Categories: ସ୍ପେଶାଲ

ପୁଅର ମୃତ୍ୟୁ ପରେ ଶପଥ ନେଲେ ମା’, ଏବେ ଡାକ୍ତର ହୋଇ ୨୬ ବର୍ଷ ଧରି ମାଗଣାରେ କରୁଛନ୍ତି ଚିକିତ୍ସା

ମିରଠରେ ରେଲେଓ୍ଵ ରୋଡରେ ରହୁଥିବା ଜଣେ ମହିଳା ଦୀର୍ଘ ୨୬ ବର୍ଷ ଧରି ମାଗଣାରେ ଲୋକଙ୍କୁ ଚିକିତ୍ସା କରାଉଛନ୍ତି। ତାଙ୍କ ଚିକିତ୍ସାରେ ବହୁତ ଲୋକ ଆରୋଗ୍ୟ ମଧ୍ୟ ହେଉଛନ୍ତି। ଦିଲ୍ଲୀ, ମହାରାଷ୍ଟ୍ର, ପଞ୍ଜାବ, ହରିୟାଣା ଏବଂ ମିରଠ ସହିତ ସାରା ଉତ୍ତର ପ୍ରଦେଶରୁ ତାଙ୍କ ପାଖକୁ ରୋଗୀ ମାନେ ଆସନ୍ତି। ଆପଣଙ୍କ ମନରେ ନିହାତି ପ୍ରଶ୍ନ ଆସୁଥିବ ଏହି ମହିଳା ଡାକ୍ତର ଜଣଙ୍କ ଏତେ ଭଲ ଚିକିତ୍ସା କରୁଛନ୍ତି ହେଲେ ଏଥିପାଇଁ କାହିଁକି କୌଣସି ଶୁଳ୍କ ନେଉନାହାନ୍ତି। ଆମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ତାଙ୍କ ଡାକ୍ତର ହେବା ପଛରେ ରହିଛି ବହୁତ ବଡ କାରଣ।

୭୦ ବର୍ଷିୟା ଡାକ୍ତର ମଞ୍ଜୁ ମିତ୍ତଲଙ୍କର ଦୁଇଟି ପୁଅ ଥିଲା। କିନ୍ତୁ ଯେତେବେଳେ ବଡ ପୁଅ ନଅ ବର୍ଷର ହୋଇଥିଲା ସେତେବେଳେ ସେ ଅଚାନକ ରୋଗରେ ପଡିଗଲା। ବହୁତ ଡାକ୍ତରଙ୍କୁ ଦେଖାଇବା ପରେ ବି ପୁଅକୁ ବଞ୍ଚାଇପାରିଲେନି ମଞ୍ଜୁ। ପୁଅର ମୃତ୍ୟୁ ପରେ ମଞ୍ଜୁ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡିଲେ। ଏହି ସମୟରେ ସେ ପ୍ରଣ ନେଲେ ଯେ ସେ ଡକ୍ତର ହୋଇ ଲୋକଙ୍କ ସାହାଯ୍ୟ କରିବେ। ଏହାପରେ ସେ ହୋମିୟାପାଥିକରେ ପ୍ରାକ୍ଟିସ ଆରମ୍ଭ କଲେ।

ଏହାପରେ ଧିରେ ଧିରେ ତାଙ୍କ ପାଖକୁ ଏଲୋପାଥିକ ରୋଗୀମାନେ ମଧ୍ୟ ଚିକିତ୍ସା ହେବାକୁ ଆସିଲେ। ଏଲୋପାଥିକ ଖାଉଥିବା ରୋଗୀ କୌଣସି ଉପକୃତ ନ ହେବାରୁ ତାଙ୍କ ପାଖକୁ ଆସୁଛନ୍ତି। ମଞ୍ଜୁଙ୍କ ପାଖରେ ଚିକିତ୍ସା ହେଉଥିବା ଜଣେ ରୋଗୀ କହିଛନ୍ତି ଡାକ୍ତର ତାଙ୍କୁ ବାଇପାସ୍ ସର୍ଜରୀ ପାଇଁ କହିଥିଲେ କିନ୍ତୁ ଏଠାରେ ଚିକିତ୍ସା କରିବା ପରେ ଆରାମ ମିଳିଲା।

ଏହାସହ ପଢନ୍ତୁ : ଲୋମଟାଙ୍କୁରୀ ଉଠିବ ଏହି ଦୁର୍ଘଟଣାର ଭିଡିଓ ଦେଖିଲେ, ପିଲାର ଜୀବନ ବଞ୍ଚାଇବା ପାଇଁ କେମିତି କରୁଛନ୍ତି ସଂଘର୍ଷ

ଆଉ ଜଣେ ରୋଗୀ କହିଛନ୍ତି ଯେ ସେ ଡ୍ରାଇଭର କାମ କରୁନ୍ତି। କାମ ସମୟରେ ଓଜନିଆ ଜିନିଷ ପଡିଯିବା କାରଣରୁ ତାଙ୍କର ଅଭ୍ୟନ୍ତରଣୀୟ ଆଘାତ ଲାଗିଥିଲା। ଚିକିତ୍ସା କରୁଥିବା ଡାକ୍ତର ମନା କରିଦେଲେ, କିନ୍ତୁ ଏଠାକୁ ଆସି ଚିକିତ୍ସା ହେବା ପରେ ଠିକ୍ ହୋଇଗଲା। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଇଚ୍ଛା ଶକ୍ତି ଥିଲେ ସବୁକିଛି ସମ୍ବବ ହୋଇପାରିବ। ସେଣିକି ସେ ଜଣେ ବୃଦ୍ଧା ମା ହୋଇଥାନ୍ତୁ ନା କାହିଁକି।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

26 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago