ମୟୂରଭଞ୍ଜ(କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲାରେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ମାରାଥନ ପ୍ରଚାର । ଆଜି ଦ୍ବିତୀୟ ଦିନରେ ବିଜେଡିର ଯଶିପୁର ବିଧାୟକ ପ୍ରାର୍ଥୀ ଚକ୍ରଧର ହେମ୍ବ୍ରମ ଓ ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ସୁଦାମ ମାର୍ଣ୍ଡିଙ୍କ ପାଇଁ ପ୍ରଚାର କରିଛନ୍ତି । ଯଶିପୁର ନିର୍ବାଚନ ମଣ୍ଡଳୀର ଦୁରଦୁରା ଠାରେ ନିର୍ବାଚନୀ ସଭାରେ ଯୋଗ ଦୁଇ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ଯଶିପୁର ଅଞ୍ଚଳରୁ କିସ୍ ରେ ସର୍ବାଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ।
ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ନିବେଦନ କରିଛନ୍ତି ଡକ୍ଟର ସାମନ୍ତ । ଡକ୍ଟର ସାମନ୍ତଙ୍କ ପ୍ରଚାର ଯୋଗୁଁ ଯଶିପୁର ନିର୍ବାଚନ ମଣ୍ଡଳୀରେ ଉଭୟ ସାଂସଦ ଓ ବିଧାୟକଙ୍କୁ ବିପୁଳ ଭୋଟ ମିଳିବ ବୋଲି ଦୃଢୋକ୍ତି କରିଛନ୍ତି ଯଶିପୁର ବିଧାୟକ ପ୍ରାର୍ଥୀ ଚକ୍ରଧର ହେମ୍ବ୍ରମ । ଏଥିସହ ଯଶିପୁର ନିର୍ବାଚନ ମଣ୍ଡଳୀ ଭିତରେ କିସ୍ ର ଏକ ଶାଖା ଖୋଲିବାକୁ ନିବେଦନ କରିଛନ୍ତି ବିଧାୟକ ପ୍ରାର୍ଥୀ ।
ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…
ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…
ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…
ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…
ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…
କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…