ପ୍ରେମରେ ପ୍ରତାରଣା ପରେ ପ୍ରେମିକ ବନିଗଲେ ବେୱଫା ଚାୟ ବାଲା , ବିକ୍ରି କରୁଛନ୍ତି ବଦନାମ୍ କଫି ଏବଂ ବକବାସ୍ ମ୍ୟାଗି

ଆପଣ ମାନେ ବେୱଫା ସନମ୍, ବେୱଫା ମୋହବତ୍ ଏବଂ ବେୱଫା ଆଶିକ ନିଶ୍ଚୟ ଶୁଣିଥିବେ । କିନ୍ତୁ ଆଜି ଆମେ ବେୱଫା ଚାୟ ବାଲା ବିଷୟରେ କହିବୁ । ଲକ୍ଷ୍ନୌରେ ଅଛନ୍ତି ଏହି ବେୱଫା ଚାୟ ବାଲା , ଯିଏ ଏବେ ବନିଯାଇଛନ୍ତି ଯୁବପୀଢୀଙ୍କ ଖାସ୍ ପସନ୍ଦ । ସବୁଠାରୁ ଖାସ୍ କଥା ହେଉଛି ଏହି ଚା ବାଲା ପ୍ରେମୀଯୁଗଳ ଏବଂ ପ୍ରେମରେ ଧୋକା ଖାଇଥିବା ଲୋକଙ୍କ ପାଇଁ ଚା ର ଦାମ୍ ଅଲଗା ଅଲଗା ଥାଏ ।

ଏହା ସହ ପଢନ୍ତୁ ଜାଣନ୍ତୁ ଦୋକାନରେ ସବୁ ଘଣ୍ଟାରେ କାହିଁକି ବାଜିଥାଏ ୧୦:୧୦

କେବଳ ସେତିକି ନୁହେଁ ଏହି ଚା ଦୋକାନରେ ବକବାସ୍ ମ୍ୟାଗି, ବେଇମାନ୍ ମାଇକ୍ରୋନି ଏବଂ ବଦନାମ୍ କଫି ନାମରେ ସେ ସବୁ ମିଳେ ଯାହା ଦୋକାନର ମାଲିକ ଆଦିତ୍ୟ ସିଂହଙ୍କ ପ୍ରେମିକାଙ୍କୁ ଖୁବ୍ ପସନ୍ଦ ଥିଲା । ଆଦିତ୍ୟଙ୍କ କହିବା ଅନୁଯାୟୀ ଯେତେବେଳେ ତାଙ୍କ ମନ ଭାଙ୍ଗିଥିଲା ସେତେବେଳେ ସେ ଏକ ଚା ଦୋକାନ ଖୋଲିବାର ନିଷ୍ପତ୍ତି ନେଇଥିଲେ । ଏବଂ ଦୋକାନର ନାମ ରଖିଦେଲେ ବେୱଫା ଚାୟ ବାଲା ।

chaiପ୍ରେମୀଯୁଗଳଙ୍କ ପାଇଁ ଏହି ଚା ର ଦାମ୍ ୧୫ ଟଙ୍କା ଥିବା ବେଳେ ପ୍ରେମରେ ଧୋକା ଖାଇଥିବା ଲୋକଙ୍କ ପାଇଁ ଦାମ୍ ରହିଛି ୧୦ ଟଙ୍କା । ଏହି ଦୋକାନରେ ମିଳୁଥିବା ପ୍ରତ୍ୟେକ ବ୍ୟଞ୍ଜନ ଅତ୍ୟନ୍ତ ସୁସ୍ବାଦୁ । ହେଲେ ସବୁ ବ୍ୟଞ୍ଜନ ପଛରେ ରହିଛି ଆଦିତ୍ୟଙ୍କ ଭାଙ୍ଗିଯାଇଥିବା ମନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.