Below header

ତୀର୍ଥଯାତ୍ରୀ ବେଶରେ ଭିକ ମାଗିବାକୁ ଫ୍ଲାଇଟରେ ସାଉଦି ଆରବ ଯାଉଥିଲେ ଭିକାରୀ, କିନ୍ତୁ ପରେ କଣ ହେଲା ଜାଣନ୍ତୁ

୧୬ ଜଣ ଭିକାରୀ ତୀର୍ଥଯାତ୍ରୀ ବେଶରେ ଆରବ ଯାଉଥିବାବେଳେ, ତାଙ୍କୁ ବିମାନ ବନ୍ଦରରେ ଅଟକାଇ ବିମାନରୁ ଓହ୍ଲାଇଛି ପାକିସ୍ତାନ ।

ଭିକାରୀଙ୍କୁ ବିମାନରୁ ଓହ୍ଲାଇଲା ପାକିସ୍ତାନ । ୧୬ ଜଣ ଭିକାରୀ ତୀର୍ଥଯାତ୍ରୀ ବେଶରେ ଆରବ ଯାଉଥିବାବେଳେ, ତାଙ୍କୁ ବିମାନ ବନ୍ଦରରେ ଅଟକାଇ ବିମାନରୁ ଓହ୍ଲାଇଛି ପାକିସ୍ତାନ । ଖବର ମୁତାବକ, ପାକିସ୍ତାନରୁ ସାଉଦି ଆରବ ଯାଉଥିବା ଏକ ବିମାନରେ ୧୬ ଜଣ ଭିକାରୀ ତୀର୍ଥଯାତ୍ରୀ ବେଶରେ ଯାତ୍ରା କରୁଥିଲେ । ସେମାନେ ସାଉଦି ଆରବରେ ଭିକ ମାଗିବାକୁ ପାକିସ୍ତାନରୁ ଯାଉଥିଲେ । ହେଲେ ସେହି ସମୟର ପାକିସ୍ତାନର ଯାଞ୍ଚ ଏଜେନ୍ସି ଏଫଆଇଏ ତାଙ୍କୁ ମୁଲତାନ ଏୟାରପୋର୍ଟରେ ଅଟକାଇ ବିମାନରୁ ଓହ୍ଲାଇଛି ।

ସାଉଦି ଆରବ ଅଭିମୁଖେ ଯାଉଥିବା ଏକ ବିମାନରେ ଏକ ଅଭାନୀୟ ଏବଂ ଅଜବ ଘଟଣା ଦେଖିବାକୁ ମିଳିଛି । କିଛି ଲୋକ କେବଳ ଭିକ ମାଗିବା ପାଇଁ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାଇଛନ୍ତି । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏମାନେ ଏକ ବିମାନରେ ସାଉଦି ଆରବକୁ ଯାଉଥିବା ବେଳେ ଧରା ପଡ଼ି ଯାଇଛନ୍ତି । ଭିକ୍ଷାବୃତ୍ତି କରି ପେଟ ପୋଷୁଥିବା ବ୍ୟକ୍ତି ଫ୍ଲାଇଟରେ ଅନ୍ୟ ଦେଶକୁ ଯାଇ ପାରୁଛନ୍ତି କଥା ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ତେବେ ଦୁର୍ଭାଗ୍ୟକୁ ଅଧା ବାଟରେ ସମସ୍ତ ଭିକାରୀମାନେ ଧରା ପଡିଗଲେ। ଯାହାପରେ ଇମିଗ୍ରେସନ୍ ପ୍ରୋସେସ୍ ସମୟରେ ଏଫଆଇଏ ଅଧିକାରୀ ତାଙ୍କ ଉପରେ ସନ୍ଦେହ କରି ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧ ଜଣ ମହିଳା ଥିବାବେଳେ, ୪ ଜଣ ପୁରୁଷ ଏବଂ ଜଣେ ଛୋଟ ପିଲା ସାମିଲ ଅଛନ୍ତି ।

jailଜଣେ ଏଜେଣ୍ଟ ସାହାଯ୍ୟରେ ଏହି ଭିକାରୀମାନେ ସାଉଦି ଆରବ ଯାଉଥିଲେ ବୋଲି ସୂଚନର ରହିଛି । ସେଠାକୁ ଯାଇ ସେମାନେ ଭିକ ମାଗି ଟଙ୍କା ରୋଜଗାର କରିଥାନ୍ତେ । ଏଜେଣ୍ଟ ଜଣକ ମଧ୍ୟ ଉକ୍ତ ଲୋକମାନଙ୍କ ଠାରୁ କମିଶନ୍ ପାଇଥାନ୍ତା ବୋଲି ସୂଚନା ମିଳିଛି । ପଞ୍ଜାବ ସୀମା ନିକଟସ୍ଥ ମୁଲତାନ୍ ବିମାନବନ୍ଦରରେ ଏମାନଙ୍କୁ ଓହ୍ଲାଇ ଦେଇଛି ଏଫଆଇଏ । ତେବେ ସମସ୍ତ ଭିକାରୀ ଉମରା ଭିସା ଦ୍ୱାରା ଯାତ୍ରା କରୁଥିବା କହିଛି ଏଫଆଇଏ । ପାକିସ୍ତାନରୁ ସାଉଦି ଆରବ ଯାଉଥିବା ଯାତ୍ରୀମାନଙ୍କୁ ପଚରାଉଚରା କରିବାରୁ କିଛି ଯାତ୍ରୀ ଭିକ ମାଗିବା ପାଇଁ ବିମାନରେ ଯାଉଛନ୍ତି ବୋଲି ସ୍ୱୀକାର କରିଥିଲେ । ତେବେ ସେମାନେ କହିଛନ୍ତି ଯେ, ଭିକ୍ଷାବୃତ୍ତି ହେଉଥିବା ଆୟର ପ୍ରାୟ ଅଧା ଆୟ ଯାତାୟତ ପାଇଁ କାର୍ଯ୍ୟରତ ଏଜେଣ୍ଟଙ୍କୁ ଦେବାକୁ ହେବ ।

ତେବେ ଏଫଆଇଏ ମୁଲତାନ ଅଞ୍ଚଳରେ ଏହି ଭିକାରୀମାନଙ୍କୁ ଗିରଫ କରିଛି । ଏହାପରେ ବେଆଇନ ଭାବରେ ପାକିସ୍ତାନରୁ ସାଉଦି ଆରବକୁ ଭିକାରୀମାନଙ୍କ ଚାଲାଣ ହେବା ନେଇ ଖୁଲାସା ହୋଇଛି । ଏହି ମାମଲାରେ ଗିରଫ ହୋଇଥିବା ଭିକାରୀମାନଙ୍କ ମଧ୍ୟରୁ ଅଧିକାଂଶ ପାକିସ୍ତାନରୁ ହୋଇଥିବା ବେଳେ ଉମରା ଭିସା ଧରି ଯାତାୟତ କରୁଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.