ଦେଶ ବିଦେଶ

ମାଡାଗାସ୍କରରେ ବାତ୍ୟା ‘ବତ୍ସିରାଇ’ର ତାଣ୍ଡବ ଲୀଳା, ୧୦ ଜଣଙ୍କ ମୃତ୍ୟୁ; ବିସ୍ଥାପିତ ହୋଇଛନ୍ତି ୪୮ ହଜାର ଲୋକ!

ମାଡାଗାସ୍କରରେ ଭୀଷଣ ବାତ୍ୟା ‘ବତ୍ସିରାଇ’ ଧ୍ୱଂସର ତାଣ୍ଡବ ରଚିଛି। ବାତ୍ୟା ଯୋଗୁ ପ୍ରବଳ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ପାଖାପାଖି ଦୁଇ ସପ୍ତାହ ଭିତରେ ଦ୍ୱିତୀୟ ବଡ଼ ବାତ୍ୟା ‘ବତ୍ସିରାଇ’ ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟା ପ୍ରତି ୨୩୫ କିଲୋମିଟର ବେଗରେ ଲ୍ୟାଣ୍ଡଫଲ୍‌ କରିଥିଲା। ଏହାପରେ ଉଚ୍ଚ ଲହରୀ ଉଠିଥିଲା। ବାତ୍ୟା ଯୋଗୁ ଅନେକ ଘର ଧୂଳିସାତ୍‌ ହୋଇଯାଇଥିବା ବେଳେ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏଥି ସହିତ ଏହି ଘୂର୍ଣ୍ଣିବାତ୍ୟା କାରଣରୁ ପାଖାପାଖି ୪୮,୦୦୦ ଲୋକ ବିସ୍ଥାପିତ ହୋଇଛନ୍ତି। ପ୍ରବଳ ବେଗରେ ପବନ ବହିବା ହେତୁ ଅନେକ ଗଛ ଉପୁଡ଼ି ପଡ଼ିଥିବା ବେଳେ କେତେକ ଅଟ୍ଟାଳିକା ବି କ୍ଷତିଗ୍ରସ୍ତ ହୋଇଛି।

ମାଡାଗାସ୍କରର ମନଞ୍ଜରୀରେ ଘୂର୍ଣ୍ଣିବାତ୍ୟା ପୂର୍ବରୁ ଦେଶର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ପବନ ବହିଥିଲା। ମାଡାଗାସ୍କରର ପାଣିପାଗ ବିଭାଗ ରବିବାର କହିଥିଲା କି, ବର୍ଷା ଦେଶର କିଛି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି କରିବ। ଭାରତ ମହାସାଗରର ଦ୍ୱୀପ ଦେଶରେ ଧ୍ୱଂସର ତାଣ୍ଡବ ରଚିବା ପରେ ଏହି ଘୂର୍ଣ୍ଣିବାତ୍ୟା ଦୁର୍ବଳ ହୋଇଥିଲା। ଏହି ସମୟରେ ଘଣ୍ଟା ପ୍ରତି ପବନର ବେଗ ପ୍ରାୟ ୮୦ କିଲୋମିଟର ପହଞ୍ଚିଥିଲା, ଯେତେବେଳେ କି, ଦ୍ରୁତ ଗତି ଥିଲା ଘଣ୍ଟା ପ୍ରତି ୨୩୫ କିଲୋମିଟର।

ବିସ୍ଥାପିତ ହୋଇଛନ୍ତି ୪୮ ହଜାର ଲୋକ!

କୁହାଯାଉଛି କି, ସମୁଦ୍ର ଲହରୀ ମାଡ଼ି ଯାଇ ବାଲୁକା ପାହାଡ଼କୁ ନଷ୍ଟ କରି ଦେଇଛି, ଯାହାକି ଏକ କବରସ୍ଥାନ ଥିଲା। ଗଣମାଧ୍ୟମ ରିପୋର୍ଟ ମୁତାବକ, ବାତ୍ୟା ‘ବତ୍ସିରାଇ’ରେ ମନଞ୍ଜରୀ ସହର ସମ୍ପୂର୍ଣ୍ଣ ଧ୍ୱଂସ ହୋଇ ଯାଇଛି। ସହରର ପାଖାପାଖି ୯୫ ପ୍ରତିଶତ ଭାଗରେ ଅନେକ କ୍ଷୟକ୍ଷତି ହୋଇଛି। ମାଡାଗାସ୍କର ପୂର୍ବରୁ ହିଁ ଟ୍ରପିକାଲ୍ ଷ୍ଟର୍ମ ‘ଏନା’ ସହ ଜୁଝି ହେଉଥିଲା, ଯାହାକି ଗତ ମାସରେ ଭାରତ ମହାସାଗର ଦ୍ୱୀପ ଦେଶରେ ଲ୍ୟାଣ୍ଡଫଲ୍‌ କରି ଅନେକ ଲୋକଙ୍କ ଜୀବନ ନେଇଥିଲା।

ଫ୍ରାନ୍ସ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା କି, ମରିସସ୍‌ ଦେଇ ଯିବା ପରେ ବାତ୍ୟା ‘ବତ୍ସିରାଇ’ ପ୍ରବଳ ବର୍ଷିବା ସହିତ ଲା ରିୟୁନିଅନର ଫ୍ରାନ୍ସିସି ଦ୍ୱୀପକୁ ପ୍ରଭାବିତ କରିବ। ଏହା ପରେ ମାଡାଗାସ୍କର ପାଇଁ ବାତ୍ୟା ଗମ୍ଭୀର ବିପଦ ସୃଷ୍ଟି କରିବ। ବାତ୍ୟା ଏନା ଜାନୁଆରୀ ଶେଷରେ ମାଡାଗାସ୍କରରେ ଅତି କମରେ ୧୩୧,୦୦୦ ଲୋକଙ୍କୁ ପ୍ରଭାବିତ କରିଥିଲା, ଯେଉଁଥିରେ ପାଖାପାଖି ୬୦ ଜଣଙ୍କ ମୃତ୍ୟୁ ଘଟିଥିଲା।

Roshni

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

36 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

50 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago