Below header

ବିଜୟ ମାଲ୍ୟାଙ୍କ ଭାରତ ପ୍ରତ୍ୟାର୍ପଣ ମାମଲାର ଆଜି ଶୁଣାଣି , ଲଣ୍ଡନର ୱେଷ୍ଟ ମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ ଦେଇପାରନ୍ତି ରାୟ

୯ ହଜାର କୋଟି ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ଲଣ୍ଡନରେ ଆତ୍ମଗୋପନ କରିଛନ୍ତି ବିଜୟ ମାଲ୍ୟା

ଲଣ୍ଡନ(କେନ୍ୟୁଜ୍) : କ’ଣ ହେବ ଲିକର୍‌ ବାରୁନ୍‌ ବିଜୟ ମାଲ୍ୟାଙ୍କ ଭାଗ୍ୟ ? ଭାରତ ପ୍ରତ୍ୟାର୍ପଣ ହେବେ କି ? ରାୟ ଦେଇପାରନ୍ତି ଲଣ୍ଡନର ୱେଷ୍ଟ ମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ । ବିଜୟ ମାଲ୍ୟାଙ୍କ ଭାରତ ପ୍ରତ୍ୟାର୍ପଣ ମାମଲାରେ ଆଜି ଶୁଣାଣି ରହିଛି । ୯ ହଜାର କୋଟି ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ଏବେ ବିଜୟ ମାଲ୍ୟା ଲଣ୍ଡନରେ ଆତ୍ମଗୋପନ କରିଛନ୍ତି । ଏହି ମାମଲାରେ ବିଜୟ ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିବାକୁ ଭାରତ ସରକାର ଆବେଦନ କରିଛନ୍ତି । ତେବେ ଯାହା ଅନୁମାନ କରାଯାଉଛି, ବିଜୟ ମାଲ୍ୟାଙ୍କୁ ଭାରତ ଫେରିବା ସମ୍ଭାବନା କ୍ଷୀଣ ।

Vijay Mallyaମାଲ୍ୟାଙ୍କୁ ପ୍ରତ୍ୟାର୍ପଣ କରାଯିବ କି ନାହିଁ ଶେଷ ନିଷ୍ପତ୍ତି ବ୍ରିଟିସ୍‌ ସରକାରଙ୍କ ଗୃହ ସଚିବ ନେବେ । ଆଜି ଯଦି ୱେଷ୍ଟ ମିନିଷ୍ଟର କୋର୍ଟ ବିଜୟ ମାଲ୍ୟାଙ୍କୁ ଭାରତ ପ୍ରତ୍ୟାର୍ପଣ କରିବା ସପକ୍ଷରେ ରାୟ ଦିଅନ୍ତି, ଏଥିପାଇଁ ବ୍ରିଟିଶ ସରକାରଙ୍କ ଗୃହ ସଚିବ ଅନୁମତି ପାଇଁ କୋର୍ଟ ମଧ୍ୟ ସୁପାରିଶ କରିବେ । ଏହା ବ୍ୟତୀତ ବିଜୟ ମାଲ୍ୟା ନିଜ ସପକ୍ଷରେ ରାୟ ପାଇଁ ୟୁରୋପିଆନ୍‌ କୋର୍ଟ ଅଫ୍‌ ଜଷ୍ଟିସ୍‌ରେ ମଧ୍ୟ ଅପିଲ କରିପାରିବେ । ମାନବିକ ଅଧିକାର ଦୃଷ୍ଟିରୁ ୟୁରୋପିଆନ୍‌ କୋର୍ଟ ଅଫ୍‌ ଜଷ୍ଟିସ୍‌ ବିଜୟ ମାଲ୍ୟାଙ୍କ ପାଇଁ କୋହଳ ହୋଇପାରନ୍ତି । ଏଭଳି ସ୍ଥିତିରେ ବିଜୟ ମାଲ୍ୟା ଭାରତକୁ ଫେରିବା ସମ୍ଭାବନା କମ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.