ଏହି ବିୟୁଟି କୁଇନ୍‌ଙ୍କ ଉପରେ ମରଣାନ୍ତକ ଆକ୍ରମଣ କଲେ ନିଜ ଜନ୍ମକଲା ମା’

ଏମିତି ଏକ ଘଟଣା ଯାହା ଆପଣଙ୍କୁ ଚମକାଇ ଦେବ ।  ଘଟଣାଟି ହେଉଛି ମିସ୍ ୱେଲ୍ସ ପ୍ରତିଯୋଗୀ କୁମାରୀ ମହେନ୍ଦ୍ରନ୍ଙ୍କ ଉପରେ ତାଙ୍କ ନିଜ ମା’ ମରଣାନ୍ତକ ଆକ୍ରମଣ କରିଛନ୍ତି । କୁମାରୀ ନିଜ ଖଟରେ ଶୋଇଥିବା ସମୟରେ ତାଙ୍କ ମା ରୋଷେଇ ଘର ଛୁରୀରେ ତାଙ୍କୁ ଆକ୍ରମଣ କରିଥିଲେ । କୁମାରୀ କହିଛନ୍ତି, ତାଙ୍କ ମା ଖଟରେ ହଠାତ୍ ଶୋଇପଡି ପ୍ରଥମେ ଦୁଇଥର ତାଙ୍କ କେଶକୁ ବ୍ରସରେ ବାଡେଇ ଉଠେଇଲେ । ଏହା ପରେ କହିଲେ ଶୋଇ ଯା । କିଛି ସମୟ ଯିବା ପରେ ତାଙ୍କ ବେକରେ ଖୁବ୍‌ ଜୋରରେ ଆଘାତ ଲାଗିଥିଲା । ରକ୍ତ ବହୁଥିବା ଅନୁଭବ କରିଥିଲେ କୁମାରୀ ।

WNS_260716__Mum_Stabbed_Beauty_Queen_07.JPGଏହାପରେ ତାଙ୍କ ମା ଛୁରୀ ଧରି ତାଙ୍କ ପିଛା କରିଥିଲେ । କୁମାରୀ ନିଜ ମାଙ୍କ ସହିତ ଲଢ଼େଇ କରି ଛୁରୀକୁ ତାଙ୍କ ହାତରୁ ଛଡାଇ ଆଣିବାରେ ସଫଳ ହୋଇଥିଲେ । ସେଠାରୁ ଦୌଡି ପଳାଇଥିଲେ । ପାଖ ପଡୋଶୀ ସେହି ସମୟରେ କୁମାରୀଙ୍କୁ ରାସ୍ତା ଉପରେ ଚିଲାଉଥିବାର ଶୁଣିବାକୁ ପାଇଥିଲେ । ସେ ସାହାର‌୍ୟ୍ୟ ପାଇଁ ଗୁହାରୀ କରି କହୁଥିଲେ ମୋ ମା’ ମୋ ବେକକୁ କାଟି ଦେଇଛନ୍ତି ମୋତେ ସାହାର‌୍ୟ୍ୟ କର । ଯାହା ପଡୋଶୀ ଜଣଙ୍କ କୋର୍ଟରେ ସାକ୍ଷୀ ଦେଇଛନ୍ତି । ତେବେ ବର୍ତ୍ତମାନ ତାଙ୍କ ମା ଏକ ହସ୍ପିଟାଲରେ ମନୋଚିକିତ୍ସକଙ୍କ ଦ୍ବାରା ଚିକିତ୍ସିତ ହେଉଛନ୍ତି । ତାଙ୍କ ମାନସିକ ସ୍ଥିତିକୁ ଦେଖି ସେ ବର୍ତ୍ତମାନ କୋର୍ଟରେ ହାଜର ହୋଇପାରିବେ ନାହିଁ । ଯାହା ହେଉ ପଛେ ସେ ଏକ ଅପରାଧ କରିଛନ୍ତି ।

a3କୁମାରୀ ଜଣେ ଭଲ ଝିଅର ପରିଚୟ ଦେଇ କହିଛନ୍ତି, ମତେ ମୋ ମାଙ୍କ କଥା ମନେପଡୁଛି । ମୁଁ କେବେ ଚାହୁଁନି ମୋ ମା ଜେଲ ଯାଆନ୍ତୁ । ମା’ଙ୍କ ମାନସିକ ରୋଗ କାରଣରୁ କୁମାରୀ ବ୍ରିଟେନ୍ରୁ ନିଜ ଘର ଶ୍ରୀଲଙ୍କାକୁ ଫେରିଯିବାକୁ ଚାହୁଁଥିଲେ ବୋଲି କହିଛନ୍ତି ।

 

 

 

Leave A Reply

Your email address will not be published.