ଶକ୍ତି ବଢ଼ାଇବ ପ୍ରିଡେଟର MQ-9B ଡ୍ରୋନ୍‌, ଆମେରିକାଠାରୁ ୩୧ଟି ଡ୍ରୋନ୍‌ କିଣିବ ଭାରତ

ଭାରତର ସାମରିକ ଶକ୍ତି ବଢ଼ାଇବ ପ୍ରିଡେଟର MQ-9B ଡ୍ରୋନ୍‌ । ଆମେରିକାଠାରୁ ୩୧ଟି ଡ୍ରୋନ୍‌ କିଣିବ ଭାରତ । ପିଏମ ମୋଦିଙ୍କ ଆମେରିକା ଗସ୍ତ ସମୟରେ ଭାରତ ଏବଂ ଆମେରିକା ମଧ୍ୟରେ ପ୍ରିଡେଟର ଡ୍ରୋନ ପାଇଁ ୩ ବିଲିୟନ ଡଲାରର ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

ଭାରତୀୟ ନୌସେନା ଅଭିଜ୍ଞତା ନେବା ପାଇଁ ପୂର୍ବରୁ ଏହି ଡ୍ରୋନ୍‌କୁ ଲିଜ୍‌ରେ ଆଣି ଚଳାଇଥିଲା । ପାକିସ୍ତାନୀ ଅନୁପ୍ରବେଶକାରୀ ଓ LACରେ ଚୀନର ବଦମାସୀର ମୁକାବିଲା କରିବାକୁ ଆମେରିକାଠାରୁ ଭାରତ କିଣୁଥିବା ଡ୍ରୋନ ଶତ୍ରୁକୁ ମାତ୍‌ ଦେବାରେ ସହାୟକ ହେବ ।

ଭାରତୀୟ ନୌସେନାର ପୂର୍ବତନ ଉପାଧ୍ୟକ୍ଷ ଭାଇସ ଆଡମିରାଲ ଏସ.ଏନ ଘୋରମାଡେ କହିଛନ୍ତି ସଶସ୍ତ୍ର ବାହିନୀ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି । ଏହା ଗୁପ୍ତଚର, ତଦାରଖ ଏବଂ ଅନୁସନ୍ଧାନରେ ଦକ୍ଷତା ପ୍ରଦାନ କରିବ । ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ୍‌ ଆର ହରି କୁମାର ଡ୍ରୋନ୍‌ର ସ୍ୱତନ୍ତ୍ରତା ଉପରେ ପ୍ରତିକ୍ରିୟା ରଖିଛନ୍ତି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.