ପୁଣି ଶୀତ ଅଧିବେଶନକୁ ଅପେକ୍ଷା : ଏଥର ବି ରାଜ୍ୟସଭାକୁ ଆସି ପାରିଲାନି ବହୁଚର୍ଚ୍ଚିତ ଟ୍ରିପଲ୍ ତଲାକ୍ ବିଲ୍

ନୂଆଦିଲ୍ଲୀ : ଲୋକସଭା ଦ୍ୱାରା ଗୃହୀତ ହୋଇଥିବା ବହୁ ଚର୍ଚ୍ଚିତ ଟ୍ରିପଲ ତଲାକ୍‌ ବିଲ୍‌ ଆଇନରେ ପରିଣତ ପାଇଁ ଆଗାମୀ ଶୀତ ଅଧିବେଶନ ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ମୁସଲିମ୍‌ ୱିମେନ (ପ୍ରୋଟେକ୍ସନ୍‌ ଅଫ୍‌ ରାଇଟ୍‌ସ୍‌ ଅନ୍‌ ମ୍ୟାରେଜ)ବିଲ-୨୦୧୭ ବା ଟ୍ରିପଲ ତଲାକ୍‌ ବିଲକୁ ନେଇ ରାଜ୍ୟସଭାରେ ସହମତି ହୋଇନପାରିବାରୁ ଏଭଳି ସ୍ଥିତି ଉପୁଜିଛି। ରାଜ୍ୟସଭାରେ ଆଜି ଏହି ବିିଲ୍‌କୁ ଆଗତ କରିବାକୁ ସରକାରଙ୍କ ପକ୍ଷରୁ ଉଦ୍ୟମ ହୋଇଥିଲା । କିନ୍ତୁ ବିରୋଧୀ ଦଳଗୁଡିକର ସହଯୋଗ ନ ମିଳିବାରୁ ଶୂନ୍ୟକାଳରେ ପ୍ରବଳ ହୋହାଲ୍ଲା ହୋଇଥିଲା। ପରେ ଗୃହକୁ ଅପରାହ୍ନ ସାଢେ ୨ଟା ପର୍ୟ୍ୟନ୍ତ ମୁଲତବୀ କରାଯାଇଥିଲା। ତେବେ ଅପରାହ୍ନରେ ମଧ୍ୟ ସମାନ ସ୍ଥିତି ଉପୁଜିବାରୁ ଅଧ୍ୟକ୍ଷ ଏମ୍‌. ଭେଙ୍କେୟା ନାଇଡୁ ଚଳିତ ଅଧିବେଶନରେ ଏହି ବିଲ୍‌ ଆସିବ ନାହିଁ ବୋଲି କହିଥିଲେ। ଟ୍ଟ

ମୁସ୍‌ଲିମ ସଂପ୍ରଦାୟରେ ପ୍ରଚଳିତ ଟ୍ରିପଲ ତଲାକକୁ ଅପରାଧିକ ମାମଲାରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଏହି ବିଲ ଲୋକସଭାରେ ଗତ ଡିସେମ୍ବର ୨୮ ତାରିଖରେ ପାରିତ ହୋଇ ସାରିଛି। ବିଲ୍‌ ଅନୁଯାୟୀ, ତିନିଥର ତଲାକ୍‌ କହି ମହିଳାଙ୍କୁ ଛାଡପତ୍ର ଦେଉଥିବା ମୁସଲିମ୍‌ ପୁରୁଷଙ୍କୁ ଜାମିନ ବିହନ ଗିରଫ କରାଯିବା ସହ ତିନି ବର୍ଷ ଜେଲ୍‌ ଦଣ୍ଡ ମିଳିବ। ଏହି ବିଲ୍‌ରେ ଜାମିନ ବ୍ୟବସ୍ଥା କରିବାକୁ ଚାପ ପଡିବାରୁ ଗତକାଲି କେନ୍ଦ୍ର କ୍ୟାବିନେଟ ବିଲ୍‌ରେ ତିନିଟି ସଂଶୋଧନ ଆଣିଛନ୍ତି।

ପ୍ରଥମଟି ହେଲା ତ୍ରିପଲ ତଲାକ ଦେଉଥିବା ପୁରୁଷଙ୍କ ବିରୋଧରେ କେବଳ ସଂପୃକ୍ତ ମହିଳା କିମ୍ବା ତାଙ୍କର କୌଣସି ସଂପର୍କୀୟ ପୋଲିସ୍‌ରେ କେସ୍‌ କରିପାରିବେ। ଦ୍ବିତୀୟଟି ହେଉଛି ତଲାକ ପରେ ଯଦି ସଂପୃକ୍ତ ମହିଳା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ବିବାଦ ତୁଟିଯାଏ,ସଂପୃକ୍ତ ମହିଳା ମାମଲା ପ୍ରତ୍ୟାହାର କରିପାରିବେ। ଅାଉ ୩ୟଟି ତାଲକ୍‌ ଦେଇଥିବା ପୁରୁଷଙ୍କୁ ପୋଲିସ ଜାମିନ ଦେଇପାରିବ ନାହଁ। କେବଳ ମାଜିଷ୍ଟ୍ରେଟ ହିଁ ଜାମିନ ଦେଇପାରିବେ। ଏହା ପୂର୍ବରୁ ସଂପୃକ୍ତ ପୁରୁଷଙ୍କ ପତ୍ନୀଙ୍କ ମତାମତ ମାଜିଷ୍ଟ୍ରେଟଙ୍କୁ ନେବାକୁ ପଡିବ।ଏହି ସଂଶୋଧନ ପରେ ଆଇନ ମନ୍ତ୍ରୀ ରବିଶଂକର ପ୍ରସାଦ, ବିଲ୍‌କୁ ସମର୍ଥନ ପାଇଁ କଂଗ୍ରେସକୁ ଆହ୍ଵାନ ଦେଇଥିଲେ। ସୋନିଆ ଗାନ୍ଧିଙ୍କ ଉତ୍ତର ଥିଲା, ଏ ବାବାଦରେ କଂଗ୍ରେସ ଆଭିମୁଖ୍ୟ ସ୍ପଷ୍ଟ। ଆଉ ଅଧିକ କହିବା ଆବଶ୍ୟକ ନାହିଁ।

ଗତବର୍ଷ ଲୋକସଭାରେ ଏହି ବିଲ୍‌ ଉପରେ ଆଲୋଚନା ବେଳେ ବିଜେଡି ଏହି ବିଲ୍‌କୁ ବିରୋଧ କରିଥିଲା। ବିଲ୍‌ରେ ଅନେକ ତ୍ରୁଟି ଥିବା ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କହିଥିଲେ। ଏହି ବିଲ୍‌ରେ ତିନି ବର୍ଷର ଦଣ୍ଡ ବ୍ୟବସ୍ଥାକୁ ଏଆଇଏଡିଏମ୍‌କେ ଦୃଢ ବିରୋଧ କରିଥିଲା। ୨୦୧୭ ଅଗଷ୍ଟ ୨୨ ତାରିଖରେ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ସୁପ୍ରିମକୋର୍ଟ ତ୍ରିପଲ ତଲାକକୁ ଅସାମ୍ବିଧାନିକ ବୋଲି କହିଥିଲେ। ଏହା ଭାରତୀୟ ସମ୍ବିଧାନର ଧାରା ୧୪-ଆଇନ ଆଖିରେ ସମସ୍ତେ ସମାନ ବ୍ୟବସ୍ଥାକୁ ଉଲଂଘନ କରୁଥିବା ଦର୍ଶାଇଥିଲେ। ଯାହାକୁ ମୁସଲିମ ଲ ବୋର୍ଡ ପ୍ରବଳ ବିରୋଧ କରିଥିଲା। ଏହା ପରେ କେନ୍ଦ୍ର ସରକାର ଲୋକସଭାରେ ଏହି ବିଲ ପାରିତ କରିଥିଲେ।

KNews Bureau

Recent Posts

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

6 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

19 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

22 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

42 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago