ପ୍ରେମରେ ପ୍ରତାରଣା ପରେ ପ୍ରେମିକ ବନିଗଲେ ବେୱଫା ଚାୟ ବାଲା , ବିକ୍ରି କରୁଛନ୍ତି ବଦନାମ୍ କଫି ଏବଂ ବକବାସ୍ ମ୍ୟାଗି

ଆପଣ ମାନେ ବେୱଫା ସନମ୍, ବେୱଫା ମୋହବତ୍ ଏବଂ ବେୱଫା ଆଶିକ ନିଶ୍ଚୟ ଶୁଣିଥିବେ । କିନ୍ତୁ ଆଜି ଆମେ ବେୱଫା ଚାୟ ବାଲା ବିଷୟରେ କହିବୁ । ଲକ୍ଷ୍ନୌରେ ଅଛନ୍ତି ଏହି ବେୱଫା ଚାୟ ବାଲା , ଯିଏ ଏବେ ବନିଯାଇଛନ୍ତି ଯୁବପୀଢୀଙ୍କ ଖାସ୍ ପସନ୍ଦ । ସବୁଠାରୁ ଖାସ୍ କଥା ହେଉଛି ଏହି ଚା ବାଲା ପ୍ରେମୀଯୁଗଳ ଏବଂ ପ୍ରେମରେ ଧୋକା ଖାଇଥିବା ଲୋକଙ୍କ ପାଇଁ ଚା ର ଦାମ୍ ଅଲଗା ଅଲଗା ଥାଏ ।

ଏହା ସହ ପଢନ୍ତୁ ଜାଣନ୍ତୁ ଦୋକାନରେ ସବୁ ଘଣ୍ଟାରେ କାହିଁକି ବାଜିଥାଏ ୧୦:୧୦

କେବଳ ସେତିକି ନୁହେଁ ଏହି ଚା ଦୋକାନରେ ବକବାସ୍ ମ୍ୟାଗି, ବେଇମାନ୍ ମାଇକ୍ରୋନି ଏବଂ ବଦନାମ୍ କଫି ନାମରେ ସେ ସବୁ ମିଳେ ଯାହା ଦୋକାନର ମାଲିକ ଆଦିତ୍ୟ ସିଂହଙ୍କ ପ୍ରେମିକାଙ୍କୁ ଖୁବ୍ ପସନ୍ଦ ଥିଲା । ଆଦିତ୍ୟଙ୍କ କହିବା ଅନୁଯାୟୀ ଯେତେବେଳେ ତାଙ୍କ ମନ ଭାଙ୍ଗିଥିଲା ସେତେବେଳେ ସେ ଏକ ଚା ଦୋକାନ ଖୋଲିବାର ନିଷ୍ପତ୍ତି ନେଇଥିଲେ । ଏବଂ ଦୋକାନର ନାମ ରଖିଦେଲେ ବେୱଫା ଚାୟ ବାଲା ।

ପ୍ରେମୀଯୁଗଳଙ୍କ ପାଇଁ ଏହି ଚା ର ଦାମ୍ ୧୫ ଟଙ୍କା ଥିବା ବେଳେ ପ୍ରେମରେ ଧୋକା ଖାଇଥିବା ଲୋକଙ୍କ ପାଇଁ ଦାମ୍ ରହିଛି ୧୦ ଟଙ୍କା । ଏହି ଦୋକାନରେ ମିଳୁଥିବା ପ୍ରତ୍ୟେକ ବ୍ୟଞ୍ଜନ ଅତ୍ୟନ୍ତ ସୁସ୍ବାଦୁ । ହେଲେ ସବୁ ବ୍ୟଞ୍ଜନ ପଛରେ ରହିଛି ଆଦିତ୍ୟଙ୍କ ଭାଙ୍ଗିଯାଇଥିବା ମନ ।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

10 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

29 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

37 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

53 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago