ଦେଶ ବିଦେଶ

ସୁରମ୍ୟ ବାଖମୁତ ଏବେ ପାଲଟି ଯାଇଛି ଧ୍ୱଂସସ୍ତୁପ, ରହିରହି ବର୍ଷୁଛି ଗୁଳିଗୋଳା

ବାଖମୁତ ଏବେ କିଲିଂ ଜୋନ । ସୁରମ୍ୟ ବାଖମୁତ ଏବେ ପାଲଟି ଯାଇଛି ଧ୍ୱଂସସ୍ତୁପ। ୟୁକ୍ରେନର ଏହି ସହରରେ ସବୁଠୁ ବେଶୀ ଧ୍ୱଂସଲୀଳା କରିଛି ରୁଷ ସେନା। ଛାରଖାର ହୋଇ ଯାଇଛି ପୂରା ସହର। ପୂର୍ବ ବାଖମୁତକୁ ନିୟନ୍ତ୍ରଣ କରି ନେଇଛି ମସ୍କୋ ବାହିନୀ । କିଭ ଦଖଲରେ ଅଛି ପଶ୍ଚିମ ବାଖମୁତ। ଯୁଦ୍ଧରେ ସିରିଜ ଝଟ୍‌କା ପରେ ବାଖମୁତ ଦଖଲ କରି ସାଂକେତିକ ବିଜୟ ଲାଭର ଆଶା ରଖିଛି ମସ୍କୋ। କିନ୍ତୁ ବାଟ ଛାଡ଼ୁନି ୟୁକ୍ରେନ । ସେପଟେ ଆସନ୍ତା ସେପ୍ଟେମ୍ବରରେ ଜି ୨୦ ସମ୍ମିଳନୀରେ ଯୋଗ ଦେବାକୁ ଆସି ପାରନ୍ତି ପୁଟିନ। ପୁଟିନଙ୍କ ଭାରତ ଗସ୍ତ ପାଇଁ କ୍ରେମଲିନ ଯୋଜନା କରୁଥିବା ସୂଚନା ମିଳିଛି ।

ଧ୍ୱଂସର ଭୟାବହତାକୁ ବୟାନ କରୁଛି ଏହି ସାଟେଲାଇଟ୍‌ ଚିତ୍ର। ପୂର୍ବ ୟୁକ୍ରେନର ଏହି ସହର ଏବେ ପରିତ୍ୟକ୍ତ ଆଉ ଜନମାନବ ଶୂନ୍ୟ। କେବଳ ରହିରହି ଗୁଳିଗୋଳା ବର୍ଷୁଛି । ରୁଷ ଓ ୟୁକ୍ରେନ ସେନା ଭିତରେ ଚାଲିଛି ଘମାଘୋଟ ଲଢ଼େଇ। ବହୁ ଦିନ ଧରି ବାଖମୁତ ଉପରେ ଆକ୍ରମଣ କରୁଛି ରୁଷ ସେନା। ସହରର ପୂର୍ବାଞ୍ଚଳକୁ ସଂପୂର୍ଣ୍ଣ ଦଖଲକୁ ନେଇ ଗଲାଣି। ତେବେ ପଶ୍ଚିମ ପାର୍ଶ୍ୱ ଏବେ ବି ୟୁକ୍ରେନ ସେନାର ଦଖଲରେ ଅଛି। ବ୍ରିଜ ଓ ରାସ୍ତା ଧ୍ୱଂସ କରି ରୁଷ ସେନାକୁ ଆଗକୁ ବଢ଼ିବାକୁ ଦେଉନି କିଭ ବାହିନୀ।

ସହର ମଝିରେ ଥିବା ନଦୀର ଦୁଇ ପାର୍ଶ୍ୱ ଏବେ ଯୁଦ୍ଧର ସମ୍ମୁଖ ଭାଗ ପାଲଟିଛି। ବାଖମୁତକୁ କିଲିଂ ଜୋନ କରିଦେଇଛି ୟୁକ୍ରେନ ସେନା। ଆଗକୁ ବଢ଼ିଲେ ଜଗି ବସିଛି ମୃତ୍ୟୁ। ସେପଟେ ୟୁକ୍ରେନ ସେନା ପାଖରେ ପହଞ୍ଚି ପାରୁନି ଅସ୍ତ୍ର। ରାସ୍ତାକୁ ମୁହଁ କରିଛି ରୁଷ ସେନାର ତୋପ । ଯୁଦ୍ଧ କ୍ଷେତ୍ରରେ ସିରିଜ ବିଫଳତା ପରେ ବାଖମୁତ ଦଖଲ କରି ସାଙ୍କେତିକ ବିଜୟ ଆଶା ରଖିଛି ରୁଷ ସେନା। ବାଖମୁତ ସହର ଦଖଲ କଲେ ପୂର୍ବ ୟୁକ୍ରେନରେ ରୁଷ ସେନାକୁ ଆଗକୁ ବଢ଼ିବା ମଧ୍ୟ ସହଜ ହେବ।

ମସ୍କୋ ପାଇଁ ମିସାଇଲ ପରୀକ୍ଷାରଗାର ପାଲଟିଛି କିଭ୍‌ । ୟୁକ୍ରେନ ଉପରେ କ୍ୱଚିତ ବ୍ୟବହୃତ ହେଉଥିବା ମିସାଇ ମାଡ଼ କରିଛି ରୁଷ। ଗୁରୁରବାର ଆକାଶ ମାର୍ଗରୁ ନିକ୍ଷେପ ହେଉଥିବା କିନ୍‌ଝଲ ବାଲିଷ୍ଟିକ ମିସାଇଲ ମାଡ଼ କରିଥିଲା ରୁଷ ସେନା। ଭୟାନକ କ୍ଷତି ଘଟାଇଛି ଏହି ହତିଆର। ଅନ୍ୟପଟେ ନାଟୋ ପଠାଉଥିବା କିଛି ଅସ୍ତ୍ରଶସ୍ତ୍ରକୁ ରୁଷ ସେନା ଜବତ କରି ଇରାନ ପଠାଉଥିବା ସୂଚନା ମିଳିଛି।

ଯୁଦ୍ଧ ସରୁନି କି ଶାନ୍ତିର ରାସ୍ତା ବି ଦେଖାଯାଉନି। ବିଶ୍ୱରେ ବଢ଼ୁଛି ଯୁଦ୍ଧ କୂଟନୀତି। ଏକ ଘରିକିଆ ହୋଇଥିବା ପୁଟିନ ଆସନ୍ତା ସେପଟେମ୍ବରରେ ବିଶ୍ୱ ନେତାଙ୍କୁ ସାମ୍ନା କରି ପାରନ୍ତି। ଜି ୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିପାରନ୍ତି ଭାରତ। ପୁଟିନ ଆସିବେ ବୋଲି ଚର୍ଚ୍ଚା ହେଉଛି। ଆସନ୍ତା ସେପଟେମ୍ବର ମାସରେ ଭାରତରେ ଜି ୨୦ ଶୀର୍ଷ ନେତାଙ୍କ ସମ୍ମିଳନୀ ଆୟୋଜିତ ହେବ ।

ଏଥିରେ ଯୋଗ ଦେବାକୁ ଆସପାରନ୍ତି ରୁଷ ରାଷ୍ଟ୍ରପତି। ପୁଟିନ୍‌ଙ୍କ ଗସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଥିବା ନିକଟତମ ବ୍ୟକ୍ତିଙ୍କ ସୂତ୍ରରୁ ଏହା ଜଣାପଡ଼ିଛି। ଯଦିଓ ଏହା ଚୂଡ଼ାନ୍ତ ହୋଇ ନାହିଁ। ଇଣ୍ଡୋନେସିଆ ଜି-ଟେ୍ଵଣ୍ଟି ସମ୍ମିଳନୀରେ ପୁଟିନ୍‌ ଯୋଗ ଦେଇନଥିଲେ । ଭାରତ ଆସିବାକୁ ନିମନ୍ତ୍ରଣ କରାଯାଇଛି। ପୁଟିନ ଭାରତ ଆସିଲେ ଆମେରିକା ଓ ୟୁରୋପ ନେତାଙ୍କ ସହ ସାମ୍ନାସାମ୍ନି ହେବେ । ବ୍ୟୁରୋ ରିପୋର୍ଟ, କଳିଙ୍ଗ ଟିଭି।

Niharanjan

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

34 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

45 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

58 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago