ଜଣେ ଅଲରାଉଣ୍ଡର ଓ ଜଣେ ଲେଗସ୍ପିନରଙ୍କୁ ଦଳରେ ସାମିଲ କଲା ନ୍ୟୁଜିଲାଣ୍ଡ

ମାଉଣ୍ଟ ମୌଙ୍ଗାନୁଇ : : ଭାରତ ବିପକ୍ଷରେ ସିରିଜ୍‌ ହାରିବା ପରେ ନ୍ୟୁଜିଲାଣ୍ଡ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଅଲରାଉଣ୍ଡର ଜେମ୍ସ ନିଶମ ଏବଂ ଲେଗ୍‌ସ୍ପିନର ଟଡ୍‌ ଆଷ୍ଟଲଙ୍କୁ ଦଳରେ ସାମିଲ କରାଯାଇଛି । ଶ୍ରୀଲଙ୍କା ବିପକ୍ଷରେ ଭଲ ପ୍ରଦର୍ଶନ ପରେ ନିସମ ଆହତ ହୋଇ ଦଳରୁ ବାଦ୍‌ ପଡ଼ିଥିଲେ । ଏବେ ତାଙ୍କୁ ସାମିଲ କରାଯିବା ପରେ ଦଳର ଶକ୍ତି ବୃଦ୍ଧି ପାଇବ ବୋଲି ଅନୁମାନ କରୁଛନ୍ତି ଚୟନକର୍ତ୍ତା । ସେପଟେ ଭାରତୀୟ ଲେଗସ୍ପିନର ଯୁଜବେନ୍ଦ୍ର ଚହଲଙ୍କ ସଫଳତା ଯୋଗୁଁ ଆଷ୍ଟଲଙ୍କୁ ନିଆଯାଇଥିବା କୁହାଯାଉଛି ।
ପାଞ୍ଚ ମ୍ୟାଚ୍‌ର ସିରିଜ୍‌ରେ ଭାରତ ପ୍ରଥମ ୩ଟି ମ୍ୟାଚ୍‌ ଜିତି ସିରିଜ୍‌ ବିଜୟୀ ହୋଇ ସାରିଛି । ଚତୁର୍ଥ ମ୍ୟାଚ୍‌ ଆସନ୍ତା ୩୧ ତାରିଖ ଦିନ ଖେଳାଯିବ । ସମ୍ମାନ ରକ୍ଷା ପାଇଁ ଘରୋଇ ନ୍ୟୁଜିଲାଣ୍ଡ ଦଳ ଶେଷ ଦୁଇଟି ମ୍ୟାଚ୍‌ ଜିତିବାକୁ ଚାହୁଁଛି । ଯାହା ଆଦୌ ସହଜ ହେବ ନାହିଁ । ଅନ୍ୟପକ୍ଷରେ ପୂର୍ବ ଘୋଷଣା ଅନୁସାରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଭାରତ ଫେରି ଆସିଛନ୍ତି । ଦଳରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସାମିଲ ହେବା ପରେ ଟିମ୍‌ ପୂରା ବାଲାନ୍ସ ହୋଇଯାଇଛି ବୋଲି ବିରାଟ କହିଥିଲେ । ଆହତ ଥିବା ମହେନ୍ଦ୍ର ସିଂହ ଧୋନି ଚତୁର୍ଥ ମ୍ୟାଚ୍‌ରେ ଖେଳିବେ କି ନାହିଁ ସେକଥା ଆସନ୍ତାକାଲି ସ୍ପଷ୍ଟ ହେବ ।

Leave A Reply

Your email address will not be published.