ଦେଶ ବିଦେଶ

ତୀର୍ଥଯାତ୍ରୀ ବେଶରେ ଭିକ ମାଗିବାକୁ ଫ୍ଲାଇଟରେ ସାଉଦି ଆରବ ଯାଉଥିଲେ ଭିକାରୀ, କିନ୍ତୁ ପରେ କଣ ହେଲା ଜାଣନ୍ତୁ

ଭିକାରୀଙ୍କୁ ବିମାନରୁ ଓହ୍ଲାଇଲା ପାକିସ୍ତାନ । ୧୬ ଜଣ ଭିକାରୀ ତୀର୍ଥଯାତ୍ରୀ ବେଶରେ ଆରବ ଯାଉଥିବାବେଳେ, ତାଙ୍କୁ ବିମାନ ବନ୍ଦରରେ ଅଟକାଇ ବିମାନରୁ ଓହ୍ଲାଇଛି ପାକିସ୍ତାନ । ଖବର ମୁତାବକ, ପାକିସ୍ତାନରୁ ସାଉଦି ଆରବ ଯାଉଥିବା ଏକ ବିମାନରେ ୧୬ ଜଣ ଭିକାରୀ ତୀର୍ଥଯାତ୍ରୀ ବେଶରେ ଯାତ୍ରା କରୁଥିଲେ । ସେମାନେ ସାଉଦି ଆରବରେ ଭିକ ମାଗିବାକୁ ପାକିସ୍ତାନରୁ ଯାଉଥିଲେ । ହେଲେ ସେହି ସମୟର ପାକିସ୍ତାନର ଯାଞ୍ଚ ଏଜେନ୍ସି ଏଫଆଇଏ ତାଙ୍କୁ ମୁଲତାନ ଏୟାରପୋର୍ଟରେ ଅଟକାଇ ବିମାନରୁ ଓହ୍ଲାଇଛି ।

ସାଉଦି ଆରବ ଅଭିମୁଖେ ଯାଉଥିବା ଏକ ବିମାନରେ ଏକ ଅଭାନୀୟ ଏବଂ ଅଜବ ଘଟଣା ଦେଖିବାକୁ ମିଳିଛି । କିଛି ଲୋକ କେବଳ ଭିକ ମାଗିବା ପାଇଁ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାଇଛନ୍ତି । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏମାନେ ଏକ ବିମାନରେ ସାଉଦି ଆରବକୁ ଯାଉଥିବା ବେଳେ ଧରା ପଡ଼ି ଯାଇଛନ୍ତି । ଭିକ୍ଷାବୃତ୍ତି କରି ପେଟ ପୋଷୁଥିବା ବ୍ୟକ୍ତି ଫ୍ଲାଇଟରେ ଅନ୍ୟ ଦେଶକୁ ଯାଇ ପାରୁଛନ୍ତି କଥା ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ତେବେ ଦୁର୍ଭାଗ୍ୟକୁ ଅଧା ବାଟରେ ସମସ୍ତ ଭିକାରୀମାନେ ଧରା ପଡିଗଲେ। ଯାହାପରେ ଇମିଗ୍ରେସନ୍ ପ୍ରୋସେସ୍ ସମୟରେ ଏଫଆଇଏ ଅଧିକାରୀ ତାଙ୍କ ଉପରେ ସନ୍ଦେହ କରି ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧ ଜଣ ମହିଳା ଥିବାବେଳେ, ୪ ଜଣ ପୁରୁଷ ଏବଂ ଜଣେ ଛୋଟ ପିଲା ସାମିଲ ଅଛନ୍ତି ।

ଜଣେ ଏଜେଣ୍ଟ ସାହାଯ୍ୟରେ ଏହି ଭିକାରୀମାନେ ସାଉଦି ଆରବ ଯାଉଥିଲେ ବୋଲି ସୂଚନର ରହିଛି । ସେଠାକୁ ଯାଇ ସେମାନେ ଭିକ ମାଗି ଟଙ୍କା ରୋଜଗାର କରିଥାନ୍ତେ । ଏଜେଣ୍ଟ ଜଣକ ମଧ୍ୟ ଉକ୍ତ ଲୋକମାନଙ୍କ ଠାରୁ କମିଶନ୍ ପାଇଥାନ୍ତା ବୋଲି ସୂଚନା ମିଳିଛି । ପଞ୍ଜାବ ସୀମା ନିକଟସ୍ଥ ମୁଲତାନ୍ ବିମାନବନ୍ଦରରେ ଏମାନଙ୍କୁ ଓହ୍ଲାଇ ଦେଇଛି ଏଫଆଇଏ । ତେବେ ସମସ୍ତ ଭିକାରୀ ଉମରା ଭିସା ଦ୍ୱାରା ଯାତ୍ରା କରୁଥିବା କହିଛି ଏଫଆଇଏ । ପାକିସ୍ତାନରୁ ସାଉଦି ଆରବ ଯାଉଥିବା ଯାତ୍ରୀମାନଙ୍କୁ ପଚରାଉଚରା କରିବାରୁ କିଛି ଯାତ୍ରୀ ଭିକ ମାଗିବା ପାଇଁ ବିମାନରେ ଯାଉଛନ୍ତି ବୋଲି ସ୍ୱୀକାର କରିଥିଲେ । ତେବେ ସେମାନେ କହିଛନ୍ତି ଯେ, ଭିକ୍ଷାବୃତ୍ତି ହେଉଥିବା ଆୟର ପ୍ରାୟ ଅଧା ଆୟ ଯାତାୟତ ପାଇଁ କାର୍ଯ୍ୟରତ ଏଜେଣ୍ଟଙ୍କୁ ଦେବାକୁ ହେବ ।

ତେବେ ଏଫଆଇଏ ମୁଲତାନ ଅଞ୍ଚଳରେ ଏହି ଭିକାରୀମାନଙ୍କୁ ଗିରଫ କରିଛି । ଏହାପରେ ବେଆଇନ ଭାବରେ ପାକିସ୍ତାନରୁ ସାଉଦି ଆରବକୁ ଭିକାରୀମାନଙ୍କ ଚାଲାଣ ହେବା ନେଇ ଖୁଲାସା ହୋଇଛି । ଏହି ମାମଲାରେ ଗିରଫ ହୋଇଥିବା ଭିକାରୀମାନଙ୍କ ମଧ୍ୟରୁ ଅଧିକାଂଶ ପାକିସ୍ତାନରୁ ହୋଇଥିବା ବେଳେ ଉମରା ଭିସା ଧରି ଯାତାୟତ କରୁଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ।

Pritiparna

Recent Posts

ବିଦ୍ୟୁତ ଆଘାତରେ ଦନ୍ତା ମୃତ, ଖାଦ୍ୟ ଅନ୍ବେଷଣରେ ଗାଁକୁ ପଶି ଆସିଥିଲା

ସମ୍ବଲପୁର : ବିଦ୍ୟୁତ ଆଘାତରେ ଦନ୍ତା ମୃତ। ସମ୍ବଲପୁର ସଦର ରେଞ୍ଜ ଫରେଷ୍ଟ ଡିଭଜନ ଯୁଯୁମୁରା ରେଞ୍ଜ ବସିଆପଡା ଗାଁରେ…

28 mins ago

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ, ଦୁଇ ଗୁରୁତର

ନୂଆପଡ଼ା(କେନ୍ୟୁଜ): ଭୟଙ୍କର ସଡ଼କ ଦୁର୍ଘଟଣାରେ ଗଲା ୪ ଜୀବନ । ଦୁଇ ଜଣ ଗୁରୁତର ହୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି…

1 hour ago

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

9 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

13 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

13 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

13 hours ago