ବିଜୟ ମାଲ୍ୟାଙ୍କ ଭାରତ ପ୍ରତ୍ୟାର୍ପଣ ମାମଲାର ଆଜି ଶୁଣାଣି , ଲଣ୍ଡନର ୱେଷ୍ଟ ମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ ଦେଇପାରନ୍ତି ରାୟ

ଲଣ୍ଡନ(କେନ୍ୟୁଜ୍) : କ’ଣ ହେବ ଲିକର୍‌ ବାରୁନ୍‌ ବିଜୟ ମାଲ୍ୟାଙ୍କ ଭାଗ୍ୟ ? ଭାରତ ପ୍ରତ୍ୟାର୍ପଣ ହେବେ କି ? ରାୟ ଦେଇପାରନ୍ତି ଲଣ୍ଡନର ୱେଷ୍ଟ ମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ । ବିଜୟ ମାଲ୍ୟାଙ୍କ ଭାରତ ପ୍ରତ୍ୟାର୍ପଣ ମାମଲାରେ ଆଜି ଶୁଣାଣି ରହିଛି । ୯ ହଜାର କୋଟି ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ଏବେ ବିଜୟ ମାଲ୍ୟା ଲଣ୍ଡନରେ ଆତ୍ମଗୋପନ କରିଛନ୍ତି । ଏହି ମାମଲାରେ ବିଜୟ ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିବାକୁ ଭାରତ ସରକାର ଆବେଦନ କରିଛନ୍ତି । ତେବେ ଯାହା ଅନୁମାନ କରାଯାଉଛି, ବିଜୟ ମାଲ୍ୟାଙ୍କୁ ଭାରତ ଫେରିବା ସମ୍ଭାବନା କ୍ଷୀଣ ।

ମାଲ୍ୟାଙ୍କୁ ପ୍ରତ୍ୟାର୍ପଣ କରାଯିବ କି ନାହିଁ ଶେଷ ନିଷ୍ପତ୍ତି ବ୍ରିଟିସ୍‌ ସରକାରଙ୍କ ଗୃହ ସଚିବ ନେବେ । ଆଜି ଯଦି ୱେଷ୍ଟ ମିନିଷ୍ଟର କୋର୍ଟ ବିଜୟ ମାଲ୍ୟାଙ୍କୁ ଭାରତ ପ୍ରତ୍ୟାର୍ପଣ କରିବା ସପକ୍ଷରେ ରାୟ ଦିଅନ୍ତି, ଏଥିପାଇଁ ବ୍ରିଟିଶ ସରକାରଙ୍କ ଗୃହ ସଚିବ ଅନୁମତି ପାଇଁ କୋର୍ଟ ମଧ୍ୟ ସୁପାରିଶ କରିବେ । ଏହା ବ୍ୟତୀତ ବିଜୟ ମାଲ୍ୟା ନିଜ ସପକ୍ଷରେ ରାୟ ପାଇଁ ୟୁରୋପିଆନ୍‌ କୋର୍ଟ ଅଫ୍‌ ଜଷ୍ଟିସ୍‌ରେ ମଧ୍ୟ ଅପିଲ କରିପାରିବେ । ମାନବିକ ଅଧିକାର ଦୃଷ୍ଟିରୁ ୟୁରୋପିଆନ୍‌ କୋର୍ଟ ଅଫ୍‌ ଜଷ୍ଟିସ୍‌ ବିଜୟ ମାଲ୍ୟାଙ୍କ ପାଇଁ କୋହଳ ହୋଇପାରନ୍ତି । ଏଭଳି ସ୍ଥିତିରେ ବିଜୟ ମାଲ୍ୟା ଭାରତକୁ ଫେରିବା ସମ୍ଭାବନା କମ୍‌ ।

KNews Bureau

Recent Posts

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି, ଉପକୂଳରେ ଅସହ୍ୟ ହେଉଛି ଗୁଳୁଗୁଳି

କେନ୍ୟୁଜ୍‌: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା ।…

7 mins ago

ଗ୍ରାହକଙ୍କୁ ଆଶ୍ୱସ୍ତି, ମାସ ଆରମ୍ଭରୁ କମିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଦେଶରେ ଲୋକସଭା ନିର୍ବାଚନର ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ଭୋଟ ଚାଲିଥିବା ବେଳେ ଗ୍ରାହକଙ୍କୁ ଖୁସି କରିଦେଇଛନ୍ତି…

14 mins ago

ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ

କେନ୍ୟୁଜ୍‌: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ୫୭ଟି…

41 mins ago

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

53 mins ago

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

1 hour ago

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

1 hour ago