ବର୍ଷକ ଭିତରେ ଅସ୍ତ ହୋଇଗଲେ ବିଜେପିର ୪ ତୁଙ୍ଗ ନେତା, ଦଳରେ ବିରାଟ ଶୂନ୍ୟସ୍ଥାନ

ପ୍ରଥମେ ଅଟଳ ବିହାରୀ ବାଜପେୟୀ…ଏହାପରେ ମନୋହର ପାରିକର…ପୁଣି ସୁଷମା ସ୍ୱରାଜ ଆଉ ଏବେ ଅରୁଣ ଜେଟଲି। ୨୦୧୮ ଅଗଷ୍ଟରୁ ୨୦୧୯ ଅଗଷ୍ଟ ଥିଲା ଭାରତୀୟ ଜନତା ପାର୍ଟି(ବିଜେପି) ପାଇଁ ଏକ ଅଶୁଭ ସମୟ। ବର୍ଷକ ଭିତରେ ଦଳ ହରାଇ ଦେଲା ଚାରି ଚାରିଜଣ ତୁଙ୍ଗ ନେତାଙ୍କୁ। ଜଣକ ପରେ ଜଣେ ନେତା ପରଲୋକ ଗମନ କରିବା, ଦଳ ପାଇଁ ଥିଲା ପୂରାପୂରି ଅବିଶ୍ୱସନୀୟ। ଆଜି ଏହି ଦିଂବଗତ ନେତାମାନଙ୍କ ଅନୁପସ୍ଥିତି ଦଳରେ ସୃଷ୍ଟି କରିଛି ଏକ ବିରାଟ ଶୂନ୍ୟସ୍ଥାନ।

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଲମ୍ବା ସମୟ ଧରି ଅସୁସ୍ଥ ଥିଲେ ଏବଂ ୨୦୧୮ ଅଗଷ୍ଟ ୧୬ରେ ତାଙ୍କର ଦେହାନ୍ତ ହୋଇଥିଲା। କ୍ୟାନସର ପୀଡ଼ିତ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ବି ଏହି ବର୍ଷ ମାର୍ଚ୍ଚ ୧୭ରେ ଇହଧାମ ତ୍ୟାଗ କରିଥିଲେ। ପରେ ପରେ ୨୦୧୯ ଅଗଷ୍ଟ ୬ରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆଖି ବୁଜିଥିଲେ। ଆଉ ଏବେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଦେହାନ୍ତ ଘଟିଛି।

ଏହାସହ ପଢ଼ନ୍ତୁ: ସ୍ୱତନ୍ତ୍ର ପରିବାର ସ୍ୱତନ୍ତ୍ର ଶରୀର, ଜାଣନ୍ତୁ କଣ

୨୦୧୪ରୁ ୨୦୧୯ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସୁଷମା ସ୍ୱରାଜଙ୍କ ପାଖରେ ଥିଲା ବିଦେଶ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ସ୍ୱାସ୍ଥ୍ୟ ଭଲ ନ ରହିବା କାରଣରୁ ସୁଷମା ୨୦୧୯ ଲୋକ ସଭା ନିର୍ବାଚନ ଲଢ଼ିବାକୁ ମନା କରିଦେଇଥିଲେ। ସେ ବୈଦେଶିକ ମନ୍ତ୍ରୀ ରହିବା ସମୟରେ ଏମିତି ଐତିହାସିକ ନିର୍ଣ୍ଣୟ ନେଇଛନ୍ତି, ଯାହାର ପ୍ରଭାବ ଆଜି ବି ଦେଖିବାକୁ ମିଳୁଛି।

ସୁଷମା ନିଜ ମନ୍ତ୍ରାଳୟକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇଥିଲେ, ଯାହାର ମାଧ୍ୟମ ସେ ଟୁଇଟରକୁ ବନାଇଥିଲେ। ପାସପୋର୍ଟ କାଯ୍ୟର୍ାଳୟକୁ ବଳାସ ଶ୍ରେଣୀରୁ ହଟାଇବା ସହ ଦେଶବାସୀଙ୍କ ପାଇଁ ଏହାକୁ ବନାଇବା ସହଜ କରିଦେଇଥିଲେ। ସୁଷମା ବୈଦେଶିକ ମନ୍ତ୍ରୀ ଭାବେ ନୂଆ ବ୍ୟବସ୍ଥା ସବୁ ଆରମ୍ଭ କରିଥିଲେ। ଏହାର ଲାଭ କେବଳ ସାଧାରଣ ଜନତା ନୁହେଁ, ବରଂ ଦଳକୁ ବି ମିଳିଥିଲା।

ସୁଷମାଙ୍କ ପୂର୍ବରୁ ମାର୍ଚ୍ଚରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର କ୍ୟାନସରରେ ଆଖୁ ବୁଜିଥିଲେ। ସେ ଅସୁସ୍ଥ ଥାଇ ବି ଗୋଆର ବଜେଟ ଉପସ୍ଥାପନା କରିିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ତାଙ୍କ କାଯ୍ୟର୍କାଳ ଭିତରେ ଭାରତୀୟ ସେନା ଉରି ଆକ୍ରମଣର ବଦଲା ନେବା ପାଇଁ ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିଲା। ଏହି ଦୁଇଜଣ ନେତା ବିଜେପିକୁ ଶକ୍ତିଶାଳୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ସେହିପରି ଦଳର ଆଉ ଜଣେ ଟାଣୁଆ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଶନିବାର ନୂଆଦିଲ୍ଲୀସ୍ଥିତ ଏମ୍ସରେ ପରଲୋକ ଘଟିଛି। ସେ ସଫ୍ଟ ଟସୁ କ୍ୟାନସରରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୬ବର୍ଷ ବୟସ ହୋଇଥିଲା। ମୋଦି ସରକାରରେ ପ୍ରଥମ ଥର ପାଇଁ ଐତିହାସିକ ବିମୁଦ୍ରୀକରଣ ନିଷ୍ପତ୍ତି ଜେଟଲିଙ୍କ ମନ୍ତ୍ରିତ୍ୱ କାଳରେ ନିଆଯାଇଥିଲା। ଏତଦ୍‌ ବ୍ୟତୀତ ଚଳିତବର୍ଷ ଭାଜପାର ବରିଷ୍ଠ ନେତା ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମଦନଲାଲ୍‌ ଖୁରାନାଙ୍କର ମଧ୍ୟ ନିଧନ ହୋଇଥିଲା। କେନ୍ଦ୍ର ମନ୍ତ୍ରୀ ଅନନ୍ତ କୁମାରଙ୍କ ଦେହାନ୍ତ ଦଳ ପାଇଁ ବହୁତ ଦୁଃଖଦାୟକ ଥିଲା। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ବାବୁଲାଲ୍‌ ଗୌର ମଧ୍ୟ ୨୦୧୯ ଅଗଷ୍ଟରେ ଦେହତ୍ୟାଗ କରିଥିଲେ। ଭାଜପା ଛଡ଼ା କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଚଳିତବର୍ଷ ପରିଲୋକ ଘଟିଥିଲା।

Roshni

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

8 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

19 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

32 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

35 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

55 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago