ଅଣ୍ଟାରେ ବନ୍ଧୁକ ଖୋସି ବୁଲୁଛନ୍ତି ମହିଳା, କାରଣ ଜାଣିଲେ ଆପଣ ବି ହୋଇଯିବେ ତାଜୁବ୍‌

ଗାଁରେ ବନ୍ଧୁକ ଧରି ବୁଲୁଛନ୍ତି ମହିଳା। ଖାଲି ବୁଲୁନାହାନ୍ତି ଯେଉଁଠାରେ କୌଣସି ଅପକର୍ମ ବା ଅପରାଧ ହେଉଛି ସେଠାରେ ବନ୍ଧୁକ ଚଳାଇ ଅପରାଧୀଙ୍କୁ ସାବାଡ଼ ମଧ୍ୟ କରୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବିହାରର ପାଟଣାର ଫୁଲବାରୀ ଶରୀଫର ଗୌନପୁର ପଞ୍ଚାୟତରେ।

ଏଠାରେ ଆଭା ଦେବୀ ନାମ୍ନୀ ମହିଳା ଗୁଣ୍ଡା, ବଦମାସ ସମେତ ଆତଙ୍କ ଚଳାଇଥିବା ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଠିକ୍‌ ରାସ୍ତାକୁ ଆଣିବା ପାଇଁ ବନ୍ଧୁକ ଧରି ବୁଲୁଥିବା ଜଣାଯାଇଛି। ତେବେ ଆଭା ଦେବୀ ଗାଁର ମହିଳାଙ୍କ ମୁଖିଆ ବୋଲି ଜଣାପଡ଼ିଛି। ଅଞ୍ଚଳରେ ସେ ରିଭଲଭର ରାଣୀ ବା ଲେଡି ସିଂଘମ୍‌ ଭାବେ ପରିଚିତ। ସେ ନିଜ ଅଣ୍ଟାରେ ସବୁବେଳେ ଏକ ବନ୍ଧୁକ ଖୋସି ବୁଲୁଥାନ୍ତି।

ଏହାସହ ପଢ଼ନ୍ତୁ: ବ୍ରେଷ୍ଟ ଏନ୍‌ଲାର୍ଜମେଣ୍ଟ ସର୍ଜରୀ କରିବା ପଡ଼ିଲା ମହଙ୍ଗା, ସାମାନ୍ୟ ଭୁଲ୍‌ ଯୋଗୁ ଚାଲିଗଲା ମହିଳାଙ୍କ ଜୀବନ

ରିପୋର୍ଟ ମୁତାବକ, ଆଭା ଦେବୀ ସ୍ଥାନୀୟ ଅଞ୍ଚଳର ମହିଳା ମୁଖିଆ ଭାବେ ପରିଚିତ। କୌଣସି ଭଲ କାମ କରିବାକୁ ଯିବା ବେଳେ ସେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ନିଜ ସୁରକ୍ଷା ପାଇଁ ସେ ବନ୍ଧୁକ ରଖିଥାନ୍ତି।

ଆଭାଦେବୀଙ୍କ କହିବାନୁସାରେ, ୨୦୧୬ ମସିହାଠାରୁ ସେ ଲାଇସେନ୍ସପ୍ରାପ୍ତ ବନ୍ଧୁକ ବ୍ୟବହାର ଆରମ୍ଭ କରିଥିଲେ। ଏହି ପିସ୍ତଲକୁ ସେ ୧.୩୬ ଲକ୍ଷ ଟଙ୍କାରେ କିଣିଥିଲେ। ସେ କହିଛନ୍ତି ଯେ ବାହାରର ଦୁନିଆ ଘର ଭିତରଠାରୁ ବହୁତ ଅଲଗା। ଏଣୁ ନିଜ ସୁରକ୍ଷା ପାଇଁ ସେ ବନ୍ଧୁକ ବ୍ୟବହାର କରିବାକୁ ବାଧ୍ୟ ହୋଇଥାନ୍ତି ବୋଲି କହିଛନ୍ତି।

WCW 11

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

16 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago