Below header

ପୁଅର ମୃତ୍ୟୁ ପରେ ଶପଥ ନେଲେ ମା’, ଏବେ ଡାକ୍ତର ହୋଇ ୨୬ ବର୍ଷ ଧରି ମାଗଣାରେ କରୁଛନ୍ତି ଚିକିତ୍ସା

ମିରଠରେ ରେଲେଓ୍ଵ ରୋଡରେ ରହୁଥିବା ଜଣେ ମହିଳା ଦୀର୍ଘ ୨୬ ବର୍ଷ ଧରି ମାଗଣାରେ ଲୋକଙ୍କୁ ଚିକିତ୍ସା କରାଉଛନ୍ତି। ତାଙ୍କ ଚିକିତ୍ସାରେ ବହୁତ ଲୋକ ଆରୋଗ୍ୟ ମଧ୍ୟ ହେଉଛନ୍ତି। ଦିଲ୍ଲୀ, ମହାରାଷ୍ଟ୍ର, ପଞ୍ଜାବ, ହରିୟାଣା ଏବଂ ମିରଠ ସହିତ ସାରା ଉତ୍ତର ପ୍ରଦେଶରୁ ତାଙ୍କ ପାଖକୁ ରୋଗୀ ମାନେ ଆସନ୍ତି। ଆପଣଙ୍କ ମନରେ ନିହାତି ପ୍ରଶ୍ନ ଆସୁଥିବ ଏହି ମହିଳା ଡାକ୍ତର ଜଣଙ୍କ ଏତେ ଭଲ ଚିକିତ୍ସା କରୁଛନ୍ତି ହେଲେ ଏଥିପାଇଁ କାହିଁକି କୌଣସି ଶୁଳ୍କ ନେଉନାହାନ୍ତି। ଆମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ତାଙ୍କ ଡାକ୍ତର ହେବା ପଛରେ ରହିଛି ବହୁତ ବଡ କାରଣ।

୭୦ ବର୍ଷିୟା ଡାକ୍ତର ମଞ୍ଜୁ ମିତ୍ତଲଙ୍କର ଦୁଇଟି ପୁଅ ଥିଲା। କିନ୍ତୁ ଯେତେବେଳେ ବଡ ପୁଅ ନଅ ବର୍ଷର ହୋଇଥିଲା ସେତେବେଳେ ସେ ଅଚାନକ ରୋଗରେ ପଡିଗଲା। ବହୁତ ଡାକ୍ତରଙ୍କୁ ଦେଖାଇବା ପରେ ବି ପୁଅକୁ ବଞ୍ଚାଇପାରିଲେନି ମଞ୍ଜୁ। ପୁଅର ମୃତ୍ୟୁ ପରେ ମଞ୍ଜୁ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡିଲେ। ଏହି ସମୟରେ ସେ ପ୍ରଣ ନେଲେ ଯେ ସେ ଡକ୍ତର ହୋଇ ଲୋକଙ୍କ ସାହାଯ୍ୟ କରିବେ। ଏହାପରେ ସେ ହୋମିୟାପାଥିକରେ ପ୍ରାକ୍ଟିସ ଆରମ୍ଭ କଲେ।

doctorଏହାପରେ ଧିରେ ଧିରେ ତାଙ୍କ ପାଖକୁ ଏଲୋପାଥିକ ରୋଗୀମାନେ ମଧ୍ୟ ଚିକିତ୍ସା ହେବାକୁ ଆସିଲେ। ଏଲୋପାଥିକ ଖାଉଥିବା ରୋଗୀ କୌଣସି ଉପକୃତ ନ ହେବାରୁ ତାଙ୍କ ପାଖକୁ ଆସୁଛନ୍ତି। ମଞ୍ଜୁଙ୍କ ପାଖରେ ଚିକିତ୍ସା ହେଉଥିବା ଜଣେ ରୋଗୀ କହିଛନ୍ତି ଡାକ୍ତର ତାଙ୍କୁ ବାଇପାସ୍ ସର୍ଜରୀ ପାଇଁ କହିଥିଲେ କିନ୍ତୁ ଏଠାରେ ଚିକିତ୍ସା କରିବା ପରେ ଆରାମ ମିଳିଲା।

ଏହାସହ ପଢନ୍ତୁ : ଲୋମଟାଙ୍କୁରୀ ଉଠିବ ଏହି ଦୁର୍ଘଟଣାର ଭିଡିଓ ଦେଖିଲେ, ପିଲାର ଜୀବନ ବଞ୍ଚାଇବା ପାଇଁ କେମିତି କରୁଛନ୍ତି ସଂଘର୍ଷ

ଆଉ ଜଣେ ରୋଗୀ କହିଛନ୍ତି ଯେ ସେ ଡ୍ରାଇଭର କାମ କରୁନ୍ତି। କାମ ସମୟରେ ଓଜନିଆ ଜିନିଷ ପଡିଯିବା କାରଣରୁ ତାଙ୍କର ଅଭ୍ୟନ୍ତରଣୀୟ ଆଘାତ ଲାଗିଥିଲା। ଚିକିତ୍ସା କରୁଥିବା ଡାକ୍ତର ମନା କରିଦେଲେ, କିନ୍ତୁ ଏଠାକୁ ଆସି ଚିକିତ୍ସା ହେବା ପରେ ଠିକ୍ ହୋଇଗଲା। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଇଚ୍ଛା ଶକ୍ତି ଥିଲେ ସବୁକିଛି ସମ୍ବବ ହୋଇପାରିବ। ସେଣିକି ସେ ଜଣେ ବୃଦ୍ଧା ମା ହୋଇଥାନ୍ତୁ ନା କାହିଁକି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.