Below header

ବିଶ୍ୱକପ୍‌ ହକିରେ ଆଜିଠାରୁ ଆରମ୍ଭ ହେବ କ୍ରସ୍‌ ଓଭର ମ୍ୟାଚ୍‌

ଭୁବନେଶ୍ବର(କେନ୍ୟୁଜ୍) : ବିଶ୍ୱକପ୍‌ ହକିରେ ଆଜିଠାରୁ ଆରମ୍ଭ ହେବ କ୍ରସ୍‌ ଓଭର ମ୍ୟାଚ୍‌ । ସରିଯାଇଛି ଗ୍ରୁପ ପର‌୍ୟ୍ୟାୟ ମ୍ୟାଚ୍‌ । ବିଦା ହୋଇଛନ୍ତି, ଆୟରାଲଣ୍ଡ, ମାଲେସିଆ, ଦକ୍ଷିଣ ଆଫ୍ରିକା ଓ ସ୍ପେନ୍‌ । ଆଜି କ୍ରସ୍‌ ଓଭରରେ ଦୁଇଟି ମ୍ୟାଚ୍‌ ରହିଛି । ପ୍ରଥମ ମ୍ୟାଚ୍‌ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଦ୍ୱିତୀୟ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଫ୍ରାନ୍ସ ଓ ଚୀନ୍‌ । ଆସନ୍ତାକାଲି ବେଲଜିୟମ-ପାକିସ୍ତାନ ଓ ନେଦରଲାଣ୍ଡ-କାନାଡା ମୁକାବିଲା ହେବ ।

hs ନେଦରଲାଣ୍ଡ-କାନାଡା ମଧ୍ୟରେ ଯିଏ ଜିତିବ ସେହି ଦଳ ଭାରତ ସହ କ୍ୱାର୍ଟର ଫାଇନାଲ ଖେଳିବ । ଗ୍ରୁପ ପର‌୍ୟ୍ୟାୟରେ ଭାରତ କାନାଡାକୁ ହରାଇଥିଲା । କିନ୍ତୁ ନେଦରଲାଣ୍ଡ ଏକ ଶକ୍ତିଶାଳୀ ଦଳ । ବିଶ୍ୱ ର‍୍ୟାକିଂରେ ଭାରତ ୫ ନମ୍ବର ସ୍ଥାନରେ ଥିବା ବେଳେ ନେଦରଲାଣ୍ଡ ୪ ନମ୍ବର ସ୍ଥାନରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.