ଦେଶ ବିଦେଶ

ବଡ଼ ଲୋକଙ୍କ ବଡ଼ ଚିନ୍ତା , ରତନ ଟାଟାଙ୍କ ମୌସୁମୀ ଟ୍ଵିଟକୁ ନେଇ ଚର୍ଚ୍ଚା

ଛୋଟିଏ କଥାଟିଏ, ହେଲେ ସଭିଁଙ୍କ ମନକୁ ଆସେନି । କେବଳ ବଡ଼ ବ୍ୟକ୍ତିତ୍ୱ ନୁହଁନ୍ତି, ସମାଜ ପ୍ରତି ସମର୍ପଣ ଭାବ ଥିବା ବ୍ୟକ୍ତି ହିଁ  ଏପରି ଛୋଟ କଥାକୁ ମଧ୍ୟ ଚିନ୍ତା କରି ପାରନ୍ତି । ବର୍ଷା ଦିନ ଆସିଛି, ଅଧିକାଂଶ ସ୍ଥାନରେ ଭଲ କରି ବର୍ଷା ଦୁଇ ଅସରା ମଧ୍ୟ ହୋଇଗଲାଣି । ବର୍ଷା ସମୟରେ ବୁଲା ପଶୁ ବିଶେଷ କରି ବୁଲା କୁକୁର ଓ ବିଲେଇ ଅସୁବିଧାରେ ପଡିଥାନ୍ତି । ବର୍ଷାରୁ ରକ୍ଷା ପାଇବା ପାଇଁ କେବେ କାହା ଗାଡି ତଳେ ଏହି ପଶୁମାନେ ଆଶ୍ରୟ ନେଇଥାନ୍ତି ।

ହେଲେ ଆମେ ଏମାନଙ୍କ ବିଷୟରେ କ୍ୱଚିତ୍‌ ଚିନ୍ତା କରିଥାଉ । କେବେ କେବେ ଅଜଣାରେ ଆମେ ଗାଡ଼ି ଚଲାଇବା ଦ୍ୱାରା ଏଡି ବୁଲା ପଶୁମାନେ ଆହତ ହୋଇଥାନ୍ତି ତ କେବେ ମଧ୍ୟ ମୃତ୍ୟୁ ମୁଖରେ ପଡିଥାନ୍ତି ।

ଏହି ବର୍ଷା ସମୟରେ ଶିଳ୍ପପତି ରତନ ଟାଟାଙ୍କ ଏକ ଛୋଟିଆ ଟ୍ଵିଟ ବଡ଼ କଥା କହିଛି । ଯାହା ସାଧାରଣତଃ ଆମେ ଭୁଲିଯାଇଥାଉ । ହେଲେ ରତନ ଟାଟା ଏହାକୁ ଟ୍ଵିଟ କରି ଖାଲି ମାନବିକତାର ପରିଚୟ ଦେଇ ନାହାଁନ୍ତି, ତାଙ୍କ ଟ୍ଵିଟ ଏବେ ଚର୍ଚ୍ଚାରେ ରହିଛି ।

ଶ୍ରୀ ଟାଟା ତାଙ୍କ ଟ୍ଵିଟରେ ଲେଖିଛନ୍ତି, ଏବେ ମୌସୁମୀ ଆସିଯାଇଛି । ବର୍ଷା ପାଇଁ ଅନେକ ବୁଲା କୁକୁର ଓ ବିଲେଇ ବର୍ଷାରୁ ରକ୍ଷା ପାଇବା ପାଇଁ ଆମ କାର ତଳେ ଆଶ୍ରୟ ନେବେ । ଆମେ ଗାଡି ଚଳାଇବା ପୂର୍ବରୁ ଆମ ଗାଡି ତଳ ଚେକ୍‌ କରିବା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମେ ଗାଡି ଛାଡିବା ପୂର୍ବରୁ ଏକ୍ସିଲେଟର ବଢ଼ାଇ ଶବ୍ଦ କରି ସେମାନଙ୍କୁ ଘଉଡାଇବା ଦରକାର । ନଚେତ ଏହି ପ୍ରାଣୀମାନଙ୍କର ଜୀବନ ପ୍ରତି ବିପଦ ହୋଇପାରେ ।

ଆମର ଟିକିଏ ଅସାବଧାନତାଃ ଏହି ନୀରିହ ପଶୁଙ୍କ ଜୀବନ ନଷ୍ଟ କିମ୍ବା ଅପାଙ୍ଗ କରିପାରେ । ତେଣୁ ଗାଡି ଛାଡି ବା ପୂର୍ବରୁ ଆମ ଗାଡି ତଳ ନୀରିକ୍ଷଣ କରିନେବା ଜରୁରୀ । ଏହା ଆହୁରି ଭଲ ହେବ ଯଦି ବର୍ଷା ଦିନେ ଆମେ ତାଙ୍କ ପାଇଁ କିଛି ଅସ୍ଥାୟୀ ରହିବା ସ୍ଥାନ କରିଦେଇ ପାରନ୍ତେ ।

ରତନ ଟାଟାଙ୍କ ଏହି ଛୋଟିଆ ଟ୍ଵିଟ ଭାଇରାଲ ହେବାରେ ଲାଗିଛି । ଏକ ଛୋଟିଆ ଟ୍ଵିଟ ମାଧ୍ୟମରେ ଶ୍ରୀ ଟାଟା ବହୁତ ବଡ଼ କଥା କହିଦେଇଛନ୍ତି । ବାସ୍ତବରେ ଏବେ ବଡ଼ ଶିଳ୍ପପତିଙ୍କ ବ୍ୟସ୍ତ ଜୀବନରେ ଛୋଟ ପଶୁଟିଏ ପାଇଁ ତାଙ୍କର ଚେତନଶୀଳତା ବହୁତ କିଛି ମୂଲ୍ୟାୟନ କରେ ।

Niharanjan

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

30 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

39 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

51 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

59 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

1 hour ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago