ଦେଶ ବିଦେଶ

ଡ୍ୟୁଟି ସମୟରେ ରିଲ୍‌-ଭିଡିଓ କଲେ ଯାଇପାରେ ଚାକିରି! ସମସ୍ତ କର୍ମଚାରୀଙ୍କୁ କଡ଼ା ଚେତାବନୀ ଦେଲା ବିହାର ପୋଲିସ

ଆଜିକାଲି ଡ୍ୟୁଟି ସମୟରେ ପୋଲିସ କର୍ମଚାରୀମାନେ ଅତ୍ୟଧିକ ରିଲ୍‌-ଭିଡିଓ କରୁଥିବାର ଦେଖିବାକୁ ମିଳୁଛି। କିନ୍ତୁ ଏବେ ନିର୍ଦ୍ଦେଶ ମୁତାବକ, ଯଦି ସେମାନେ ନିୟମ ଉଲ୍ଲଂଘନ କରି ପୁନର୍ବାର ଏହା କରୁଥିବାର ଧରାପଡ଼ନ୍ତି, ତେବେ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇପାରେ ଏବଂ ସେମାନେ ନିଜ ଚାକିରି ମଧ୍ୟ ହରାଇ ପାରନ୍ତି। ଏ ସମ୍ପର୍କରେ ରାଜ୍ୟର ସମସ୍ତ ପୋଲିସ କର୍ମଚାରୀଙ୍କୁ କଡ଼ା ଚେତାବନୀ ଦେଇଛି ବିହାର ପୋଲିସ।

ମୋବାଇଲ୍ ଫୋନର ଅତ୍ୟଧିକ ବ୍ୟବହାରକୁ ନଜରରେ ରଖି ବିହାର ପୋଲିସ ଡ୍ୟୁଟି ସମୟରେ ରିଲ୍‌-ଭିଡିଓ ତିଆରି କରୁଥିବା ସମସ୍ତ ପୋଲିସ କର୍ମଚାରୀଙ୍କୁ ଚେତାବନୀ ଦେଇଛି। ଏହି ପରିପ୍ରେକ୍ଷୀରେ ମେ’ ୧୫ରେ ଏକ ପତ୍ର ଜାରି କରାଯାଇଛି। ଡ୍ୟୁଟି ସମୟରେ ରିଲ୍‌-ଭିଡିଓ ତିଆରି କରି ସେଗୁଡ଼ିକୁ ସୋସିଆଲ ମିଡିଆରେ ଅପଲୋଡ୍ ନ କରିବାକୁ ସମସ୍ତ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଯଦି କୌଣସି କର୍ମଚାରୀ ଆଦେଶ ଉଲ୍ଲଂଘନ କରନ୍ତି, ତେବେ ସେ ବିଭାଗୀୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବା ପାଇଁ ଉତ୍ତରଦାୟୀ ରହିବେ। ଏପରି କି, ଏଥିପାଇଁ ସେ ନିଜର ଚାକିରି ମଧ୍ୟ ହରାଇ ପାରନ୍ତି।

ଚିଠିରେ କୁହାଯାଇଛି ଯେ କିଛି ପୋଲିସ କର୍ମୀ ସାର୍ବଜନୀନ ପ୍ଲାଟଫର୍ମରେ ଅସ୍ତ୍ରଶସ୍ତ୍ର, ଗୋଳା-ବାରୁଦ, ବର୍ଦ୍ଦି ଆଦି ବ୍ୟବହାର କରି ଅତ୍ୟଧିକ ରିଲ୍ ତିଆରି କରୁଛନ୍ତି। ଏହା କେବଳ ଉଲ୍ଲଂଘନ ନୁହେଁ, ବରଂ ଏହା ସେମାନଙ୍କ କାର୍ଯ୍ୟ ଏବଂ ଏକାଗ୍ରତାକୁ ମଧ୍ୟ ପ୍ରଭାବିତ କରୁଛି। ତେଣୁ ନିୟମ ପାଳନ ନ କଲେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ସୂଚନାଥାଉ କି, ବିହାର ପୋଲିସ ଏହିପରି ଏକ ଚିଠି ୨୦୨୧ ଜୁନ୍‌ ୧ରେ ମଧ୍ୟ ଜାରି କରିଥିଲା, କିନ୍ତୁ ଏହା କୌଣସି ପ୍ରଭାବ ପକାଇ ପାରି ନ ଥିଲା।

Roshni

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

20 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

29 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 hours ago