ମୟୂରଭଞ୍ଜରେ ଡକ୍ଚର ଅଚ୍ୟୁତ ସାମନ୍ତଙ୍କ ମାରାଥନ ପ୍ରଚାର

ମୟୂରଭଞ୍ଜ ଜିଲ୍ଲାରେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ମାରାଥନ ପ୍ରଚାର । ଆଜି ଦ୍ବିତୀୟ ଦିନରେ ବିଜେଡିର ଯଶିପୁର ବିଧାୟକ ପ୍ରାର୍ଥୀ ଚକ୍ରଧର ହେମ୍ବ୍ରମ ଓ ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ସୁଦାମ ମାର୍ଣ୍ଡିଙ୍କ ପାଇଁ ପ୍ରଚାର କରିଛନ୍ତି ।

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାରେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ମାରାଥନ ପ୍ରଚାର । ଆଜି ଦ୍ବିତୀୟ ଦିନରେ ବିଜେଡିର ଯଶିପୁର ବିଧାୟକ ପ୍ରାର୍ଥୀ ଚକ୍ରଧର ହେମ୍ବ୍ରମ ଓ ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ସୁଦାମ ମାର୍ଣ୍ଡିଙ୍କ ପାଇଁ ପ୍ରଚାର କରିଛନ୍ତି । ଯଶିପୁର ନିର୍ବାଚନ ମଣ୍ଡଳୀର ଦୁରଦୁରା ଠାରେ ନିର୍ବାଚନୀ ସଭାରେ ଯୋଗ ଦୁଇ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ଯଶିପୁର ଅଞ୍ଚଳରୁ କିସ୍ ରେ ସର୍ବାଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ।

ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ନିବେଦନ କରିଛନ୍ତି ଡକ୍ଟର ସାମନ୍ତ । ଡକ୍ଟର ସାମନ୍ତଙ୍କ ପ୍ରଚାର ଯୋଗୁଁ ଯଶିପୁର ନିର୍ବାଚନ ମଣ୍ଡଳୀରେ ଉଭୟ ସାଂସଦ ଓ ବିଧାୟକଙ୍କୁ ବିପୁଳ ଭୋଟ ମିଳିବ ବୋଲି ଦୃଢୋକ୍ତି କରିଛନ୍ତି ଯଶିପୁର ବିଧାୟକ ପ୍ରାର୍ଥୀ ଚକ୍ରଧର ହେମ୍ବ୍ରମ । ଏଥିସହ ଯଶିପୁର ନିର୍ବାଚନ ମଣ୍ଡଳୀ ଭିତରେ କିସ୍ ର ଏକ ଶାଖା ଖୋଲିବାକୁ ନିବେଦନ କରିଛନ୍ତି ବିଧାୟକ ପ୍ରାର୍ଥୀ ।

Leave A Reply

Your email address will not be published.