ଦେଶ ବିଦେଶ

ଗରମ ଯୋଗୁଁ ବାଲିଆରେ ୪ ଦିନରେ ମଲେଣି ୫୭, ବିଦା ହେଲେ ମୁଖ୍ୟ ଚିକିତ୍ସା ଅଧିକ୍ଷକ

ଉତ୍ତରପ୍ରଦେଶର ବାଲିଆ ଜିଲ୍ଲାରେ ଭୀଷଣ ଗରମ ଏବଂ ଗୁଳୁଗୁଳି ଯୋଗୁଁ ଗତ ୪ ଦିନରେ ୫୭ ଲୋକଙ୍କର ମୃତ୍ୟୁ ହୋଇଛି । ଏହା ଭିତରେ ଜିଲ୍ଲା ହସପିଟାଲର ମୁଖ୍ୟ ଚିକିତ୍ସା ଅଧିକ୍ଷକଙ୍କୁ ବିଦା କରାଯାଇଛି । ଦାୟିତ୍ବହୀନ ମନ୍ତବ୍ୟ ଦେବା ପରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ବ୍ରିଜେଶ ପାଠକ କହିଛନ୍ତି ।

ଗତ ତିନି ଦିନ ମଧ୍ୟରେ ତାପମାତ୍ରା ବୃଦ୍ଧି ଲାଗି ଜିଲ୍ଲା ଡାକ୍ତରଖାନାରେ ୫୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୪୦୦ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପ୍ରବଳ ଉତ୍ତାପ ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ମାମଲାକୁ ନେଇ ସରକାର ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ଟିମ୍‌ ଯାଞ୍ଚ ଆରମ୍ଭ କରିଛନ୍ତି ।

ବାଲିଆ ଜିଲ୍ଲା ହସ୍ପିଟାଲର ମୁଖ୍ୟ ସ୍ବାସ୍ଥ୍ୟ ଅଧିକାର ଡ. ଜୟନ୍ତ କୁମାର କହିଛନ୍ତି, ବାଲିଆ ଜିଲ୍ଲାରେ ହିଟ୍‌ ଷ୍ଟ୍ରୋକ ଯୋଗୁଁ ଏପର୍ଯ୍ୟନ୍ତ କେବଳ ୨ ଜଣଙ୍କର ମୃତ୍ୟୁ ହୋଇଛି । ହସପିଟାଲରେ ୪୦ ପ୍ରତିଶତ ଲୋକ ଜ୍ବର ଏବଂ ୬୦ ପ୍ରତିଶତ ଲୋକଙ୍କର ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।

ହସପିଟାଲରେ ରୋଗୀଙ୍କୁ କୌଣସି ଅସୁବିଧା ଯେପରି ନ ହୁଏ, ସେଥିପାଇଁ ସମସ୍ତ ପ୍ରକାରର ସୁବିଧା କରାଯାଇଛି । ୧୫ ବେଡ୍‌ ଅଧିକ ବଢାଯିବା ସହିତ କୁଲର, ପଙ୍ଖା ଏବଂ ଏୟାର କଣ୍ଡିସନର ଲଗାଯାଇଛି ।

ଆଜମଗଡ ସର୍କଲର ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ବିପି ତିୱାରୀ କହିଛନ୍ତି ଯେ, ଏପରି ରୋଗ ଅଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ଲକ୍ଷ୍ନୌରୁ ଏକ ଟିମ୍ ଆସୁଛନ୍ତି । ଅତ୍ୟଧିକ ଉତ୍ତାପ କିମ୍ବା ଥଣ୍ଡା ହେତୁ ଶ୍ୱାସ ରୋଗୀ, ମଧୁମେହ ରୋଗୀ ଏବଂ ରକ୍ତଚାପ ରୋଗୀଙ୍କର ବିପଦ ଅଧିକ ଥାଏ। ଡକ୍ଟର ତିୱାରୀ ଅନୁମାନ କରିଛନ୍ତି ଯେ, ମର୍କୁର ସାମାନ୍ୟ ବୃଦ୍ଧି ହେତୁ ତାଙ୍କର ମୃତ୍ୟୁ ହୋଇଥାଇପାରେ।

ତେବେ ହପିଟାଲରେ ୧୫ ଜୁନରେ ୧୫୪ ରୋଗୀ ଭର୍ତ୍ତି ହୋଇଥିଲେ । ଯାହା ମଧ୍ୟରେ ୨୩ ଜଣ ରୋଗୀଙ୍କ ମୃତ୍ୟୁ ବିଭିନ୍ନ କାରଣରୁ ମୃତ୍ୟୁ ହୋଇଥିବା ଡା ଏକକେ ଯାଦବ କହିଛନ୍ତି । ଏହାଛଡା ୧୬ ଜୁନରେ ୨୦ ଜଣ ରୋଗୀ, ୧୭ ଜୁନରେ ୧୧ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ୬୦ ବର୍ଷରୁ ଅଧିକ ବୟସର ଲୋକ ରହିଛନ୍ତି ।

Swagatika

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

3 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

18 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

33 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

43 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

54 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago