କ୍ରିକେଟ୍‌ ଜରିଆରେ ସମ୍ପର୍କ ସେତୁ : ଇମ୍ରାନ୍‌ଙ୍କୁ ‘ବ୍ୟାଟ୍‌’ ଭେଟି ଦେଲେ ଭାରତୀୟ ହାଇକମିଶନର୍‌

ନୂଆଦିଲ୍ଲୀ : ପଡ଼ୋଶୀ ପାକିସ୍ତାନ ସହିତ ସୁସମ୍ପର୍କ ଯୋଡ଼ିବାର ଆଉ ଏକ ବାର୍ତ୍ତା। ନୂଆ ପ୍ରଧାନମନ୍ତ୍ରୀ ଭାବେ ପୂର୍ବତନ କ୍ରିକେଟର୍‌ ତଥା ବର୍ତ୍ତମାନର ରାଜନୈତିକ ନେତା ଇମ୍ରାନ୍‌ ଖାନ୍‌ ଶପଥ ନେବା ବାକି ଅଛି । ତା ପୂର୍ବରୁ ସୁ ସମ୍ପର୍କ ଯୋଡ଼ିବା ପାଇଁ ଭାରତ ପକ୍ଷରୁ ଉଦ୍ୟମ ଜାରି ରହିଛି । ଆଜି ପାକିସ୍ତାନ ସ୍ଥିତ ଭାରତୀୟ ହାଇକମିଶନର୍‌ ଅଜୟ ବିସାରିଆ ଇମ୍ରାନ୍‌ଙ୍କୁ ଭେଟି ତାଙ୍କୁ ଏକ ବ୍ୟାଟ୍‌ ଉପହାର ଦେଇଛନ୍ତି । ଏହି ବ୍ୟାଟ୍‌ରେ ପୂରା ଭାରତୀୟ କ୍ରିକେଟ୍‌ ଟିମ୍‌ର ଖେଳାଳିମାନେ ଦସ୍ତଖତ କରିଛନ୍ତି । ସାଧାରଣ ନିର୍ବାଚନରେ ତାଙ୍କ ଦଳ ପାକିସ୍ତାନ ତେହରିକ-ଇ- ଇନସାଫ ‘ପିଟିଆଇ’ର ସଫଳତା ପାଇଁ ବିସାରିଆ ଇମ୍ରାନ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ସହିତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପ୍ରସଙ୍ଗରେ ମଧ୍ୟ ସକାରାତ୍ମକ ଆଲୋଚନା କରିଛନ୍ତି । ଏ ନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ହାଇକମିଶନର୍‌ ବିସାରିଆ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଜୁଲାଇ ୩୦ ତାରିଖରେ ଇମ୍ରାନ୍‌ଙ୍କୁ ଅଭିନନ୍ଦନ ଜଣାଇଥିଲେ । ଗତ ନିର୍ବାଚନରେ ଇମ୍ରାନ୍‌ଙ୍କ ପିଟିଆଇ ଦଳ ସର୍ବାଧିକ ୧୧୬ଟି ଆସନ ଜିତିଛି । ଅଗଷ୍ଟ ୧୧ ତାରିଖ ଦିନ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଘୋଷଣା କରାଯାଇଥିଲା । ତେବେ ବର୍ତ୍ତମାନ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି । ଅଗଷ୍ଟ ୧୮ ତାରିଖରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ସେପଟେ ପାକିସ୍ତାନ ପକ୍ଷରୁ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ କୌଣସି ଯୋଗାଯୋଗ କରାଯାଇ ନାହିଁ ବୋଲି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଯଦି ଯୋଗାଯୋଗ କରାଯାଏ ତେବେ ବିଚାର କରାଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି ।

Himanshu PatiMishra

Recent Posts

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

2 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

6 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

26 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

1 hour ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago

ସାଇବର ଠକେଇର ଶିକାର ହେଲେ ଉଚ୍ଚ ଶିକ୍ଷିତା ମହିଳା ଅଧିକାରୀ, ହରାଇଲେ ୩ ଲକ୍ଷ ୩୯ହଜାର

ଭୁବନେଶ୍ୱର: ଅନେକ ସମୟରେ ଜନସାଧାରଣ ସାଇବର ଠକେଇର ଶିକାର ହେଉଥିବା ନଜର ଆସିଛି । ଚୋର ଠାରୁ ପୋଲିସ ଯେତେ ଚାଲାକ୍‌…

2 hours ago