Below header

ରାଜ୍ୟ ସରକାର ଜାଣିଶୁଣି ପ୍ରଣୟନ କରୁନାହାନ୍ତି ଆୟୁଷ୍ମାନ ଯୋଜନା : ନବୀନଙ୍କୁ ଅମିତ୍ ଶାହଙ୍କ ଟାର୍ଗେଟ୍

ସାଲେପୁର : ବିକାଶ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଟାର୍ଗେଟ। ରାଜ୍ୟରେ ବିଜେପି ସରକାର ଆସିଲେ ଓଡ଼ିଶା ଏକ ନମ୍ବର ରାଜ୍ୟ ହୋଇପାରିବ। ମୋଦି ସରକାରଙ୍କ ଲୋକପ୍ରିୟତାରେ ଭୟଭୀତ ରାଜ୍ୟ ସରକାର। ଦେଶର ୧୦କୋଟି ଗରିବ ପରିବାରର ୫୦କୋଟି ଗରିବଙ୍କୁ ସହଜରେ ସ୍ୱାସ୍ଥ୍ୟସେବାର ସୁବିଧା ଯୋଗାଇବାକୁ କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ ରାଜ୍ୟ ସରକାର ଏହାକୁ ଜାଣିଶୁଣି ଲାଗୁ କରୁନାହାନ୍ତି। ଏହା ସହ ବିଜେଡି ଓ କଂଗ୍ରେସ ଗୋଟିଏ ମୁଦ୍ରାର ୨ଟି ପାର୍ଶ୍ୱ ବୋଲି କହିଛନ୍ତି ଅମିତ।

୧୯ବର୍ଷର ଶାସନ ପରେ ଓଡ଼ିଶା ଗରିବ ରହିଛି। ରାଜ୍ୟର ସ୍ଥିତିରେ କୌଣସି ଉନ୍ନତି ହୋଇପାରିନି। ବିଜେପି କ୍ଷମତାକୁ ଆସିଲେ ନୂଆ ଓଡ଼ିଶା, ସମୃଦ୍ଧ ଓଡ଼ିଶା ଗଢି ହେବ ବୋଲି ସେ କହିଛନ୍ତି। ୨୦୧୯ ନିର୍ବାଚନରେ ମୋଦି ପୂର୍ଣ୍ଣ ବହୁମତରେ ସରକାର ଗଢିବେ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଏଥିପାଇଁ ଦଳୀୟ କର୍ମୀ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଆହ୍ଵାନ ଦେଇଛନ୍ତି ଅମିତ। ଦିନିକିଆ ଓଡ଼ିଶା ଗସ୍ତରେ ଆସି କଟକ ଜିଲ୍ଲା ସାଲେପୁର କୁଳିଆ ଆରଏମ୍‌ସି ପଡ଼ିଆରେ ଦଳୀୟ କାର‌୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି ଅମିତ ଶାହା । ୪ଟି ଲୋକସଭା କ୍ଷେତ୍ର କଟକ, ଯାଜପୁର, ଜଗତସିଂପୁର ଓ କେନ୍ଦ୍ରାପଡ଼ା ବୁଥ୍‌ ସଭାପତି, ବୁଥ୍‌ ପ୍ରଭାରୀ, ମଣ୍ଡଳ ସଭାପତି ଓ ଜିଲ୍ଲାସ୍ତରୀୟ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଛନ୍ତି ଅମିତ ଶାହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.