ରୋମାଞ୍ଚକର ସ୍ଥିତିରେ ଭାରତ-ଅଷ୍ଟ୍ରେଲିଆ ଆଡିଲେଡ୍ ଟେଷ୍ଟ, ଜିତିବା ପାଇଁ ଭାରତକୁ ଦରକାର ଆଉ ୪ ଓ୍ଵିକେଟ

ଉଦୟପୁର(କେନ୍ୟୁଜ୍) : ରୋମାଞ୍ଚକର ସ୍ଥିତିରେ ଭାରତ-ଅଷ୍ଟ୍ରେଲିଆ ଆଡିଲେଡ୍ ଟେଷ୍ଟ । ଆଜି ଶେଷ ଦିନରେ ମ୍ୟାଚ୍ ଜିତିବା ପାଇଁ ଭାରତକୁ ଆଉ ୪ ଓ୍ଵିକେଟ ଆବଶ୍ୟକ ରହିଛି । ସେହିପରି ବିଜୟ ପାଇଁ ସଂଘର୍ଷ କରୁଛି ଅଷ୍ଟ୍ରେଲିଆ ଦଳ । ଗତକାଲି ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ଦଳ ୪ ଓ୍ଵିକେଟ ହରାଇ କରିଥିଲା ୧୦୪ ରନ୍ । ୩୨୩ ରନ୍ର ଟାର୍ଗେଟ୍ ଦେଇଛି ଟିମ୍ ଇଣ୍ଡିଆ । ଭାରତ ପକ୍ଷରୁ ଦ୍ୱିତୀୟ ଇନିଂସରେ ଆର୍. ଅଶ୍ୱୀନ୍ ଓ ମହମ୍ମଦ ସାମି ଦୁଇଟି ଲେଖାଏଁ ଓ୍ଵିକେଟ ନେଇଥିଲେ ।
ପୂର୍ବରୁ ଭାରତ ଦ୍ୱିତୀୟ ଇନିଂସରେ ୩୦୭ ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ଚେତେଶ୍ୱର ପୂଜାରା ସର୍ବାଧିକ ୭୧ ଓ ରାହାଣେ ୭୦ ରନ୍ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ନାଥନ୍ ସର୍ବାଧିକ ୬ଟି ଓ୍ଵିକେଟ୍ ନେଇଛନ୍ତି । ପ୍ରଥମ ଇନିଂସରେ ଭାରତ ୨୫୦ ରନ୍ ଓ ଅଷ୍ଟ୍ରେଲିଆ ୨୩୫ ରନ୍ କରିଥିଲେ ।