ଦେଶ ବିଦେଶ

ମଧ୍ୟପ୍ରଦେଶରେ ଝଡ଼ତୋଫାନ: ଗୁଡ଼ି ଭଳି ଉଡ଼ିଲା ଘରର ଟିଣ ଚାଦର, ଲୁହା ଆଙ୍ଗଲ୍‌ ମାଡ଼ରେ ବାଇକ୍‌ ଆରୋହୀ ଗୁରୁତର

ମଧ୍ୟପ୍ରଦେଶରେ ପାଣିପାଗରେ ପରିବର୍ତ୍ତନ ହୋଇଛି । କୁଆପଥର ମାଡ଼ ସହିତ ବର୍ଷା ଜାରି ରହିଛି । ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ଜୋର୍‌ରେ ପବନ ବହୁଛି । ରାଜ୍ୟର ଖରଗୋନ୍‌ରେ ଇନ୍ଦୋର-ଇଚ୍ଛାପୁର ରାଜ୍ୟ ରାଜପଥରେ ଏକ ଭୟଙ୍କର ଝଡ଼ତୋଫାନ ଦେଖିବାକୁ ମିଳିଥିଲା । ଧୂଳି ଝଡ଼ ଏତେ ଶକ୍ତିଶାଳୀ ଥିଲା ଯେ ଅନେକ ଲୋକଙ୍କ ଘରର ଟିଣ ଚାଦର ଗୁଡ଼ି ଭଳି ଆକାଶରେ ଉଡ଼ିବାକୁ ଲାଗିଥିଲା ।

ଏହି ସମୟରେ ଏକ ଦୁର୍ଘଟଣା ମଧ୍ୟ ଘଟିଥିଲା । ସେହି ରାସ୍ତା ଦେଇ ଯାଉଥିବା ଜଣେ ବାଇକ୍ ଆରୋହୀ ଏକ ଲୁହା ଆଙ୍ଗଲ୍‌ ସଂସ୍ପର୍ଶରେ ଆସିବାରୁ ଗୁରୁତର ଆହତ ହୋଇଥିଲେ । ଏହି ଘଟଣା ଖରଗୋନ୍‌ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୭୦ କିଲୋମିଟର ଦୂର ବଡ଼ଓ୍ଵାହ-ସନାଓ୍ଵାଦ ଥାନା ମଧ୍ୟବର୍ତ୍ତୀ ଇନ୍ଦୋର-ଇଚ୍ଛାପୁର ରାଜ୍ୟ ରାଜପଥରେ ଘଟିଛି ।

ପ୍ରବଳ ଧୂଳିଝଡ଼ ମାଡ଼ି ଆସିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । ଲୋକମାନେ କିଛି ବୁଝିବା ଆଗରୁ ଘର ଏବଂ ହୋଟେଲ ଉପରେ ଥିବା ଟିଣ ଚାଦରଗୁଡ଼ିକ ହଠାତ୍ ପବନରେ ଉଡ଼ିବା ଆରମ୍ଭ କରିଥିଲା । ଟିଣ ସିଟ୍‌ଗୁଡ଼ିକ ଏମିତି ଉଡ଼ୁଥିଲା, ଯେପରି ଆକାଶରେ ଗୁଡ଼ି ଉଡ଼ିଲା ଭଳି ଦେଖାଯାଉଥିଲା । ରାସ୍ତାରେ ଯାଉଥିବା ଅନେକ ଲୋକ ଝଡ଼ତୋଫାନ ସମୟରେ ଅଟକି ରହିଥିଲେ ।

ଏତିକି ବେଳେ ଜଣେ ବାଇକ ଆରୋହୀ ଏକ ଲୁହା ଆଙ୍ଗଲ୍‌ ସଂସ୍ପର୍ଶରେ ଆସିବାରୁ ଗୁରୁତର ଆହତ ହୋଇଥିଲେ । ଝଡ଼ତୋଫାନ ସମୟରେ ଅନ୍ୟ ଲୋକମାନେ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଖବର ରହିଛି । ଲୋକମାନେ କହିଛନ୍ତି ଯେ ଯଦି ଉଡ଼ୁଥିବା ଟିଣ ଚାଦର କାହାର ବେକ କିମ୍ବା ଶରୀର ଉପରେ ପଡ଼ିଥାନ୍ତା, ତେବେ କଟି ଅଲଗା ହୋଇ ଯାଇଥାନ୍ତା ।

ସେପଟେ ମଧ୍ୟପ୍ରଦେଶର ଭୋପାଳ, ଇନ୍ଦୋର, ଜବଲପୁର ଆଦି କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ଝଡ଼ତୋଫାନ ହେବାର ପୂର୍ବାନୁମାନ କରାଯାଇଛି । କିଛି ସ୍ଥାନରେ କୁଆପଥର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ।

Roshni

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

17 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

42 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

46 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

48 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

54 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

1 hour ago