଲା ।

ପୋଲିସ ସୋମବାର ଡାକ୍ତର ନବୀନ ଓ ଡାକ୍ତର ଆକାଶଙ୍କୁ କଡ଼କଡ଼ଡୁମା କୋର୍ଟରେ ଉପସ୍ଥାପନ କରିଥିଲା । ସେଠାରେ ସେମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ପୋଲିସ ଦାବି କରିଥିଲା । ବର୍ତ୍ତମାନ ଅଭିଯୁକ୍ତ ଦ୍ୱୟଙ୍କୁ ରିମାଣ୍ଡରେ ନେଇ ପୋଲିସ ବେବି କେୟାର ସେଣ୍ଟର ସହ ଜଡିତ ସମସ୍ତ ତଥ୍ୟ ସଂଗ୍ରହ କରିବାରେ ଲାଗିଛି ।

ସୂଚନାଥାଉ କି, ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀର ଏକ ବେବି କେୟାର ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ଆଖି ପିଛୁଳାକେ ୬ କଅଁଳ ଶିଶୁଙ୍କ ଜୀବନ ଚାଲିଯାଇଥିଲା ।

Roshni

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

22 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

30 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

45 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

51 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago