ଦେଶ ବିଦେଶ

କୋଲକାତା ଫ୍ଲାଟ୍‌ରୁ ମୃତ ମିଳିଲେ ବାଂଲାଦେଶର ନିଖୋଜ ସାଂସଦ, ଚିକିତ୍ସା ପାଇଁ ଭାରତ ଆସି ନିଖୋଜ ଥିଲେ

ବାଂଲାଦେଶର ନିଖୋଜ ସାଂସଦ ଅନୱାରୁଲ ଅଜିମ ଅନାର ଭାରତରେ ମୃତ ଅବସ୍ଥାରେ ମିଳିଛନ୍ତି । ତାଙ୍କ ମୃତ୍ୟୁକୁ ବାଂଲାଦେଶ ଗୃହମନ୍ତ୍ରୀ ନିଶ୍ଚିତ କରିଛନ୍ତି । ଅନୱାରୁଲ ଅଜିମ ଥିଲେ ଶାସକ ଦଳ ‘ଅୱାମୀ ଲିଗ୍‌’ର ସାଂସଦ । ସେ ନିଜର ଚିକିତ୍ସା ପାଇଁ ଭାରତ ଆସିଥିଲେ । କିନ୍ତୁ ଗତ କିଛି ଦିନ ହେବ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ତାଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଚାଲିଥିଲା ।

ବାଂଲାଦେଶ ଗୃହମନ୍ତ୍ରୀ ଅସଦୁଜମାନ ଖାନ କହିଛନ୍ତି ଯେ କୋଲକାତା ପୋଲିସ ଅନୱାରୁଲଙ୍କ ମୃତ୍ୟୁ ନିଶ୍ଚିତ କରିଛି । ପୋଲିସ ସୂଚନା ଅନୁସାରେ, ତିନି ଥରର ସାଂସଦ ଅନୱାରୁଲ ଏକ ଫ୍ଲାଟରେ ମୃତ ଅବସ୍ଥାରେ ମିଳିଥିଲେ । ଏଠାରେ ସେ କାହାକୁ ଭେଟିବା ପାଇଁ ଆସିଥିଲେ ।

କହି ରଖୁଛୁ, ମେ’ ୧୨ରେ ଅନୱାରୁଲ କୋଲକାତାରେ ପହଞ୍ଚିଥିଲେ । ହେଲେ ସେବେଠାରୁ ତାଙ୍କ ପରିବାର ସହିତ ତାଙ୍କର ଯୋଗାଯୋଗ ହୋଇପାରି ନ ଥିଲା । ମେ’ ୧୪ରୁ ତାଙ୍କ ଫୋନ୍ ମଧ୍ୟ ବନ୍ଦ ହୋଇଯାଇଥିଲା ।

ଉତ୍ତର କୋଲକାତାର ବର୍ଣ୍ଣାନଗର ଥାନାରେ ବାଂଲାଦେଶୀ ସାଂସଦଙ୍କ ନିଖୋଜ ସମ୍ପର୍କରେ ସୂଚନା ଦିଆଯାଇଥିଲା । ପୋଲିସ ସୂତ୍ର ମୁତାବକ, ଅନୱାରୁଲ ମେ’ ୧୨ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ନିଜର ଜଣେ ପାରିବାରିକ ବନ୍ଧୁ ଗୋପାଳ ବିଶ୍ୱାସଙ୍କୁ ଭେଟିବା ପାଇଁ ତାଙ୍କ କୋଲକାତା ଘରକୁ ଯାଇଥିଲେ । ପରଦିନ ଅପରାହ୍ନ ୧ଟା ୪୧ ମିନିଟ୍‌ରେ ସେ ଡାକ୍ତରଙ୍କୁ ଭେଟିବେ ବୋଲି କହି ସେଠାରୁ ଚାଲିଆସିଥିଲେ । ତେବେ ସନ୍ଧ୍ୟାରେ ସେ ଫେରିବେ ବୋଲି କହିଥିଲେ ।

ଅନୱାରୁଲ ବିଧାନ ପାର୍କ ପାଖରୁ ଟ୍ୟାକ୍ସି ନେଇଥିଲେ । ସନ୍ଧ୍ୟାରେ ସେ ଗୋପାଳଙ୍କୁ ହ୍ଵାଟସ୍‌ଆପ ମେସେଜ୍‌ କରି କହିଥିଲେ କି, ସେ ଦିଲ୍ଲୀ ଯାଉଛନ୍ତି ଏବଂ ସେଠାରେ ପହଞ୍ଚିବା ପରେ ତାଙ୍କୁ କଲ୍‌ କରିବେ ।

ମେ’ ୧୪ରେ ଅନୱାରୁଲ ଆଉ ଏକ ମେସେଜ ଗୋପାଳଙ୍କୁ ପଠାଇଥିଲେ, ଯେଉଁଥିରେ କହିଥିଲେ ଯେ ସେ ଦିଲ୍ଲୀରେ ପହଞ୍ଚିଛନ୍ତି ଏବଂ ଏଠାରେ ସେ କିଛି ଭିଆଇପି ଲୋକଙ୍କ ସହିତ ଅଛନ୍ତି । ତେଣୁ ତାଙ୍କୁ କଲ୍‌ କରିବାର କୌଣସି ଆବଶ୍ୟକ ନାହିଁ । ଏହି ମେସେଜ୍‌ ସେ ତାଙ୍କ ପିଏ ରାଉଫ୍‌ଙ୍କୁ ମଧ୍ୟ ପଠାଇଥିଲେ । କିନ୍ତୁ ମେ’ ୧୭ରେ ଅନୱାରୁଲଙ୍କ ଝିଅ ଗୋପାଳଙ୍କୁ କଲ୍‌ କରି ବାପାଙ୍କ ସହିତ ଯୋଗାଯୋଗ ହୋଇପାରୁ ନ ଥିବା କଥା କହିଥିଲେ । ସେବେଠାରୁ ତାଙ୍କ ପରିବାର ସହିତ ଯୋଗାଯୋଗ ବନ୍ଦ ଥିଲା । ଏବେ ନିଖୋଜର କିଛି ଦିନ ପରେ ତାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି ।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago