ଏହି ବିୟୁଟି କୁଇନ୍‌ଙ୍କ ଉପରେ ମରଣାନ୍ତକ ଆକ୍ରମଣ କଲେ ନିଜ ଜନ୍ମକଲା ମା’

ଏମିତି ଏକ ଘଟଣା ଯାହା ଆପଣଙ୍କୁ ଚମକାଇ ଦେବ ।  ଘଟଣାଟି ହେଉଛି ମିସ୍ ୱେଲ୍ସ ପ୍ରତିଯୋଗୀ କୁମାରୀ ମହେନ୍ଦ୍ରନ୍ଙ୍କ ଉପରେ ତାଙ୍କ ନିଜ ମା’ ମରଣାନ୍ତକ ଆକ୍ରମଣ କରିଛନ୍ତି । କୁମାରୀ ନିଜ ଖଟରେ ଶୋଇଥିବା ସମୟରେ ତାଙ୍କ ମା ରୋଷେଇ ଘର ଛୁରୀରେ ତାଙ୍କୁ ଆକ୍ରମଣ କରିଥିଲେ । କୁମାରୀ କହିଛନ୍ତି, ତାଙ୍କ ମା ଖଟରେ ହଠାତ୍ ଶୋଇପଡି ପ୍ରଥମେ ଦୁଇଥର ତାଙ୍କ କେଶକୁ ବ୍ରସରେ ବାଡେଇ ଉଠେଇଲେ । ଏହା ପରେ କହିଲେ ଶୋଇ ଯା । କିଛି ସମୟ ଯିବା ପରେ ତାଙ୍କ ବେକରେ ଖୁବ୍‌ ଜୋରରେ ଆଘାତ ଲାଗିଥିଲା । ରକ୍ତ ବହୁଥିବା ଅନୁଭବ କରିଥିଲେ କୁମାରୀ ।

ଏହାପରେ ତାଙ୍କ ମା ଛୁରୀ ଧରି ତାଙ୍କ ପିଛା କରିଥିଲେ । କୁମାରୀ ନିଜ ମାଙ୍କ ସହିତ ଲଢ଼େଇ କରି ଛୁରୀକୁ ତାଙ୍କ ହାତରୁ ଛଡାଇ ଆଣିବାରେ ସଫଳ ହୋଇଥିଲେ । ସେଠାରୁ ଦୌଡି ପଳାଇଥିଲେ । ପାଖ ପଡୋଶୀ ସେହି ସମୟରେ କୁମାରୀଙ୍କୁ ରାସ୍ତା ଉପରେ ଚିଲାଉଥିବାର ଶୁଣିବାକୁ ପାଇଥିଲେ । ସେ ସାହାର‌୍ୟ୍ୟ ପାଇଁ ଗୁହାରୀ କରି କହୁଥିଲେ ମୋ ମା’ ମୋ ବେକକୁ କାଟି ଦେଇଛନ୍ତି ମୋତେ ସାହାର‌୍ୟ୍ୟ କର । ଯାହା ପଡୋଶୀ ଜଣଙ୍କ କୋର୍ଟରେ ସାକ୍ଷୀ ଦେଇଛନ୍ତି । ତେବେ ବର୍ତ୍ତମାନ ତାଙ୍କ ମା ଏକ ହସ୍ପିଟାଲରେ ମନୋଚିକିତ୍ସକଙ୍କ ଦ୍ବାରା ଚିକିତ୍ସିତ ହେଉଛନ୍ତି । ତାଙ୍କ ମାନସିକ ସ୍ଥିତିକୁ ଦେଖି ସେ ବର୍ତ୍ତମାନ କୋର୍ଟରେ ହାଜର ହୋଇପାରିବେ ନାହିଁ । ଯାହା ହେଉ ପଛେ ସେ ଏକ ଅପରାଧ କରିଛନ୍ତି ।

କୁମାରୀ ଜଣେ ଭଲ ଝିଅର ପରିଚୟ ଦେଇ କହିଛନ୍ତି, ମତେ ମୋ ମାଙ୍କ କଥା ମନେପଡୁଛି । ମୁଁ କେବେ ଚାହୁଁନି ମୋ ମା ଜେଲ ଯାଆନ୍ତୁ । ମା’ଙ୍କ ମାନସିକ ରୋଗ କାରଣରୁ କୁମାରୀ ବ୍ରିଟେନ୍ରୁ ନିଜ ଘର ଶ୍ରୀଲଙ୍କାକୁ ଫେରିଯିବାକୁ ଚାହୁଁଥିଲେ ବୋଲି କହିଛନ୍ତି ।

 

 

 

Sonalisa

Recent Posts

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

16 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

20 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

27 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ଭର୍ତ୍ତି, ଡାକ୍ତର କଲେ ମୃତ ଘୋଷଣା

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

29 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

1 hour ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

1 hour ago