ଆଜି ଆସିବ ବିଜେଡିର ଅଷ୍ଟମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା

ଆଜି ଆସିବ ବିଜେଡିର ଅଷ୍ଟମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା। ବଳକା ୬ ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି।

ଭୁବନେଶ୍ୱର : ଆଜି ଆସିବ ବିଜେଡିର ଅଷ୍ଟମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା। ବଳକା ୬ ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି। ଖୋର୍ଦ୍ଧା, ବେଗୁନିଆ, ଖଣ୍ଡପଡ଼ା, କୋରେଇ, ଭୋଗରାଇ ଓ ନୀଳଗିରି ଆସନରେ ପ୍ରାର୍ଥୀଙ୍କ ତାଲିକା ବାକି ରହିଛି।

ଖଣ୍ଡପଡ଼ା ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନଥିବା ବେଳେ ସୌମ୍ୟରଞ୍ଜନଙ୍କୁ ନେଇ ସସପେନ୍ସ ଜାରି ରହିଛି। ଆଜି ଏହା ଉପରୁ ପରଦା ଉଠିବ। ଏଯାଏ ବିଜେଡି ୧୪୧ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ୨୪ରେ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପୂର୍ବରୁ ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ଦଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.