ଭୁବନେଶ୍ୱରରେ ଡଟ୍‌ ଫେଷ୍ଟ, ନବମ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ୍‌ର ଲୋକପ୍ରିୟ ଗାୟକ ଶାନ୍‌

ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍) : ଭୁବନେଶ୍ୱରରେ ଡଟ୍‌ ଫେଷ୍ଟ । ପ୍ରତିଦିନ ସନ୍ଧ୍ୟାରେ ଜମୁଛି ମ୍ୟୁଜିକାଲ୍‌ ନାଇଟ୍‌ । ଗତକାଲି ନବମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ୍‌ର ଲୋକପ୍ରିୟ ଗାୟକ ଶାନ୍‌ । ତାଙ୍କର ଗୋଟିଏ ପରେ ଗୋଟିଏ ବଲିଉଡ୍‌ ସଙ୍ଗୀତ ରାଜଧାନୀର ଶୀତୁଆ ରାତିକୁ ଉଷୁମ କରି ଦେଇଥିଲେ । ଶାନ୍‌ଙ୍କ ରୋମାଣ୍ଟିକ ଗୀତରେ ମତୁଆଲା ହୋଇଥିଲେ ଦର୍ଶକ । ଝୁମିଥିଲେ, ନାଚିଥିଲେ ଓ ଭରପୁର ମଜା  ଉଠାଇଥିଲେ । ଉଭୟ ହିନ୍ଦି ଏବଂ ଓଡ଼ିଆ ଗୀତରେ ରାଜଧାନୀବାସୀଙ୍କୁ ମତୁଆଲା କରିଥିଲେ ଶାନ୍‌ ।

shannnnଅପରପକ୍ଷେ ଏହି ଡଟ୍ ଫେଷ୍ଟରେ ଯୋଗ ଦେଇ ବହୁତ ଖୁସି ଥିବା କହିଥିଲେ ମୁଖ୍ୟମନ୍ତ୍ରୀ । ପ୍ରତିବର୍ଷ ଏହି ଡଟ୍‌ ଫେଷ୍ଟ ଆୟୋଜନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେହିପରି ଓଡ଼ିଶାର କଳା ସଂସ୍କୃତି ଓ ଏଠାକାର ଖାଦ୍ୟପେୟ ତାଙ୍କୁ ଭଲ ଲାଗେ ବୋଲି କହିଥିଲେ ଶାନ୍‌ । ଜଗନ୍ନାଥଙ୍କୁ ବହୁତ ଭକ୍ତି କରନ୍ତି । ସମୟ ନଥିବାରୁ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରି ପାରି ନାହାନ୍ତି ବୋଲି ଶାନ୍‌ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.