Below header

ରାଜଧାନୀରେ ସାମନ୍ତବାଦୀ ଶାସନ ! ଗୋଟିଏ ପରିବାରକୁ ନିଆଁ ପାଣି ବାସନ୍ଦ

ଅତ୍ୟାଚାର ସହି ନପାରି କାନ୍ଦିକାନ୍ଦି ଥାନାର ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ । ରଘୁନାଥପୁର ତିଅର ସାହିର ରମ୍ଭା ଦଳେଇଙ୍କ ପରିବାରକୁ ନିଆଁ ପାଣି ବାସନ୍ଦ କରାଯାଇଛି ।

ଭୁବନେଶ୍ବର(କେନ୍ୟୁଜ୍): ଆଧୁନିକ ଯୁଗରେ ମଧ୍ୟ ଯୁଗୀୟ ସାମନ୍ତବାଦୀ ଶାସନ। ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ରଘୁନାଥପୁର ଅଞ୍ଚଳରେ ଗୋଟିଏ ପରିବାରକୁ ନିଆଁ ପାଣି ବାସନ୍ଦ କରିଥିବା ଅଭିଯୋଗ । ମାନସିକ ନିର୍ଯାତନା ଦେବା ସହ ମାଡ଼ ମାରିଥିବା ଅଭିଯୋଗ ।

ଅତ୍ୟାଚାର ସହି ନପାରି କାନ୍ଦିକାନ୍ଦି ଥାନାର ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ । ରଘୁନାଥପୁର ତିଅର ସାହିର ରମ୍ଭା ଦଳେଇଙ୍କ ପରିବାରକୁ ନିଆଁ ପାଣି ବାସନ୍ଦ କରାଯାଇଛି । ସାହି ମୁଖିଆ ପରିଚୟ ଦେଇ ଶିଖର ଦଳେଇ ଦୀର୍ଘ ଏକ ବର୍ଷ ହେବ ରମ୍ଭା ଦଳେଇଙ୍କ ପରିବାରକୁ ନିଆଁ ପାଣି ବାସନ୍ଦ କରିଥିବା ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି ।

ଭୟରେ ତିଅର୍ ସାହି ଲୋକେ ଶିଖରଙ୍କ ବିରୁଦ୍ଧରେ ମୁହଁ ଖୋଲୁନଥିବା ବେଳେ ନ୍ୟାୟ ପାଇଁ ଥାନାରେ ଗୁହାରିଆ ପଡ଼ିଛନ୍ତି ଅସହାୟ ରମ୍ଭା ଓ ତାଙ୍କ ପରିବାର । ସେପଟେ ଅଭିଯୋଗକୁ ୪ ଦିନ ବିତିବା ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ବେଳେ ଏପରି ଆଧୁନିକ ଓ ଶିକ୍ଷିତ ସମାଜରେ ନିଆଁ ପାଣି ବାସନ୍ଦ ପ୍ରଥା ସାମ୍ନାକୁ ଆସିବା ଚର୍ଚ୍ଚାର ବିଷୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.