ବଡ଼ ଲୋକଙ୍କ ବଡ଼ ଚିନ୍ତା , ରତନ ଟାଟାଙ୍କ ମୌସୁମୀ ଟ୍ଵିଟକୁ ନେଇ ଚର୍ଚ୍ଚା
ଏହି ବର୍ଷା ସମୟରେ ଶିଳ୍ପପତି ରତନ ଟାଟାଙ୍କ ଏକ ଛୋଟିଆ ଟ୍ଵିଟ ବଡ଼ କଥା କହିଛି । ଯାହା ସାଧାରଣତଃ ଆମେ ଭୁଲିଯାଇଥାଉ । ହେଲେ ରତନ ଟାଟା ଏହାକୁ ଟ୍ଵିଟ କରି ଖାଲି ମାନବିକତାର ପରିଚୟ ଦେଇ ନାହାଁନ୍ତି, ତାଙ୍କ ଟ୍ଵିଟ ଏବେ ଚର୍ଚ୍ଚାରେ ରହିଛି ।

ଛୋଟିଏ କଥାଟିଏ, ହେଲେ ସଭିଁଙ୍କ ମନକୁ ଆସେନି । କେବଳ ବଡ଼ ବ୍ୟକ୍ତିତ୍ୱ ନୁହଁନ୍ତି, ସମାଜ ପ୍ରତି ସମର୍ପଣ ଭାବ ଥିବା ବ୍ୟକ୍ତି ହିଁ ଏପରି ଛୋଟ କଥାକୁ ମଧ୍ୟ ଚିନ୍ତା କରି ପାରନ୍ତି । ବର୍ଷା ଦିନ ଆସିଛି, ଅଧିକାଂଶ ସ୍ଥାନରେ ଭଲ କରି ବର୍ଷା ଦୁଇ ଅସରା ମଧ୍ୟ ହୋଇଗଲାଣି । ବର୍ଷା ସମୟରେ ବୁଲା ପଶୁ ବିଶେଷ କରି ବୁଲା କୁକୁର ଓ ବିଲେଇ ଅସୁବିଧାରେ ପଡିଥାନ୍ତି । ବର୍ଷାରୁ ରକ୍ଷା ପାଇବା ପାଇଁ କେବେ କାହା ଗାଡି ତଳେ ଏହି ପଶୁମାନେ ଆଶ୍ରୟ ନେଇଥାନ୍ତି ।
ହେଲେ ଆମେ ଏମାନଙ୍କ ବିଷୟରେ କ୍ୱଚିତ୍ ଚିନ୍ତା କରିଥାଉ । କେବେ କେବେ ଅଜଣାରେ ଆମେ ଗାଡ଼ି ଚଲାଇବା ଦ୍ୱାରା ଏଡି ବୁଲା ପଶୁମାନେ ଆହତ ହୋଇଥାନ୍ତି ତ କେବେ ମଧ୍ୟ ମୃତ୍ୟୁ ମୁଖରେ ପଡିଥାନ୍ତି ।
ଏହି ବର୍ଷା ସମୟରେ ଶିଳ୍ପପତି ରତନ ଟାଟାଙ୍କ ଏକ ଛୋଟିଆ ଟ୍ଵିଟ ବଡ଼ କଥା କହିଛି । ଯାହା ସାଧାରଣତଃ ଆମେ ଭୁଲିଯାଇଥାଉ । ହେଲେ ରତନ ଟାଟା ଏହାକୁ ଟ୍ଵିଟ କରି ଖାଲି ମାନବିକତାର ପରିଚୟ ଦେଇ ନାହାଁନ୍ତି, ତାଙ୍କ ଟ୍ଵିଟ ଏବେ ଚର୍ଚ୍ଚାରେ ରହିଛି ।
ଶ୍ରୀ ଟାଟା ତାଙ୍କ ଟ୍ଵିଟରେ ଲେଖିଛନ୍ତି, ଏବେ ମୌସୁମୀ ଆସିଯାଇଛି । ବର୍ଷା ପାଇଁ ଅନେକ ବୁଲା କୁକୁର ଓ ବିଲେଇ ବର୍ଷାରୁ ରକ୍ଷା ପାଇବା ପାଇଁ ଆମ କାର ତଳେ ଆଶ୍ରୟ ନେବେ । ଆମେ ଗାଡି ଚଳାଇବା ପୂର୍ବରୁ ଆମ ଗାଡି ତଳ ଚେକ୍ କରିବା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମେ ଗାଡି ଛାଡିବା ପୂର୍ବରୁ ଏକ୍ସିଲେଟର ବଢ଼ାଇ ଶବ୍ଦ କରି ସେମାନଙ୍କୁ ଘଉଡାଇବା ଦରକାର । ନଚେତ ଏହି ପ୍ରାଣୀମାନଙ୍କର ଜୀବନ ପ୍ରତି ବିପଦ ହୋଇପାରେ ।
ଆମର ଟିକିଏ ଅସାବଧାନତାଃ ଏହି ନୀରିହ ପଶୁଙ୍କ ଜୀବନ ନଷ୍ଟ କିମ୍ବା ଅପାଙ୍ଗ କରିପାରେ । ତେଣୁ ଗାଡି ଛାଡି ବା ପୂର୍ବରୁ ଆମ ଗାଡି ତଳ ନୀରିକ୍ଷଣ କରିନେବା ଜରୁରୀ । ଏହା ଆହୁରି ଭଲ ହେବ ଯଦି ବର୍ଷା ଦିନେ ଆମେ ତାଙ୍କ ପାଇଁ କିଛି ଅସ୍ଥାୟୀ ରହିବା ସ୍ଥାନ କରିଦେଇ ପାରନ୍ତେ ।
Now that the monsoons are here, a lot of stray cats and dogs take shelter under our cars. It is important to check under our car before we turn it on and accelerate to avoid injuries to stray animals taking shelter. They can be seriously injured, handicapped and even killed if we… pic.twitter.com/BH4iHJJyhp
— Ratan N. Tata (@RNTata2000) July 4, 2023
ରତନ ଟାଟାଙ୍କ ଏହି ଛୋଟିଆ ଟ୍ଵିଟ ଭାଇରାଲ ହେବାରେ ଲାଗିଛି । ଏକ ଛୋଟିଆ ଟ୍ଵିଟ ମାଧ୍ୟମରେ ଶ୍ରୀ ଟାଟା ବହୁତ ବଡ଼ କଥା କହିଦେଇଛନ୍ତି । ବାସ୍ତବରେ ଏବେ ବଡ଼ ଶିଳ୍ପପତିଙ୍କ ବ୍ୟସ୍ତ ଜୀବନରେ ଛୋଟ ପଶୁଟିଏ ପାଇଁ ତାଙ୍କର ଚେତନଶୀଳତା ବହୁତ କିଛି ମୂଲ୍ୟାୟନ କରେ ।