ଦେଶ ବିଦେଶ

ୟୁକ୍ରେନ୍ ପରେ ସ୍ୱିଡେନ ଓ ଫିନଲ୍ୟାଣ୍ଡକୁ ଋଷର ଧମକ: ‘ନାଟୋରେ ସାମିଲ ହେଲେ ପରିଣାମ ବହୁତ ଖରାପ ହେବ’

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ଆକ୍ରମଣ କରୁଥିବା ରୁଷିଆ ବର୍ତ୍ତମାନ ସ୍ୱିଡେନ ଏବଂ ଫିନଲ୍ୟାଣ୍ଡକୁ ଚେତାବନୀ ଦେଇଛି। ରୁଷ କହିଛି ଯେ ଯଦି ଉଭୟ ଦେଶ ନାଟୋରେ ଯୋଗ ଦିଅନ୍ତି, ତେବେ ଏହାର ପରିଣାମ ୟୁକ୍ରେନ ଭଳି ଭୟଙ୍କର ହେବ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସ୍ୱିଡେନ ଏବଂ ଫିନଲ୍ୟାଣ୍ଡକୁ ରୁଷର ବୈଦେଶିକ ମନ୍ତ୍ରଣାଳୟ ନାଟୋରେ ଯୋଗଦେନ ଦେବାକୁ କହିଛି । ଯଦି ଏହା ଘଟେ, ଏହାର ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛି । କ୍ରେମଲିନଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ରୁଷର ସୈନ୍ୟମାନେ ୟୁକ୍ରେନର ରାଜଧାନୀ କିଭ୍‌ରେ ପ୍ରବେଶ କରି ଘମାଘୋଟ ଲଢେଇ କରିଛନ୍ତି । ତେବେ ଏପରି ଏକ ଚେତାବନୀ ଅନ୍ୟ ରାଷ୍ଟ୍ରଗୁଡିକୁ ଅତିଷ୍ଠ କରିଛି ।

ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ କ୍ଷମତାରୁ ହଟାଇବା ପାଇଁ ରୁଷ ତୀବ୍ର ଯୁଦ୍ଧ କରିବାରେ ଲାଗିଛି। ଖବର ମୁତାବକ ରୁଷର ପାରାଟ୍ରୁପରମାନେ ୟୁକ୍ରେନ ରାଜଧାନୀ କିଭ୍‌ରେ ପ୍ରବେଶ କରିସାରିଛନ୍ତି। ଏହି ସମୟ ମଧ୍ୟରେ ଆଲୋଚନା ପାଇଁ ରୁଷରୁ ପ୍ରତିନିଧି ପଠାଇବା ବିଷୟରେ ମଧ୍ୟ ଚର୍ଚ୍ଚା ହେଉଛି। ରିପୋର୍ଟ ଅନୁଯାୟୀ, ପୁଟିନ୍ ଖୁବ୍ ଶୀଘ୍ର ଜେଲେନସ୍କିଙ୍କ ସହ ଆଲୋଚନା ପାଇଁ ତାଙ୍କ ପ୍ରତିନିଧୀ ପଠାଇ ପାରନ୍ତି। କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସ୍କୋଭଙ୍କ ଅନୁଯାୟୀ ବୈଦେଶିକ ମନ୍ତ୍ରଣାଳୟ, ପ୍ରତିରକ୍ଷା ଏବଂ ପ୍ରଶାସନିକ ଅଧିକାରୀଙ୍କ ସମେତ ରୁଷର କୂଟନୈତିକ ପ୍ରତିନିଧୀ ଦଳ ୟୁକ୍ରେନ ସହ ଆଲୋଚନା ପାଇଁ ମିନସ୍କକୁ ପଠାଯାଇପାରେ। ରୁଷ ଦ୍ୱାରା ଏକ ଆବେଦନ ପରେ ଏହି ବିବୃତ୍ତି ଆସିଛି ଯେ ୟୁକ୍ରେନ ଯଦି ଆତ୍ମସମର୍ପଣ କରିବାକୁ ପ୍ରସ୍ତୁତ ତେବେ ଆଲୋଚନା ପାଇଁ ଆମେ ରାଜି ଅଛୁ ବୋଲି କହିଛି କିନ୍ତୁ ୟୁକ୍ରେନ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଛି।

ଅନ୍ୟପଟେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ ଅନ୍ୟ ଦିନ ଅପେକ୍ଷା ଆଜି ରାତିରେ ମୁସ୍କିଲ ହେବ। ଆମ ଦେଶର ଅନେକ ସହର ଆକ୍ରମଣର ଶିକାର ହେଉଛି। ଶର୍ନିହିଭ୍, ସୁମି, ଖାର୍କିଭ୍, ଡୋନ୍ବାସ୍ ଏବଂ ଦେଶର ଦକ୍ଷିଣରେ ଅବସ୍ଥିତ ସହରଗୁଡିକ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି କିନ୍ତୁ ଆମେ ଆମର ରାଜଧାନୀ କିଭ୍‌କୁ ହରାଇ ପାରିବୁ ନାହିଁ ।

Barsha

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

1 hour ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

2 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

2 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

2 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

2 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago