ଦେଶ ବିଦେଶ

ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କ ସହ କଥା ହେଲେ ବାଇଡେନ୍‌:ୟୁକ୍ରେନ୍‌ ସଂକଟ ନେଇ ଟେଲିଫୋନ୍‌ରେ ୫୦ ମିନିଟ ଧରି ଆଲୋଚନା

କେନ୍ୟୁଜ୍(ବ୍ୟୁରୋ): ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କ ସହ କଥା ହେଲେ ବାଇଡେନ୍‌ । ୟୁକ୍ରେନ୍‌ ସଂକଟ ନେଇ ଟେଲିଫୋନ୍‌ରେ ୫୦ ମିନିଟ ଧରି କଥା ହୋଇଛନ୍ତି ଦୁଇ ନେତା । ଜିନ୍‌ପିଙ୍ଗ କହିଛନ୍ତି ଏହି ଯୁଦ୍ଧ କାହା ସ୍ୱାର୍ଥରେ ନୁହେଁ । ସାମରିକ ଯୁଦ୍ଧ ସ୍ତରକୁ ଯାଇପାରିବ ନାହିଁ ଦେଶ ଦେଶ ମଧ୍ୟରେ ସଂପର୍କ । ଆମେରିକା ଓ ଚୀନ୍‌ ଦାୟିତ୍ତ୍ୱ କାନ୍ଧକୁ ନେବା ଆବଶ୍ୟକ ।

ଶାନ୍ତି ଓ ସୁରକ୍ଷା ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ବାଇଡେନ୍‌ଙ୍କୁ କହିଛନ୍ତି ଚୀନ୍‌ ରାଷ୍ଟ୍ରପତି । ପଶ୍ଚାତ୍ୟ ସହ ଯୋଗ ଦେବା ଲାଗି ବେଜିଂ ଉପରେ ଚାପ ପକାଇବା ଲକ୍ଷ୍ୟରେ ଜିନ୍‌ପିଙ୍ଗଙ୍କ ସହ ଆଲୋଚନା କରିଥିଲେ ବାଇଡେନ୍‌ । ଏପର୍ଯ୍ୟନ୍ତ ରୁଷ୍‌କୁ ସମାଲୋଚନା କରିନି ଚୀନ୍‌ । ରୁଷିଆକୁ ଚୀନ୍‌ ସାମରିକ ଓ ଆର୍ଥିକ ସହାୟତା ଦେଇପାରେ ବୋଲି ପାଶ୍ଚାତ୍ୟର ଭୟ ରହିଛି ।

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

10 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

19 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

53 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago