Below header

ଏସୀୟ କ୍ରୀଡା: ରୌପ୍ୟ ଜିତିଲା ମହିଳା ରଗବୀ ଟିମ୍, ସାମିଲ ଥିଲେ କିସ୍ ର ଦୁଇ ଛାତ୍ରୀ

ଚାଇନିଜ୍ ତାଇପେଇ ଠାରେ ଆୟୋଜିତ ଏସୀଆ ରଗବୀ ୨୦୨୩ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୧୮ ବର୍ଷରୁ କମ ଚମ୍ପିଅନସିପ୍ ରେ ଭାରତୀୟ ମହିଳା ଦଳ ରୌପ୍ୟ ପଦକ ହାସଲ କରିଛି । ଏହି ଭାରତୀୟ ଦଳରେ କିସ୍ ର ଦୁଇ ଛାତ୍ରୀ ରିତୁ ମାଝୀ (+୨ ଦ୍ୱିତୀୟ ବର୍ଷ କଳା) ଓ ମାମାଲି ସିଂ (+୨ ପ୍ରଥମ ବର୍ଷ କଳା) ପ୍ରତିନିଧିତ୍ଵ କରିଥିଲେ।

ଭୁବନେଶ୍ୱର (କେନ୍ୟୁଜ): ଚାଇନିଜ୍ ତାଇପେଇ ଠାରେ ଆୟୋଜିତ ଏସୀଆ ରଗବୀ ୨୦୨୩ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୧୮ ବର୍ଷରୁ କମ ଚମ୍ପିଅନସିପ୍ ରେ ଭାରତୀୟ ମହିଳା ଦଳ ରୌପ୍ୟ ପଦକ ହାସଲ କରିଛି । ଫାଇନାଲ ମ୍ୟାଚ୍ ଭାରତ ଏବଂ ଚାଇନିଜ୍ ତାଇପେଇ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତୀୟ ଦଳ ଖୁବ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରି ୭/୧୦ ସ୍କୋରରେ ପରାଜୟ ବରଣ କରି ରୌପ୍ୟ ପଦକ ହାସଲ କରିଛି। ଭାରତୀୟ ଦଳ ତାର ଲିଗ୍ ପର୍ଯ୍ୟାୟରେ ପ୍ରଥମେ ୟୁଏଇ ଦଳକୁ ୧୦/୫ ପଏଣ୍ଟରେ ପରାସ୍ତ କରିଥିଲା ଏବଂ ଦ୍ୱିତୀୟ ମ୍ୟାଚରେ ଚାଇନିଜ୍ ତାଇପେଇକୁ ୫୨/୫ ବିରାଟ ବ୍ୟବଧାନରେ ପରାସ୍ତ କରିଥିଲା । ଏଥିସହ ତୃତୀୟ ମ୍ୟାଚ୍ ଥାଇଲାଣ୍ଡ କୁ ୨୨/୧୯ ପଏଣ୍ଟରେ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଥିଲା। ଏହି ଭାରତୀୟ ଦଳରେ କିସ୍ ର ଦୁଇ ଛାତ୍ରୀ ରିତୁ ମାଝୀ (+୨ ଦ୍ୱିତୀୟ ବର୍ଷ କଳା) ଓ ମାମାଲି ସିଂ (+୨ ପ୍ରଥମ ବର୍ଷ କଳା) ପ୍ରତିନିଧିତ୍ଵ କରିଥିଲେ।

ଏହି ଚମ୍ପିଅନସିପ୍ ରେ ଭାରତୀୟ ପୁରୁଷ ଦଳ ଚତୁର୍ଥ ସ୍ଥାନ ଅଧିକାର କରିଅଛି ଏବଂ ଭାରତୀୟ ଦଳରେ କିସ୍ ର ଦୁଇ ଜଣ ଛାତ୍ର ମଧ୍ୟ ପ୍ରତିନିଧିତ୍ଵ କରିଥିଲେ। ସେମାନେ ହେଲେ ଧର୍ମାନନ୍ଦ ବିଶ୍ଵାଳ (+୨ ଦ୍ୱିତୀୟ ବର୍ଷ ବିଜ୍ଞାନ) ଓ ଚରଣ ହେମ୍ବ୍ରମ୍ (୧୦ମ) । ଏହି ବିଜୟରେ କିଟ୍ ଓ କିସ୍ ର ପ୍ରତିଷ୍ଠାତା ଏବଂ ମାନ୍ୟବର କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇବା ସହ କିସ୍ ର ପିଲାମାନଙ୍କୁ ସିନିୟର୍ ଦଳରେ ପ୍ରତିନିଧତ୍ଵ କରିବା ପାଇଁ ପ୍ରେରଣା ପ୍ରଦାନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.