ଦେଶ ବିଦେଶ

କରୋନା ଭ୍ୟାକସିନ୍‌ ‘କୋଭାକ୍ସିନ୍‌’ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ, ୨୦୨୧ରେ ଆସିବ ଟୀକା

ଭାରତ ବାୟୋଟେକ୍‌ର କୋଭିଡ-୧୯ ଟୀକା ‘କୋଭାକ୍ସିନ୍‌’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଛି। କମ୍ପାନୀର ଚେୟାରମ୍ୟାନ୍‌ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ କୃଷ୍ଣା ଏଲା ସୋମବାର ଏନେଇ ସୂଚନା ଦେଇଛନ୍ତି। ଇଣ୍ଡିଆନ୍‌ ସ୍କୁଲ ଅଫ୍‌ ବିଜନେସ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିବା ଅବସରରେ ଏଲା କହିଛନ୍ତି କମ୍ପାନୀ କୋଭିଡ-୧୯ର ଆଉ ଏକ ଭ୍ୟାକ୍‌ସିନ୍‌ ଉପରେ କାମ କରୁଛି। ଏହାକୁ ନାକରେ ଦିଆଯିବ। ଏହା ଆସନ୍ତାବର୍ଷ ଭିତରେ ପ୍ରସ୍ତୁତ ହୋଇଯିବ।

ଏଲା କହିଛନ୍ତି ଆମେ କୋଭିଡ-୧୯ର ଟୀକା ପାଇଁ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ଆଇସିଏମ୍‌ଆର) ସହ ହାତ ମିଳାଇଛୁ। ଏହି ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଯାଇଛି। ସେ କହିଛନ୍ତି ଭାରତ ବାୟୋଟେକ୍‌ ଦୁନିଆର ଏକମାତ୍ର ଏଭଳି ଟୀକା କମ୍ପାନୀ ଯାହା ପାଖରେ ଜୈବ ସୁରକ୍ଷା ସ୍ତର-୩ ଉତ୍ପାଦନ ସୁବିଧା ରହିଛି। ଗତ ମାସରେ କମ୍ପାନୀ କହିଥିଲା ଯେ ସେମାନେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣକୁ ସଫଳତାପୂର୍ବକ ଶେଷ କରିଛନ୍ତି ଓ ୨୬,୦୦୦ ଭାଗିଦାରୀରେ ତୃତୀୟ ପର୍ଯ୍ୟାୟର ପରୀକ୍ଷଣ ଆରମ୍ଭ କରିବାକୁ ଯାଉଛନ୍ତି।

ରିପୋର୍ଟ ମୁତାବକ ଅକ୍ଟୋବର ୨ରେ ଭାରତୀୟ ଔଷଧୀ ମହାନିୟନ୍ତ୍ରକ(ଡିସିଜିଆଇ)କୁ ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ମାଗିଥିଲା। ଏଲା କହିଛନ୍ତି ଆମେ ଆଉ ଏକ ଭ୍ୟାକସିନ୍‌ ଉପରେ କାମ କରୁଛୁ। ଏହା ନାଜାଲ ଡ୍ରପ୍‌ ଭଳି ଶରୀରରେ ଦିଆଯିବ।

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago