ଆପଣ କେବେ ଖାଇଛନ୍ତି ‘ନୁଡୁଲ୍ସ ପକୋଡା’, ଏବେ କରନ୍ତୁ ପ୍ରସ୍ତୁତ

ଆପଣମାନେ ପ୍ରତି ଖାଦ୍ୟରେ ମଜା ନେବା ପାଇଁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ତିଆରି କରିଥାନ୍ତି। ଏମିତିରେ ଆଜି ଆପଣଙ୍କୁ ଏପରି ଏକ ପକୋଡା ବିଷୟରେ ଜଣାଇବୁ, ଯାହା ଆପଣ ପୂର୍ବରୁ କେବେ ବି ଟ୍ରାଏ କରିନଥିବେ। ଆସନ୍ତୁ ଜାଣିବେ କିପରି ପ୍ରସ୍ତୁତ କରିବେ ‘ନୁଡୁଲ୍ସ ପକୋଡା’।

ଆବଶ୍ୟକ ସମାଗ୍ରୀ :

ବେସନ- ୧ କପ୍‌

କର୍ନଫ୍ଲୋର – ୨ ଟେବୁଲସ୍ପୁନ

ନୁଡୁଲ୍ସ – ଏକ କପଲ ସିଝା ହୋଇଥିବା

ଛତୁ- ୨ଟି ଛୋଟ ଛୋଟ କଟା ହୋଇଥିବା

ପତ୍ରକୋବି : ଅଧା କପ୍‌ ପତଳା ପତଳା କଟା ହୋଇଥିବା

କଞ୍ଚାଲଙ୍କା : ୨ଟି କଟା ହୋଇଥିବା

ଅଦା : ଛୋଟ ଖଣ୍ଡେ ( ଲମ୍ବା ହୋଇ କଟା ହୋଇଥିବା)

ଲୁଣ : ସ୍ୱାଦନୁସାରେ

ଲଙ୍କା ପାଉଡର (୧/୪ ଛୋଟ ଚାମଚ)

ତେଲ : ପକୋଡା ଛାଣିବା ପାଇଁ

33

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଏକ ପାତ୍ରରେ ବେସନ ଏବଂ କର୍ନଫ୍ଲୋର ମିଶାଇ ପାଣି ଦେଇ ଏକ ପେଷ୍ଟ( ପକୁଡି ଛାଣିଲା ଭଳି) ପ୍ରସ୍ତୁତ କରିନିଅନ୍ତୁ। ଏବେ ଏଥିରେ ଲୁଣ, ଲଙ୍କା ପାଉଡର, କଞ୍ଚାଲଙ୍କା, ଧନିଆପତ୍ର, ଅଦା, ଛତୁ, ପତ୍ରକୋବି ଏବଂ ନୁଡୁଲ୍ସ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ କଡେଇରେ ତେଲ ଗରମ ହୋଇଗଲା ପରେ ଚାମଚରେ ଏହି ମିଶ୍ରଣକୁ ନେଇ ତେଲରେ ପକାଇ ଛାଣନ୍ତୁ। ଏବେ ଏହାକୁ ଭଲଭାବେ ଛାଣିନିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ନୁଡୁଲ୍ସ ପକୋଡା। ଏବେ ଟମାଟୋ ସସ୍‌ ସହିତ ଗରମ ଗରମ ପରଷନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.