ଦେଶ ବିଦେଶ

ମୋଜାମ୍ବିକରେ ତାଣ୍ଡବ ରଚୁଛି ବାତ୍ୟା ଫ୍ରେଡ୍ଡୀ, ୫ ଲକ୍ଷ ଲୋକ ଏବେ ବିପଦମୁଖରେ

ମୋଜାମ୍ବିକରେ ତାଣ୍ଡବ ରଚୁଛି ବାତ୍ୟା ଫ୍ରେଡ୍ଡୀ । ଏବେ ଲାଣ୍ଡଫଲ୍ ପ୍ରକ୍ରିୟା ଚାଲିଛି । ସ୍ଥଳଭାଗରେ ପ୍ରବେଶ କରିବା ସହ ପ୍ରକୋପ ଦେଖାଉଛି ଫ୍ରେଡ୍ଡୀ । ଏହାର ପ୍ରଭାବରେ ପ୍ରଳୟଙ୍କରୀ ପବନ ସହ ବର୍ଷା ଚାଲିଛି । ସ୍ଥଳଭାଗ ଛୁଇଁବା ବେଳେ ପବନର ଘଣ୍ଟାପ୍ରତି ବେଗ ୧୭୫ କିଲୋମିଟରୁ ଅଧିକ ରହିଛି ।

ଆଗକୁ ଆହୁରି ବଢ଼ିପାରେ ଝଟକା ପବନର ବେଗ । ମୋଜାମ୍ବିକ ଉପକୂଳରେ ଏବେ ଘୂରିବୁଲୁଛି ବାତ୍ୟାର ଆଖି । ଯେତିକି ଆଖି ଖୋଲିବ ସେମିତି ତାଣ୍ଡବ ରଚିବ ଫ୍ରେଡ୍ଡୀ । ଜାମ୍ବେଜିଆ ସହ ଟେଟେ, ସୋଫାଲା ଏବଂ ନାମପୁଲା ରାଜ୍ୟର ସାଢ଼େ ୫ ଲକ୍ଷ ଲୋକ ଏବେ ବିପଦମୁଖରେ ଅଛନ୍ତି । ପୂର୍ବ ଭାରତ ମହାସାଗରର ଅଷ୍ଟ୍ରେଲିଆ ଉପକୂଳରେ ଫେବ୍ରୁଆରୀ ୬ ତାରିଖରେ ସୃଷ୍ଟି ହୋଇଥିଲା ଫ୍ରେଡି ।

ପ୍ରାୟ ୫ ହଜାର ମାଇଲ ପାର କରି ପଶ୍ଚିମରେ ପହଞ୍ଚିଛି । ପୂରା ଭାରତ ମହାସାଗରରେ ୩୪ ଦିନ ରହି ସବୁ ରେକର୍ଡ ଭାଙ୍ଗିଛି । ଫେବ୍ରୁଆରୀ ୨୧ରେ ମାଡଗାସ୍କର ଓ ଫେବ୍ରୁଆରୀ ୨୪ରେ ମୋଜାମ୍ବିକରେ ଲ୍ୟାଣ୍ଡଫଲ କରିଥିଲା ଫ୍ରେଡ୍ଡି । ଏବେ ଦ୍ୱିତୀୟ ଥର କାମ୍ବୋଜିଆରେ ହିଟ୍ କରୁଛି ବାତ୍ୟା ।

Niharanjan

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

5 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

6 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

10 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

33 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

40 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

47 mins ago