Below header

ପାଟ୍ରୋଲିଂ ନାଁରେ ଡ୍ରାଗନର ଦାଦାଗିରି, ୨୪ଘଣ୍ଟାରେ ୨୪ ଫାଇଟର ଜେଟ୍‌

୨୪ଘଣ୍ଟାରେ ୨୪ ଫାଇଟର ଜେଟ୍‌। ବାରମ୍ବାର ତାଇଓ୍ଵାନକୁ ନାଲି ଆଖି ଦେଖାଉଛି ଚୀନ। ପାଟ୍ରୋଲିଂ ନାଁରେ ଡ୍ରାଗନର ଦାଦାଗିରି। ସପ୍ତାହ ଧରି ତାଇଓ୍ଵାନର ମେଡିଆନ ଲାଇନକୁ କ୍ରସ କରୁଛନ୍ତି ଚୀନ ସେନା। ଆଜି ୨୪ଟି ଏୟାର କ୍ରାଫ୍ଟ, ୪ଟି ଯୁଦ୍ଧପୋତ ତାଇଓ୍ଵାନର ମେଡିଆନ ଲାଇନକୁ ପାର କରିଥିବା ତାଇଓ୍ଵାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ତେବେ ଚୀନର ବହୁ ଶକ୍ତିଶାଳୀ ଏୟାରକ୍ରାଫ୍ଟ ଏଥିରେ ସାମିଲ ଥିଲା। ଉଭୟ ଆକାଶ ଓ ଜଳପଥରେ ତାଇଓ୍ଵାନକୁ ଘେରୁଛି ଡ୍ରାଗନ। ତେବେ ଯୁଦ୍ଧ ପାଇଁ ଉସକାଇବାକୁ ଏପରି କରୁଥିବା ତାଇଓ୍ଵାନ ପକ୍ଷରୁ କୁହାଯାଇଛି। କାରଣ କେବଳ ଜୁଲାଇ ମାସରେ ଡ୍ରାଗନର ୫୮ଟି ଏୟାରକ୍ରାଫ୍ଟ ଓ ୨୦ଟି ଯୁଦ୍ଧପୋତ ତାଇଓ୍ଵାନ ମେଡିଆନ ଲାଇନକୁ ପାର କରିସାରିଲେଣି।

ଏହାପୂର୍ବରୁ ମଧ୍ୟ ଥରେ ଚୀନର ୯ଟି ଓ ତା ପୂର୍ବରୁ ୨୪ଟି ଏୟାରକ୍ରାଫ୍ଟ ମେଡିଆନ ଲାଇନ ପାର କରିଛି। କେବଳ ଏତିକି ନୁହେଁ କିଛିଦିନ ତଳେ ଆମେରିକା ସେନାକୁ ମଧ୍ୟ ତାଇଓ୍ଵାନ ସୀମାରେ ଉସକାଇବାକୁ ଚେଷ୍ଟା କରିଥିଲା ଡ୍ରାଗନ। ଆମେରିକାର ସେନାଙ୍କ ପାଟ୍ରୋଲିଂ ସିପ୍‌ ନିକଟକୁ ହଠାତ ଆସିଥିଲା ଚୀନ ଯୁଦ୍ଧପୋତ।

ଏହାପରେ ଆମେରିକା ଯେତେବେଳେ ଏନେଇ ଚେତାବନୀ ଦେଇଥିଲା ପାଟ୍ରୋଲିଂ କରୁଥିବା ନେଇ ସଫେଇ ଦେଇଥିଲା ଚୀନ। କାର୍ଯ୍ୟକଳାପ ଯୁଦ୍ଧ ପାଇଁ ଉସକାଇବା ଭଳି ବୋଲି ଆମେରିକା ନିକଟରେ ସେନା ମୁଖ୍ୟ କହିଥିଲେ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.