ଦେଶ ବିଦେଶ

ନେପାଳରେ ପ୍ରକୃତିର ତାଣ୍ଡବ, ପ୍ରବଳ ବର୍ଷା ପରେ ଭୂସ୍ଖଳନରେ ୫ ଜଣଙ୍କ ମୃତ୍ୟୁ; ୨୮ ନିଖୋଜ

ନେପାଳର ପୂର୍ବ ଭାଗରେ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ପରେ ଆସିଥିବା ବିପର୍ଯ୍ୟୟରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ଏଥିରେ ବହୁ ଲୋକ ନିଖୋଜ ଅଛନ୍ତି। ପୋଲିସ ସୂଚନା ମୁତାବକ, ପୂର୍ବ ନେପାଳରେ ଭୂସ୍ଖଳନ ହେତୁ ଏ ପର୍ଯ୍ୟନ୍ତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ନିଖୋଜ ଅଛନ୍ତି। ନିଖୋଜ ଲୋକଙ୍କୁ ଖୋଜା ଚାଲିଛି।

ଏହା ପୂର୍ବରୁ ରବିବାର ନେପାଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଏଥିସହିତ ବନ୍ୟା ଓ ଭୂସ୍ଖଳନରେ ଅତି କମ୍‌ରେ ୨୫ ଜଣ ନିଖୋଜ ହୋଇଯାଇଥିଲେ। ସୂଚନା ଅନୁସାରେ, ସଂଖୁବାସଭା ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏହି ଜିଲ୍ଲାରେ ରବିବାର ୧୬ ଜଣ ନିଖୋଜ ଥିବା ସୂଚନା ମିଳିଛି।

ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ଯେ ହେୱାଖୋଲାରେ ଶନିବାର ସନ୍ଧ୍ୟାଠାରୁ ଆସିଥିବା ବନ୍ୟା ପରେ ସୁପର ହେୱାଖୋଲା ଜଳ ବିଦ୍ୟୁତର ୧୬ ଜଣ କର୍ମଚାରୀ ନିଖୋଜ ହୋଇଯାଇଛନ୍ତି। ବନ୍ୟାରେ ୭ଟି ଘର ଧୋଇ ହୋଇଯାଇଛି।

ଜିଲ୍ଲା ପୋଲିସ କହିଛି ଯେ ରବିବାର ଜଣେ ଶ୍ରମିକଙ୍କ ମୃତଦେହ ମିଳିଛି, ଯାହାକୁ ଚିହ୍ନଟ କରିବାକୁ ଚେଷ୍ଟା କରାଯାଉଛି। ସେପଟେ ପଞ୍ଚଥରରେ ବନ୍ୟା ଯୋଗୁ ଅତି କମ୍‌ରେ ୫ ଜଣ ନିଖୋଜ ହୋଇଯାଇଛନ୍ତି। ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

Roshni

Recent Posts

ଏଯାଏ ମୌସୁମୀ ବର୍ଷା ଆରମ୍ଭ ହୋଇନାହିଁ, ପ୍ରକୋପ ଦେଖାଇଲାଣି ଡେଙ୍ଗୁ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଏଯାଏ ମୌସୁମୀ ବର୍ଷା ଆରମ୍ଭ ହୋଇନାହିଁ, ହେଲେ ଏବେ ଠୁ କାୟା ମେଲାଇଲାଣି ଡେଙ୍ଗୁ, ଗତବର୍ଷ ଏହି…

39 seconds ago

ରିଲିଜ ହେଲା ଫିଲ୍ମ ‘କଲ୍କି 2898 AD’ ର ଟ୍ରେଲର, ଭିଡିଓ ଦେଖି ଫ୍ୟାନ୍ସ ମନେ ପକାଇଲେ ‘ମହାଭାରତ’

ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ସାଇନ୍ସ ଫିକ୍ସନ ଫିଲ୍ମ ‘କଲ୍କି 2898 AD’ ର ଟ୍ରେଲର ରିଲିଜ ହୋଇଛି ।…

2 mins ago

SCB ଟ୍ରମା କେୟାରରେ ଅଗ୍ନିକାଣ୍ଡ, ଯୁଦ୍ଧକାଳୀନ ଭିତିରେ ଚାଲିଛି ନିଆଁ ଲିଭା କାର୍ଯ୍ୟ

କଟକ (କେନ୍ୟୁଜ): SCB ଟ୍ରମା କେୟାରରେ ଅଗ୍ନିକାଣ୍ଡ । କଟକ SCB ଟ୍ରମା କେୟାର ICUର AC ଆଉଟଡୋରରେ ଲାଗିଛି…

11 mins ago

ଭୂମିକମ୍ପରେ ଥରିଲା ଦକ୍ଷିଣ କୋରିଆ, ରିକ୍ଟର ସ୍କେଲରେ ତୀବ୍ରତା ୪.୮

ଦକ୍ଷିଣ କୋରିଆରେ ଭୟଙ୍କର ଭୂମିକମ୍ପ । ଦକ୍ଷିଣ-ପଶ୍ଚିମ କାଉଣ୍ଟି ବୁଆନର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଏହି ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି…

36 mins ago

ନବୀନଙ୍କୁ ଭେଟିଲେ ମୋହନ ମାଝୀ, ଶପଥ ସମାରୋହରେ ଯୋଗଦେବାକୁ କଲେ ନିମନ୍ତ୍ରଣ

ଭୁବନେଶ୍ୱର (କେନ୍ୟୁଜ): ନବୀନଙ୍କୁ ଭେଟିଲେ ମୋହନ ମାଝୀ । ଶପଥ ଗ୍ରହଣ ପୂର୍ବରୁ ନବୀନ ନିବସରେ ପହଞ୍ଚି ନବୀନ ପଟ୍ଟନାୟକଙ୍କୁ…

38 mins ago

ୟୁପି: ରାସ୍ତା ପାର୍ଶ୍ୱରେ ଶୋଇଥିଲା ପୂରା ପରିବାର, ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ୍‌; ଉଡ଼ିଗଲା ୮ ଜଣଙ୍କ ପ୍ରାଣବାୟୁ

ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାରେ ଆଜି ଭୋର୍‌ ସମୟରେ ଏକ ଦୁଃଖଦାୟକ ଦୁର୍ଘଟଣା ଘଟିଛି । ଏଠାରେ ରାସ୍ତା ପାର୍ଶ୍ୱ…

56 mins ago