ରାଜ୍ୟ

୧୩ଟି ୱାର୍ଡର କାଉନସିଲର ପ୍ରାର୍ଥୀ, ଏନଏସି ଅଧ୍ୟକ୍ଷ ପ୍ରାର୍ଥୀଙ୍କ ପାଇଁ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ନିର୍ବାଚନୀ ପ୍ରଚାର

କେନ୍ୟୁଜ୍(ବ୍ୟୁରୋ): କନ୍ଧମାଳ ଜିଲ୍ଲାରେ ପୌର ପରିଷଦ ନିର୍ବାଚନ ପାଇଁ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରଚାର। ଜି. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ଟି ୱାର୍ଡର କାଉନସିଲର ପ୍ରାର୍ଥୀଙ୍କ ସମେତ ଏନଏସି ଅଧ୍ୟକ୍ଷ ପଦ ପ୍ରାର୍ଥିନୀଙ୍କ ପାଇଁ ପ୍ରଚାର କରିଛନ୍ତି ସାଂସଦ ଡ. ଅଚ୍ୟୁତ ସାମନ୍ତ। ଏକ ନଂ ଓ ୨ନଂ ୱାର୍ଡର କାଉନସିଲର ପ୍ରାର୍ଥିଙ୍କ ପାଇଁ କଲୋନୀ ସାହିରେ ପ୍ରଚାର କରିଥିଲେ। ଜି ଉଦୟଗିରି ମାର୍କେଟରେ ବିଜେଡିର ନୂତନ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ ଡ. ସାମନ୍ତ। ପରେ ୩ନଂ, ୪ନଂ, ୫ନଂ ଓ ୬ନଂ ୱାର୍ଡର କାଉନସିଲର ପ୍ରାର୍ଥିଙ୍କ ପାଇଁ ଶ୍ରୀରାମପଦା ଠାରେ ପ୍ରଚାର କରିଥିଲେ।

ସେହିଭଳି ୭ନଂ, ୮ନଂ,୯ନଂ ଓ ୧୦ନଂ ୱାର୍ଡର ପ୍ରାର୍ଥି ଏବଂ ଏବଂ ଏନଏସି ଅଧ୍ୟକ୍ଷ ପଦ ପ୍ରାର୍ଥିନୀ ଭାନୁପ୍ରଭା ମିଶ୍ରଙ୍କ ପାଇଁ କଲ୍ୟାଣ ମଣ୍ଡପ ଠାରେ ଭୋଟ ଭିକ୍ଷା କରିଛନ୍ତି କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ। ପରେ ୧୧ନଂ, ୧୨ନଂ ଏବଂ ୧୩ ନଂ କାଉନସିଲର ପ୍ରାର୍ଥି ଓ ଏନଏସି ଅଧକ୍ଷ ପ୍ରାର୍ଥୀନୀ ଭାନୁପ୍ରଭାଙ୍କ ପାଇଁ ପ୍ରଚାର କରିଥିଲେ। ମୁଖ୍ୟମନ୍ତ୍ରୀ ଙ୍କର ଅନେକ ବିକାଶମୂଳକ ଯୋଜନା ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ପହଞ୍ଚି ପାରିଛି। ଜି ଉଦୟଗିରି ଏନଏସିର ୧୩ଟି ୱାର୍ଡର କାଉନସିଲର ପ୍ରାର୍ଥୀ ଓ ଏନଏସି ଅଧକ୍ଷ ପଦ ବିଜୟ ପରେ ଜି ଉଦୟଗିରିକୁ ସ୍ୱଛ ଓ ସୁନ୍ଦର ବିଜ୍ଞାପିତ ଅଞ୍ଚଳ ଭାବେ ଗଠନ କରାଯିବ ବୋଲି ସାଂସଦ ଡ. ସାମନ୍ତ ଉଦବୋଧନ ଦେଇଥିଲେ। ସେମାନଙ୍କ ପାଇଁ ପ୍ରଚାର କରିଥିବାରୁ ସମସ୍ତ ୱାର୍ଡର କାଉନସିଲର ଓ ଅଧକ୍ଷ ପାର୍ଥି ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।

 

KNews Bureau

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

3 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

28 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

37 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago