Below header

ନେପାଳରେ ପ୍ରକୃତିର ତାଣ୍ଡବ, ପ୍ରବଳ ବର୍ଷା ପରେ ଭୂସ୍ଖଳନରେ ୫ ଜଣଙ୍କ ମୃତ୍ୟୁ; ୨୮ ନିଖୋଜ

ନେପାଳର ପୂର୍ବ ଭାଗରେ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ପରେ ଆସିଥିବା ବିପର୍ଯ୍ୟୟରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ଏଥିରେ ବହୁ ଲୋକ ନିଖୋଜ ଅଛନ୍ତି।

ନେପାଳର ପୂର୍ବ ଭାଗରେ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ପରେ ଆସିଥିବା ବିପର୍ଯ୍ୟୟରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ଏଥିରେ ବହୁ ଲୋକ ନିଖୋଜ ଅଛନ୍ତି। ପୋଲିସ ସୂଚନା ମୁତାବକ, ପୂର୍ବ ନେପାଳରେ ଭୂସ୍ଖଳନ ହେତୁ ଏ ପର୍ଯ୍ୟନ୍ତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ନିଖୋଜ ଅଛନ୍ତି। ନିଖୋଜ ଲୋକଙ୍କୁ ଖୋଜା ଚାଲିଛି।

ଏହା ପୂର୍ବରୁ ରବିବାର ନେପାଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଏଥିସହିତ ବନ୍ୟା ଓ ଭୂସ୍ଖଳନରେ ଅତି କମ୍‌ରେ ୨୫ ଜଣ ନିଖୋଜ ହୋଇଯାଇଥିଲେ। ସୂଚନା ଅନୁସାରେ, ସଂଖୁବାସଭା ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏହି ଜିଲ୍ଲାରେ ରବିବାର ୧୬ ଜଣ ନିଖୋଜ ଥିବା ସୂଚନା ମିଳିଛି।

ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ଯେ ହେୱାଖୋଲାରେ ଶନିବାର ସନ୍ଧ୍ୟାଠାରୁ ଆସିଥିବା ବନ୍ୟା ପରେ ସୁପର ହେୱାଖୋଲା ଜଳ ବିଦ୍ୟୁତର ୧୬ ଜଣ କର୍ମଚାରୀ ନିଖୋଜ ହୋଇଯାଇଛନ୍ତି। ବନ୍ୟାରେ ୭ଟି ଘର ଧୋଇ ହୋଇଯାଇଛି।

ଜିଲ୍ଲା ପୋଲିସ କହିଛି ଯେ ରବିବାର ଜଣେ ଶ୍ରମିକଙ୍କ ମୃତଦେହ ମିଳିଛି, ଯାହାକୁ ଚିହ୍ନଟ କରିବାକୁ ଚେଷ୍ଟା କରାଯାଉଛି। ସେପଟେ ପଞ୍ଚଥରରେ ବନ୍ୟା ଯୋଗୁ ଅତି କମ୍‌ରେ ୫ ଜଣ ନିଖୋଜ ହୋଇଯାଇଛନ୍ତି। ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.